ନୂଆଦିଲ୍ଲୀ, ୨୪ା୧୧: ରାସ୍ତାରେ ବାଇକ୍ ଚଳାଇବା ସମୟରେ ହାତ ଛାଡିଲେ ଏଣିକି ଷ୍ଟାର୍ଟ ବନ୍ଦ ହୋଇଯିବ। ରାସ୍ତାରେ କିଛି ଦୁଇଚକିଆ ଯାନ ଚାଳକଙ୍କ ଅବହେଳା ଯୋଗୁଁ ଘଟୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ଏଭଳି ଏକ ପ୍ରଯୁକ୍ତିବିଦ୍ୟା ଖୁବ୍ ଶୀଘ୍ର ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି। ରାସ୍ତାରେ ମଟର ସାଇକଲରେ ଷ୍ଟଣ୍ଟ ବା ଦୁଃସାହସିକ କାର୍ଯ୍ୟ ଫଳରେ ଦୁର୍ଘଟଣା ଘଟୁଛି। ଏଭଳି ଅବହେଳା ଯୋଗୁଁ କିଛି ନିର୍ଦ୍ଧାରିତ ଚାଳକ ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି। ଏହାର ସମାଧାନ ପାଇଁ ବାଇକର ହ୍ୟାଣ୍ଡେଲରେ ଏକ ସେନ୍ସର ଲଗାଯିବ। ଯେଉଁମାନେ ହାତ ଛାଡି ଚଲାନ୍ତି ବା ମୋବାଇଲ ବ୍ୟବହାର କରନ୍ତି ସେମାନଙ୍କ ହାତ ଛାଡିବାର ମାତ୍ର ୬-୭ ସେକେଣ୍ଡ ମଧ୍ୟରେ ଗାଡିର ବେଗ କମିବା ସହ ଶେଷରେ ଷ୍ଟାର୍ଟ ବନ୍ଦ ହୋଇଯିବ। ଟ୍ରାଫିକ୍ ବ୍ୟବସ୍ଥା କଟକଣା ଓ ଜୋରିମାନା ସତ୍ତ୍ବେ ମଧ୍ୟ ଅମାନିଆଙ୍କ ରୋକିବା ସହଜ ହୋଇପାରୁନଥିବାରୁ ଏହି ସମାଧାନକୁ ଗୁରୁତ୍ବ ଦିଆଯାଉଛି। ସରକାରୀ ରିପୋର୍ଟ ଅନୁସାରେ ଦୁଇଚକିଆ ଯାନ ଦୁର୍ଘଟଣା ବଢିବାରେ ଲାଗିଛି। ୨୦୨୧ ମସିହାରେ ଦୁଇଚକିଆ ଯାନ ଦୁର୍ଘଟଣାରେ ୬୯,୩୮୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୩ରେ ଏହି ସଂଖ୍ୟା ବୃଦ୍ଧି ପାଇ ୭୭,୫୩୯ ହୋଇଥିଲା। ୨୦୨୩ରେ ଦୁଇଚକିଆ ଯାନ ଚାଳକଙ୍କ ଅବହେଳାପୂର୍ଣ୍ଣ ଚାଳନା ଯୋଗୁଁ ୪୮,୧୮୧ ଜଣଙ୍କ ମୃତ୍ୟୁ ହୋଇଛି।
‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…


