ନବରଙ୍ଗପୁର ଜିଲ୍ଲାରେ ପୁଣି ଡାକ୍ତର ମରୁଡ଼ି ୩୯୫ଙ୍କ ସ୍ଥାନରେ ଅଛନ୍ତି ୧୬୮

ନବରଙ୍ଗପୁର,07/09: ଜିଲ୍ଲାରେ ପୁଣି ଦେଖାଦେଇଛି ଡାକ୍ତର ମରୁଡ଼ି। ଜିଲ୍ଲାରେ ୩୯୫ ଡାକ୍ତର ରହିବା ସ୍ଥାନରେ ଏବେ ରହିଛନ୍ତି ୧୬୮ଜଣ। ଏହାରି ମଧ୍ୟରେ ଉଚ୍ଚଶିକ୍ଷା ପଢ଼ିବା ପାଇଁ ୫୧ଜଣ ଗଲେଣି। ୧୬୮ଜଣ ଡାକ୍ତରଙ୍କ ମଧ୍ୟରେ ସିଡିଏମଓ, ଏଡିଏମଓ ଓ ଡିଏମଓ ଆଦି ବି ରହିଛନ୍ତି। ସରକାର ନବରଙ୍ଗପୁର ଜିଲ୍ଲାର କିଛି ବ୍ଲକର ଡାକ୍ତରଖାନାକୁ ଭଲ୍ୟୁନେରଭିଲିଟି ମେପିଂ ରେ ଭି-୪ ଓ ଭି-୩ ମାନ୍ୟତା ଘୋଷଣା କରିବା କଥା। କିନ୍ତୁ ରାଜ୍ୟସରକାର ଏହାକୁ ଘୋଷଣା କରୁ ନଥିବାରୁ ଡାକ୍ତରମାନେ ଅଧିକା ପାଇବାକୁ ଥିବା ପ୍ରତ୍ସାହନ ରାଶି ପାଉନାହାନ୍ତି। ତେଣୁ ଏଠାକୁ ଡାକ୍ତରମାନେ ଆସିବାକୁ ଆଉ ଚାହୁଁ ନଥିବାକୁ ନେଇ ସିଡିଏମଓ ରାଜ୍ୟସରକାରଙ୍କୁ ଅବଗତ କରିଛନ୍ତି। ବଡ଼ବଡ଼ ସହରରେ ସମାନ ଦରମାରେ କାମ କରିବା ବଦଳରେ ନବରଙ୍ଗପୁର ଜିଲ୍ଲାକୁ ଆସୁନାହାନ୍ତି।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ