ନନ୍ଦୀଗ୍ରାମରେ ପ୍ରଚାର କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

• ଟିଏମସିର ଜନବିରୋଧୀ ନୀତିରୁ ମୁକ୍ତି ପାଇଁ ପଶ୍ଚିମବଙ୍ଗର ପ୍ରତିଟି ନାଗରିକ ସଂକଳ୍ପବଦ୍ଧ- ଧର୍ମେନ୍ଦ୍ର ପ୍ରଧାନ • ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ନିର୍ବାଚନମଣ୍ଡଳୀରେ କାର୍ଯ୍ୟକର୍ତ୍ତାଙ୍କ ସହ କଲେ ଆଲୋଚନା
• ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ ଶୁଣିବା ସହ ସହ କାର୍ଯ୍ୟକର୍ତ୍ତାଙ୍କୁ ଅନ୍ନ ପ୍ରସାଦ ବିତରଣ କଲେ
• ନନ୍ଦୀଗ୍ରାମ ପରିବର୍ତ୍ତନର ଚେତନା ଓ ସଂକଳ୍ପର ପ୍ରତୀକ
• ପଶ୍ଚିମବଙ୍ଗରେ ପରିବର୍ତ୍ତନର ସ୍ଲୋଗାନ ଜନ ଆନ୍ଦୋଳନରେ ପରିଣତ ହୋଇଛି
ନନ୍ଦୀଗ୍ରାମ/ପଶ୍ଚିମବଙ୍ଗ, ୨୯/୦୩/୨୦୨୬: କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଗସ୍ତ କରି ବିଜେପିର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନିର୍ବାଚନମଣ୍ଡଳୀରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବା ସହ ପ୍ରଚାର କରିଛନ୍ତି । ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ନନ୍ଦିଗ୍ରାମ କେବଳ ଏକ ଭୌଗୋଳିକ କ୍ଷେତ୍ର ନୁହେଁ, ବରଂ ଏହା ଏକ ପରିବର୍ତ୍ତନର ଚେତନାର ପ୍ରତୀକ । ବିଗତ ପ୍ରାୟ ୨୦ ବର୍ଷ ଧରି ନନ୍ଦୀଗ୍ରାମ ସହ ତାଙ୍କର ଏକ ଗଭୀର ଆଧ୍ୟାତ୍ମିକ ଓ ବ୍ୟକ୍ତିଗତ ସମ୍ପର୍କ ରହିଆସିଛି । ନନ୍ଦୀଗ୍ରାମର ମାଟି ବଙ୍ଗୀୟ ଅସ୍ମିତା ଏବଂ ସାହସର ପରିଚୟ ଦେଇଛି, ଯାହା ସମଗ୍ର ପଶ୍ଚିମବଙ୍ଗର ରାଜନୀତିକୁ ଦିଗଦର୍ଶନ ଦେଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ପଶ୍ଚିମବଙ୍ଗର ଜନସାଧାରଣ ବର୍ତ୍ତମାନର ଅନ୍ୟାୟ, ଦୁର୍ନୀତି ଏବଂ ତୁଷ୍ଟୀକରଣ ରାଜନୀତିରେ ଅତିଷ୍ଠ ହୋଇପଡ଼ିଛନ୍ତି । ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ସରକାରର ଜନବିରୋଧୀ ନୀତିରୁ ମୁକ୍ତି ପାଇବା ପାଇଁ ବଙ୍ଗଳାର ପ୍ରତିଟି ନାଗରିକ ଏବେ ସଂକଳ୍ପବଦ୍ଧ । ସେଥିପାଇଁ ଆଜି ସାରା ରାଜ୍ୟରେ ପରିବର୍ତ୍ତନ କେବଳ ଏକ ସ୍ଲୋଗାନ ହୋଇ ରହିନାହିଁ, ବରଂ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି ।
ନନ୍ଦୀଗ୍ରାମରେ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଥିବା ଅଦମ୍ୟ ଉତ୍ସାହ, ଅନୁଶାସନ ଏବଂ ସମର୍ପଣ ଭାବକୁ ପ୍ରଶଂସା କରି ସେ କହିଛନ୍ତି ଯେ, ଏଠାକାର ଜନତାଙ୍କ ଅକୁଣ୍ଠ ସମର୍ଥନ ପୁଣି ଥରେ ପଦ୍ମ ଫୁଟାଇବା ପାଇଁ ସ୍ପଷ୍ଟ ସଙ୍କେତ ଦେଉଛି । ପଶ୍ଚିମବଙ୍ଗରେ ପରିବର୍ତ୍ତନ ହେବ ଏବଂ ଏକ ନୂତନ ବିକଶିତ ବଙ୍ଗଳାର ନିର୍ମାଣ ହେବାର ସମୟ ଉପନୀତ ହୋଇଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି । ଏହି ପ୍ରଚାର କାଳରେ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀଙ୍କ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଅନ୍ନ ପ୍ରସାଦ ବିତରଣ କରିଥିଲେ ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ