ଦିଲ୍ଲୀରେ ୬ କଂଗ୍ରେସ ବିଧାୟକଙ୍କ ଡେରା

ଭୁବନେଶ୍ବର: କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମଙ୍କୁ ପଦରୁ ହଟାଇବାକୁ ଦଳର ୬ଜଣ ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି। ଗୁରୁବାର ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତି ମଲ୍ଲିକାର୍ଜୁନ ଖଡଗେ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଏଆଇସିସି (ସାଙ୍ଗଠନିକ) ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳଙ୍କୁ ସାକ୍ଷାତ କରିବାର କାର୍ୟ୍ୟକ୍ରମ ରହିଛି। ଏଆଇସିସିର ଶୀର୍ଷ ନେତୃତ୍ବ କଂଗ୍ରେସ ବିଧାୟକମାନଙ୍କୁ ଦିଲ୍ଲୀ ଡାକିଥିବା ଜଣାପଡ଼ିଛି। କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି, ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ, ସାଗର ଦାସ, ସତ୍ୟଜିତ ଗମାଙ୍ଗ ଏବଂ କାଡ୍ରାକା ଆପାଲା ସ୍ବାମୀ ବୁଧବାର ଦିଲ୍ଲୀ ଗସ୍ତ କରିଛନ୍ତି। ଶ୍ରୀ କାଡାମଙ୍କ ଉପରେ ଦଳର ଅନେକ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି। ବିଧାନସଭା ଭିତରେ ଏବଂ ବାହାରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ଉପରେ ଯେଉଁଭଳି ଭାବେ ଆଭିମୁଖ୍ୟ ରଖିବା କଥା ତାହା ହୋଇପାରୁନି। କଂଗ୍ରେସ ବିଧାୟକ ଦଳ ନେତା କାର୍ୟ୍ୟଭାର ଗ୍ରହଣ ଦିନଠାରୁ କେତେକ ବିଧାୟକ ଅସନ୍ତୁଷ୍ଟ ଥିବା କୁହାଯାଉଛି। ଦଳରେ ନୂଆ ଏବଂ ପୁରୁଣା ବିଧାୟକମାନଙ୍କୁ ସାଥୀରେ ନେଇ ଚାଲିବା କଥା।କିନ୍ତୁ ସ୍ବ-ଇଚ୍ଛାରେ ନିଷ୍ପତ୍ତି ନେଉଥିବାରୁ ଏଥିରେ ଦଳର କିଛି ବିଧାୟକ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ବିଧାନସଭାର ବଜେଟ ଅଧିବେଶନ ଆରମ୍ଭରୁ କଂଗ୍ରେସ ବିଧାୟକ ଦଳ ନେତା ଏବଂ ଅନ୍ୟ ବିଧାୟକଙ୍କ ବୈଠକ ବସିଥିଲା।
ଏଥିରେ ପିସିସି ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ଥିଲେ। ଗୃହରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଯେଉଁଭଳି ଭାବେ କଂଗ୍ରେସ ଘେରିବା କଥା ତାହା ଦେଖାଯାଉନାହିଁ। ନାରୀ ନିର୍ୟାତନା ପ୍ରସଙ୍ଗରେ କଂଗ୍ରେସ ବିଧାୟକମାନେ ଯେଉଁଭଳି ଭାବେ ଗୃହରେ ଡବଲ ଇଞ୍ଜିନ ସରକାର ବିରୋଧରେ ଲଢେଇ କରୁଥିଲେ ସେଭଳି ଲଢ଼େଇ ଆଉ ଦେଖିବାକୁ ମିଳୁନାହିଁ। ଯୋଜନା ଭିତ୍ତିକ ଭାବେ ସରକାରଙ୍କ ବିରୋଧ‌େ‌ର କଡ଼ା ଆଭିମୁଖ୍ୟ ରଖିବାକୁ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ତାଗିଦ କରିଥିଲେ ଶୀର୍ଷ ନେତୃତ୍ବ। ବରିଷ୍ଠତା ଦୃଷ୍ଟିରୁ ବିଧାୟକ ଶ୍ରୀ ବାହିନୀପତି କଂଗ୍ରେସ ବିଧାୟକ ଦଳ ନେତା ପଦ ପାଇଁ ପୂର୍ବରୁ ଦାବିଦାର ଥିଲେ। କିନ୍ତୁ ଏଆଇସିସି ଶୀର୍ଷ ନେତୃତ୍ବ ଶ୍ରୀ କାଡ଼ାମଙ୍କୁ ଏହି ଦାୟିତ୍ବ ଦେଇଥିଲେ। ସେହିଦିନଠାରୁ ବିଧାୟକ ଶ୍ରୀ ବାହିନୀପତି ଦଳରେ ଥାଇ ଅସନ୍ତୁ‌ଷ୍ଟ ଥିବା କୁହାଯାଉଛି। ରାଜ୍ୟସଭା ନିର୍ବାଚନରେ ମିଳିତ ପ୍ରାର୍ଥୀ ଡା.ଦତ୍ତେଶ୍ବର ହୋତାଙ୍କୁ ସମର୍ଥନ ଦେବା ନିମନ୍ତେ ଶ୍ରୀ କାଡ଼ାମଙ୍କ ସରକାରୀ ବାସଭବନରେ ବୈଠକ ଅନୁ‌ଷ୍ଠିତ ହୋଇଥିଲା। ଏହି ବୈଠକରେ ଶ୍ରୀ ବାହିନୀପତି ଶ୍ରୀ କାଡ଼ାମଙ୍କ ସରକାରୀ ବାସଭବନକୁ ଯିବାକୁ ଶୀର୍ଷ ନେତୃତ୍ବଙ୍କୁ ମନା କରି ଦେଇଥିଲେ। ଫଳସ୍ବରୂପ ପ୍ରଦେଶ କଂଗ୍ରେସର ଶୀର୍ଷ ନେତୃତ୍ବଙ୍କୁ ଏକ ଘରୋଇ ହୋଟେଲରେ ବୈଠକ କରିବାକୁ ପଡ଼ିଥିଲା। ବିଧାନସଭା ଭିତରେ କଂଗ୍ରେସ ବିଧାୟକ ଦଳ ନେତା ଏବଂ ଶ୍ରୀ ବାହିନୀପତିଙ୍କ ମଧ୍ୟରେ ସମନ୍ବୟର ଅଭାବ ରହୁଛି। କାରଣ ପରସ୍ପର ସହ ଗୃହ ଭିତରେ ଏବଂ ବାହାରେ କଥାବାର୍ତ୍ତା ହେବା ଦେଖାଯାଉ ନାହିଁ।

ତେବେ ଗୃହ ଭିତରେ ଏବଂ ବାହାରେ କଂଗ୍ରେସ ବିଧାୟକ ଦଳ ନେତାଙ୍କ ଆଭିମୁଖ୍ୟ ଦେଖି ଦଳର ବରି‌ଷ୍ଠ ଏବଂ କନିଷ୍ଠ ବିଧାୟକମାନେ ଶ୍ରୀ ବାହିନୀପତିଙ୍କୁ କଂଗ୍ରେସ ବିଧାୟକ ଦଳ ନେତା କରିବାକୁ ମନସ୍ଥ କରି ଦିଲ୍ଲୀ ଗସ୍ତ କରିଥିବା ଜଣାପଡ଼ିଛି। ଏହି ବିଷୟରେ ଶ୍ରୀ କାଡ଼ାମଙ୍କୁ ପଚରାଯିବାରୁ ସେ କହିଛନ୍ତି, ବିଧାୟକମାନେ ହୁଏତ ଦିଲ୍ଲୀ ବୁଲିବା ପାଇଁ ଯାଇଥାଇପାରନ୍ତି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ