ନବ ଦାସ ହତ୍ୟା ମାମଲାରେ ଆଜି ସାକ୍ଷୀ ଦେବେ ପୂର୍ବତନ ବ୍ରଜରାଜନଗର ଥାନାଧିକାରୀ

ଝାରସୁଗୁଡ଼ା,22/08: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଆଜି ସାକ୍ଷୀ ଦେବେ ପୂର୍ବତନ ବ୍ରଜରାଜନଗର ଥାନାଧିକାରୀ । ଗୁରୁବାର ପୁଲିସ ଫଟୋଗ୍ରାଫର ସଞ୍ଜୟ କିଷାନଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଝାରସୁଗୁଡା ଏଡିଜେ କୋର୍ଟରେ ମାମଲାର ୩୩ ନମ୍ବର ସାକ୍ଷୀ ସଞ୍ଜୟଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ସେ ଘଟଣା ଦିନର କିଛି କଥା କହିଥିବାବେଳେ ଆଉ କିଛି ପ୍ରଶ୍ନର ଉତ୍ତର ଠିକ୍ ଭାବରେ ଦେଇପାରିନଥିଲେ ବୋଲି ଜଣାପଡ଼ିଛି। ଆସନ୍ତାକାଲି (ଶୁକ୍ରବାର) ​‌ବ୍ରଜରାଜନଗର ପୂର୍ବତନ ଥାନାଧିକାରୀ ପ୍ରଦ୍ୟୁମ୍ନ କୁମାର ସ୍ବାଇଁଙ୍କ ସାକ୍ଷ୍ୟଗ୍ରହଣ କରାଯିବ। ୬ ତାରିଖରେ ଥାନାଧିକାରୀଙ୍କ ସାକ୍ଷ୍ୟଗ୍ରହଣ ହେବାର ଥିଲା; କିନ୍ତୁ ସେ ଅନୁପସ୍ଥିତ ରହିବାରୁ ସାକ୍ଷୀ ଗ୍ରହଣ କରାଯାଇପାରିନଥିଲା। ନବ ଦାସ ହତ୍ୟାକାଣ୍ଡର ମୋଟ ୧୫୦ ଜଣ ସାକ୍ଷୀ ଅଛନ୍ତି। ଗୁରୁବାରର ସାକ୍ଷୀଙ୍କୁ ମିଶାଇ ମୋଟ ୩୩ଜଣଙ୍କ ସାକ୍ଷ୍ୟଗ୍ରହଣ ହେଲାଣି ବୋଲି ଅଭିଯୁକ୍ତ ଗୋପାଳଙ୍କ ଓକିଲ ନରେଶ ନାଏକ କହିଛନ୍ତି।

  • Related Posts

    ଚୌଦ୍ୱାର ଜେଲରୁ ଫେରାର୍ ରାଜା ସାହାଣୀ ଗିରଫ

    ଭୁୁବନେଶ୍ୱର : ଚୌଦ୍ୱାର ଜେଲରୁ ଫେରାର୍ ଦ୍ୱିତୀୟ କଏଦୀ ଗୁରୁବାର ଗିରଫ ହୋଇଛି। ବିହାରର ରାଜା ସାହାଣୀକୁ ଋଷିକେଶରୁ ଗିରଫ କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧୀକୁ ଋଷିକେଶରୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ଗିରଫ କରିଛି। ଏହା ପୂର୍ବରୁ ମଧୁକାନ୍ତ ରାଣାକୁ ବୃନ୍ଦାବନରୁ…

    Continue reading
    କୁବେର ଡେପୁଟି ମ୍ୟାନେଜରଙ୍କ ୨୯ ପ୍ଲଟ୍‌

    ଭୁବନେଶ୍ବର: କୁବେର ଡେପୁଟି ମ୍ୟାନେଜର ବିଦ୍ୟୁତ ରଞ୍ଜନ ଭୋଳଙ୍କ ୨୯ ପ୍ଲଟ୍‌ ଠାବ ହୋଇଛି। ଜଟଣୀ, ବ୍ରହ୍ମପୁର ଆଦି ସ୍ଥାନରେ ବାବୁଙ୍କର ୨୯ ପ୍ଲଟ୍, ଦୁଇ ବହୁତଳ କୋଠା ସହ କଳିଙ୍ଗ ବିହାରରେ ଗୋଟିଏ ଫ୍ଲାଟ୍‌ ଠାବ ହୋଇଛି। ରେଡ୍‌ ବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ