ଧାନ ସଂଗ୍ରହ ପ୍ରକ୍ରିୟା ତ୍ଵରାନିତ ହେଲା

ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଧାନ ସଂଗ୍ରହରେ ପୂର୍ବପେକ୍ଷା ସ୍ୱଚ୍ଛତା ଗ୍ରହଣ କରାଯିବା ସହ ଚାଷୀମାନଙ୍କୁ ଅଧିକ ସହାୟତା ପ୍ରଦାନ ପାଇଁ ସରକାର ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । କୌଣସି ଯୋଗ୍ୟ ଚାଷୀ ଧାନକିଣା ପ୍ରକ୍ରିୟାରୁ ବାଦ ନପଡ଼ନ୍ତି ଏଥିପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଗତ ୨୦ ତାରିଖରୁ ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ବରଗଡ଼, ନୂଆପଡା ଓ ସମ୍ବଲପୁର ଜିଲ୍ଲାରେ ସରକାରୀ ସ୍ତରରେ ଧାନ କିଣା ଯାରି ରହିଛି । ଧାନ ସଂଗ୍ରହ ବ୍ୟବସ୍ଥାକୁ ଯାଞ୍ଚ କରିବା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ମାନଙ୍କୁ ନିଯୁକ୍ତି କରାଯାଇଛି । ସମ୍ପୃକ୍ତ ଜିଲ୍ଲାର ପ୍ୟାକ୍ସ, ଲ୍ୟାମ୍ପସ, ମହିଳା ଏସଏଚଜି ମାନଙ୍କୁ ସାମିଲ କରାଯାଉଛି । ଧାନ ସଂଗ୍ରହରେ କୌଣସି ମଧ୍ୟସ୍ଥିକୁ ପ୍ରଶୟ ନଦେବାକୁ ସରକାରୀ ସ୍ତରରେ କଠୋର ପଦକ୍ଷେପ ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ, ଗତ ବର୍ଷ ତୁଳନାରେ ବର୍ତ୍ତମାନ ସୁଦ୍ଧା ଏହି ତିନି ଜିଲ୍ଲାରେ ପ୍ରାୟ ୩୦ ପ୍ରତିଶତ ଅଧିକ ଚାଷୀ ଧାନ କିଣାରେ ଭାଗ ନେଉଥିବାବେଳେ ପାଖାପାଖି ୮ ପ୍ରତିଶତ ଅଧିକ ଧାନ ସଂଗ୍ରହ କରାଯାଇଛି । ଏଥିସହ ଚାଷୀ ମାନଙ୍କ ଆକାଉଣ୍ଟକୁ ପ୍ରତ୍ୟେକ୍ଷଭାବେ ସର୍ବ ନିମ୍ନ ସହାୟତା ରାଶି ପ୍ରଦାନ କରାଯାଉଛି । ଏଥିରେ ଅଧିକରୁ ଅଧିକ ଚାଷୀ ମାନଙ୍କୁ ସାମିଲ କରିବା ପାଇଁ ଆଗୁଆ ଟୋକାନ ପ୍ରଦାନ କରାଯାଉଛି । ଏଥିନିମନ୍ତେ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି ।

  • Related Posts

    ଆଶ୍ରମ ପରିଦର୍ଶନ ପାଇଁ ୫ କୋଟି ଟଙ୍କା ନେବା ଦାବୀ ଖଣ୍ଡନ କଲେ ବିରାଟ କୋହଲି

    ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ବୃନ୍ଦାବନରେ ଥିବା ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଆଣିବା ପାଇଁ ୫ କୋଟି ଟଙ୍କା ଦିଆଯାଇଥିଲା ବୋଲି ଫଲାହାରୀ ମହାରାଜ ଦିନେଶ ଶର୍ମା ଅଭିଯୋଗ କରିବା ପରେ ବିରାଟ କୋହଲିଙ୍କ ମୁଖପାତ୍ର ଏହି ଅଭିଯୋଗଗୁଡ଼ିକୁ “ସମ୍ପୂର୍ଣ୍ଣ…

    Continue reading
    ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ

    ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ