ନବ ଦାସ ହତ୍ୟା ଘଟଣା: ହସ୍ପିଟାଲ ଓ ବିମାନବନ୍ଦରରେ କ୍ରାଇମ୍‌ବ୍ରାଞ୍ଚ ଟିମ୍

ଭୁବନେଶ୍ୱର: ନବ ଦାସ ହତ୍ୟାକାଣ୍ଡର ପୁଣି ତଦନ୍ତ କରୁଛି କ୍ରାଇମ୍‌ବ୍ରାଞ୍ଚ । ଗତକାଲି ନବ ଦାସଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କ ବୟାନ ରେକର୍ଡ କରାଯାଇଥିବାବେଳେ ଆଜି ଝାରସୁଗୁଡ଼ା ହସ୍ପିଟାଲ ଓ ବିମାନବନ୍ଦରରେ ପହଞ୍ଚି ପଚରାଉଚୁରା କରୁଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ । ହତ୍ୟାକାଣ୍ଡ ଦିନ ନବଦାସଙ୍କୁ କେମିତି ଚିକିତ୍ସା ପ୍ରଦାନ କରାଯାଇଥିଲା, କେଉଁ ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ, ତାଙ୍କୁ କେମିତି ଏୟାରଲିଫ୍ଟ କରାଗଲା, ଏୟାରଲିଫ୍ଟ ପ୍ରକ୍ରିୟାରେ କିଏ କିଏ ସାମିଲ ହୋଇଥିଲେ, ନବ ଦାସଙ୍କ ସହ କିଏ କିଏ ଥିଲେ, ହତ୍ୟାକାଣ୍ଡ ଦିନ କ’ଣ କ’ଣ ଘଟିଥିଲା ଏହି ସବୁ ଦିଗକୁ ନେଇ ଜେରା କରୁଛି କ୍ରାଇମ୍‌ବ୍ରାଞ୍ଚ ।

ଗତକାଲି ନବ ଦାସଙ୍କ ଘରେ ପହଞ୍ଚି ବୟାନ ରେକର୍ଡ କରାଯାଇଥିଲା । କ୍ରାଇମ୍‌ବ୍ରାଞ୍ଚର ନୂଆ ତଦନ୍ତ ଅଧିକାରୀଙ୍କ ସମେତ ଜଣେ ମହିଳା ଅଧିକାରୀ ଗତକାଲି ନବ ଦାସଙ୍କ ପତ୍ନୀ ମୀନତି ଦାସ, ଝିଅ ଦୀପାଳି ଦାସ ଓ ପୁଅ ବିଶାଲ ଦାସଙ୍କ ବୟାନ ରେକର୍ଡ କରିଛନ୍ତି । ଆଜି ବି ନବ ଦାସଙ୍କ ଘରେ ପହଞ୍ଚି ପଚରା ଉଚୁରା କରୁଛି ତଦନ୍ତକାରୀ ସଂସ୍ଥା ।

  • Related Posts

    ଗୁଳିବିନିମୟ: ଜଣେ ନକ୍ସଲ ନିହତ

    ବିଶ୍ରା: ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ ଅଧୀନସ୍ଥ ଜରାଇକେଲା ସୀମାନ୍ତରେ ଥିବା ଯିବା ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଗୋଇଲକେରା ପୁଲିସ ଷ୍ଟେସନ ଅଞ୍ଚଳରେ ଆଜି ସକାଳେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ଜଣେ…

    Continue reading
    ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ

    ସବଡେଗା: ସୁନ୍ଦରଗଡ଼ ଟାଉନଥାନା ମିଶନ ରୋଡ଼ ସ୍ଥିତ ହରିଓମ କଲୋନିରେ ଅଘଟଣ । ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ । ସ୍ୱାମୀର ତଣ୍ଟି ଚିପି ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ସବଡେଗା ବ୍ଳକର ପୁର୍ବତନ ବଡ଼ ବାବୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    Promoting Ayush systems of medicine at global level

    MSDE Hosts Consultative Workshop to Drive National Scheme for ITI Upgradation in Odisha

    Nationwide Digital Life Certificate Campaign 4.0 from 1st to 30th November, 2025

    210 Panchayat Leaders to attend Independence Day Celebrations in New Delhi as Special Guests

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଗାନ୍ଧୀ ମାର୍ଗରେ ରିହର୍ସଲ ପରେଡ୍‌

    ଘନେଇଲା ଭାରତ-ପାକିସ୍ତାନ ଯୁଦ୍ଧ ଆଶଙ୍କା

    ଘନେଇଲା ଭାରତ-ପାକିସ୍ତାନ  ଯୁଦ୍ଧ ଆଶଙ୍କା