ଦୁଇମାସ ପରେ ପ୍ରଥମ ଥର ପାଇଁ ତେହେରାନର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ଆରମ୍ଭ

ତେହେରାନ,୨୫/୦୪/୨୦୨୬: ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବାର ଦୁଇମାସ ପରେ ଶନିବାର ପ୍ରଥମ ଥର ପାଇଁ ଇରାନ ରାଜଧାନୀ ତେହେରାନର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାଣିଜ୍ୟିକ ବିମାନ ଉଡ଼ାଣ ଆରମ୍ଭ କରିଛି। ଇରାନର ସରକାରୀ ଗଣମାଧ୍ୟମ ଅନୁସାରେ ଶନିବାର ଇସ୍ତାନବୁଲ, ମସ୍କଟ ଏବଂ ସାଉଦି ଆରବର ମଦିନା ଅଭିମୁଖେ ତେହେରାନର ଇମାମ ଖାମନେଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିଛି। ଇରାନ ଏୟାର ୫୬ଦିନ ପରେ ତେହେରାନରୁ ଦ୍ୱିତୀୟ ବୃହତ୍ତମ ସହର ମଶାଦକୁ ଏହାର ପ୍ରଥମ ଉଡ଼ାଣ ଭରିଛି। ଇରାନ ବିମାନବନ୍ଦର ଏବଂ ବିମାନ ନାଭିଗେସନ କମ୍ପାନୀର ସିଇଓ ମହମ୍ମଦ ଆମିରାନୀ କହିଛନ୍ତି ଯେ ଦେଶର ପୂର୍ବ ପାର୍ଶ୍ୱକୁ (ତୁର୍କମେନିସ୍ତାନ, ଆଫଗାନିସ୍ତାନ ଏବଂ ପାକିସ୍ତାନ) ଘରୋଇ ଏବଂ ପରିବହନ ବିମାନ ପାଇଁ ପ୍ରାଥମିକତା ଦିଆଯିବ। ଇରାନ ଉପରେ ଆମେରିକା-ଇସ୍ରାଏଲ ଯୁଦ୍ଧ, ଦୀର୍ଘଦିନ ଧରି ଅନ୍ତର୍ଜାତୀୟ ବିମାନ ଯାତ୍ରାକୁ ବିପର୍ଯ୍ୟସ୍ତ କରିଦେଇଥିଲା। ଫଳରେ ମଧ୍ୟପ୍ରାଚ୍ୟର ଅଧିକାଂଶ ଆକାଶପଥ ବନ୍ଦ ହୋଇଯାଇଥିଲା ଏବଂ ହଜାର ହଜାର ଯାତ୍ରୀ ଘରକୁ ଫେରିବାକୁ ବାଧ୍ୟ ହୋଇଥିଲେ।

  • Related Posts

    ଦେବଗଡ଼ରେ ୨୮୦ କୋଟି ଟଙ୍କାର ୧୨୪ଟି ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ମାତୃଶକ୍ତିର ସମର୍ଥନ ସତ୍ତ୍ୱେ ବିକାଶ ପଥରେ ବାଧା ସୃଷ୍ଟି କରୁଛନ୍ତି ବିରୋଧୀ – ଧର୍ମେନ୍ଦ୍ର ପ୍ରଧାନ • ଓଡ଼ିଶାର ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏବଂ ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଉପସ୍ଥିତ • ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’…

    Continue reading
    ଆମ ଆଦମୀ ପାର୍ଟିରେ ନେତୃତ୍ୱର ଅଭାବ ରହିଛି:ଆନ୍ନା ହଜାରେ

    ନୂଆଦିଲ୍ଲୀ,୨୫/୦୪/୨୦୨୬: ଆମ୍ ଆଦମୀ ପାର୍ଟିର ୭ ରାଜ୍ୟସଭା ସାଂସଦ ଏକ ସଙ୍ଗେ ପାର୍ଟି ଛାଡିବା ପରେ ଆମ ଆଦମୀ ପାର୍ଟିକୁ ନେଇ ସମାଜସେବୀ ଆନ୍ନା ହଜାରେଙ୍କ ବୟାନ ସାମ୍ନାକୁ ଆସିଛି । ଆନ୍ନା ହଜାରେ କହିଛନ୍ତି, ଏହି ସବୁ ସାଂସଦମାନେ ପାର୍ଟି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର