ଦୁର୍ଘଟଣା: ବର କନ୍ୟାଙ୍କ ସମେତ ୭ ମୃତ

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଚାଲିଗଲା ୭ ଜୀବନ । ମୃତକଙ୍କ ମଧ୍ୟରେ ବରକନ୍ୟା ଥିବା ଜଣାଯାଇଛି। ଫଳରେ ଜୀବନର ନୂତନ ଅଧ୍ୟାୟ ଆରମ୍ଭ ପୂର୍ବରୁ ଦୁର୍ଘଟଣାରେ ସେମାନଙ୍କ ଜୀବନ ଦୀପ ଲିଭି ଯାଇଛି।ଏପରି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଉତ୍ତରପ୍ରଦେଶର ବିଜନୌରରେ ଆଜି ସକାଳେ ଘଟିଛି। ଏହି ଦୁର୍ଘଟଣାରେ ଅଟୋ ଚାଳକଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇ ଯାଇଛି। ସେଥିରେ ଗୋଟିଏ ପରିବାରର ୬ ଜଣ ଅଛନ୍ତି।ପୂରା ପରିବାର ଝାଡ଼ଖଣ୍ଡରୁ ନିଜ ପୁଅ ବିବାହ ସାରି କନିଆ ଧରି ଫେରୁଥିଲେ। ପ୍ରଥମେ ସେମାନେ ଝାଡ଼ଖଣ୍ଡରୁ ଟ୍ରେନ୍‌ ଯୋଗେ ମୁରାଦାବାଦରେ ପହଞ୍ଚିଥିଲେ। ଏହାପରେ ଏକ ଅଟୋ ଯୋଗେ ଷ୍ଟେଶନରୁ ସେମାନେ ନିଜ ଗାଁ ତିବଡ଼ୀ ଫେରୁଥିଲେ।ଅଟୋଟି ଡେରାଡୁନ- ନୈନିତାଲ ଜାତୀୟ ରାଜପଥରେ ଯାଉଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ପିଟିଥିଲା। ଫଳରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। ଅଟୋ ଚାଳକଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ମୃତକ ମଧ୍ୟରେ ୪ ପୁରୁଷ, ୨ ମହିଳା ଓ ଜଣେ ନାବାଳିକା ଅଛନ୍ତି।

  • Related Posts

    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ…

    Continue reading
    ଜ୍ଞାନେଶଙ୍କୁ ହଟାଇବା ଦାବି: ବିରୋଧୀଙ୍କ ଶୋଭାଯାତ୍ରା; ଧାରଣାରେ ରାହୁଲ ଏବଂ ପ୍ରିୟଙ୍କା

    ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ଏବଂ ସାଂସଦମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବି କରି ମଙ୍ଗଳବାର ସଂସଦରୁ ନିର୍ବାଚନ ଗୃହ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆରମ୍ଭ କରିଛନ୍ତି। ଯୋଜନାବଦ୍ଧ ପଦଯାତ୍ରାକୁ ଦୃଷ୍ଟିରେ ରଖି, ଦିଲ୍ଲୀ ପୁଲିସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ