ଦୁଇ ହାର୍ଡକୋର ମାଓବାଦୀ ଗିରଫ

ରାଉରକେଲା : ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରୁ ରବିବାର ଦିନ ୨ ଜଣ ମାଓବାଦୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ମାଓବାଦୀମାନେ ହେଲେ ସବ ଜୋନାଲ କମିଟିର ସଦସ୍ୟ ସନ୍ଦୀପ ଓରଫ ହିଡିମା ପାଡେୟାମ ଓ ଏରିଆ କମିଟି ସଦସ୍ୟ ଶିବା ବୋଦ୍ରା ଓରଫ ଶିବୁ। ଗତ ମେ ୨୭ ତାରିଖରେ ସୁନ୍ଦରଗଡ଼ କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣିରୁ ଲୁଟ ହୋଇଥିବା ବିସ୍ଫୋରକ ଘଟଣାରେ ଗିରଫ ଏହି ଦୁଇ ଜଣ ସାମିଲ ଥିଲେ। ଝାଡ଼ଖଣ୍ଡ ପଶ୍ଚିମ ସିଂ ଭୂମି ଯରେଇକେଲା ଥାନା ସରଣ୍ଡା ଜଙ୍ଗଲରେ ମାଓବାଦୀ ଲୁଚି ରହିଥିଲେ। ଏନେଇ ଖବର ପାଇ ସିଆରପିଏଫ୍, କୋବ୍ରା ବାହିନୀ ମିଳିତ ଭାବରେ ସରଣ୍ଡା ଜଙ୍ଗଲରେ କମ୍ଵିଂ ଅପରେସନ ଆରମ୍ଭ କରିଥିଲେ। ସୁରକ୍ଷାବାହିନୀକୁ ଦେଖି ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ ୬ ଜଣ ଖସିଯାଇଥିବା ବେଳେ ୨ ହାର୍ଡକୋର୍ ମାଓବାଦୀ ଧରାପଡ଼ିଥିଲେ। ଗିରଫ ହୋଇଥିବା ମାଓବାଦୀମାନେ ହେଲେ ସବ ଜୋନାଲ କମିଟିର ସଦସ୍ୟ ସନ୍ଦୀପ ଓରଫ ହିଡିମା ପାଡେୟାମ ଓ ଏରିଆ କମିଟି ସଦସ୍ୟ ଶିବା ବୋଦ୍ରା ଓରଫ ଶିବୁ। ସନ୍ଦୀପର ଘର ଛତିଶଗଡ଼ ବିଜାପୁରରେ। ସେ ୧୦ ବର୍ଷ ହେଲା ମାଓ ସଂଗଠନରେ ସକ୍ରିୟ ଥିଲା । ସେହିପରି ଶିବୁର ଘର ଝାଡ଼ଖଣ୍ଡ ସଢେଇକଳା କୁଚାଇ ଅଞ୍ଚଳରେ। ସନ୍ଦୀପ ନାଁରେ ଝାଡ଼ଖଣ୍ଡର ବିଭିନ୍ନ ଥାନାରେ ୩୫ଟି ମାଓ ହମଲା ମାମଲା ଥିବା ବେଳେ ଶିବୁ ନାଁରେ ୯ ଟି ମାମଲା ଅଛି। ଏମାନଙ୍କ ଠାରୁ ଗୋଟିଏ ବନ୍ଧୁକ ୧୧ ରାଉଣ୍ଡ ଜୀବନ୍ତ ଗୁଳି, ଦୁଇଟି ମାଗାଜିନ୍, ଦୁଇଟି ୱାକିଟକି, ଡେଟୋନେଟର ସହ ଓଋଊ ପ୍ରସୂତ ସାମଗ୍ରୀ ଜବତ ହୋଇଛି। ସରଣ୍ଡା ଜଙ୍ଗଲରେ ଏବେବି କମ୍ବିଂ ଅପରେସନ ଚାଲିଛି।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ