ନବୀକରଣୀୟ ଶକ୍ତିର ସମନ୍ୱୟକୁ ବୃଦ୍ଧି କରିବା ପାଇଁ ଓଡ଼ିଶା ପମ୍ପଡ୍ ଷ୍ଟୋରେଜ୍ ହାଇଡ୍ରୋ ପ୍ରୋଜେକ୍ଟ ନୀତି

ଭୁବନେଶ୍ୱର-୧୯/୦୯/୨୦୨୫: ପମ୍ପଡ୍ ଷ୍ଟୋରେଜ୍ ହାଇଡ୍ରୋ ପ୍ରୋଜେକ୍ଟ (PSPs) ଭାରତର ଶକ୍ତି ପରିବର୍ତ୍ତନରେ ଏକ ଗୁରୁତ୍ୱପୂର୍ଣ୍ଣ ସହାୟକ ଭାବରେ ବିକଶିତ ହେଉଛି। ଅଧିକ ବିଦ୍ୟୁତ ଚାହିଦା ନ ଥିବା ସମୟ(off-peak hour)ରେ ଅତିରିକ୍ତ ଶକ୍ତିକୁ ସଂରକ୍ଷଣ କରି ଏବଂ ଅଧିକ ଚାହିଦା (peak hour) ସମୟରେ ପିଏସପି ପ୍ରଭାବଶାଳୀ, ଦୀର୍ଘ-ଅବଧି ଗ୍ରୀଡ୍-ସ୍କେଲ ଷ୍ଟୋରେଜ୍ ପ୍ରଦାନ କରିଥାଏ । ଏହା କେବଳ ନବୀକରଣୀୟ ଶକ୍ତିର ଅନ୍ତରାୟକୁ ସମାଧାନ କରେ ନାହିଁ ବରଂ ତୁରନ୍ତ ଲୋଡ୍ ପ୍ରତିକ୍ରିୟା, ଘୂର୍ଣ୍ଣନ ସଂରକ୍ଷଣ, ଫ୍ରିକ୍ୱେନ୍ସି ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସହାୟକ ସେବା ପ୍ରଦାନ କରି ଗ୍ରୀଡ୍ ସ୍ଥିରତାକୁ ମଧ୍ୟ ବୃଦ୍ଧି କରିଥାଏ । ପିଏସପି ଏହିପରି ଏକ ନିର୍ଭରଯୋଗ୍ୟ, ସ୍ଥିର ଓ କମ୍-କାର୍ବନ ଶକ୍ତି ବ୍ୟବସ୍ଥା ପାଇଁ ଏକ ମେରୁଦଣ୍ଡ ସଦୃଶ କାର୍ଯ୍ୟ କରେ।
ଶକ୍ତି ସଂରକ୍ଷଣ ଭିତ୍ତିଭୂମିକୁ ଦ୍ରୁତଗତିରେ ବିକଶିତ କରିବା କରିବା ଏବଂ ଗ୍ରୀଡ୍‌ରେ ନବୀକରଣୀୟ ଶକ୍ତିର ସୁଗମ ସମନ୍ୱୟକୁ ସକ୍ଷମ କରିବା ପାଇଁ ଓଡ଼ିଶା ସରକାର ପମ୍ପଡ୍ ଷ୍ଟୋରେଜ୍ ପ୍ରୋଜେକ୍ଟ (PSP) ନୀତିକୁ ଅଧିସୂଚିତ କରିଛନ୍ତି। ସ୍ୱ-ଚିହ୍ନିତ ଏବଂ ରାଜ୍ୟ-ଚିହ୍ନିତ ପ୍ରକଳ୍ପ ସ୍ଥାନ ଉଭୟ ଆବଣ୍ଟନ ପାଇଁ ଗ୍ରୀଡ଼କୋ(GRIDCO)କୁ ନୋଡାଲ୍ ଏଜେନ୍ସି କରାଯାଇଛି । ରାଜ୍ୟ ଦ୍ୱାରା ଚିହ୍ନଟ ହୋଇଥିବା ୪୫ ଟି ସମ୍ଭାବ୍ୟ ପିଏସପି ସାଇଟ୍ ଗ୍ରୀଡ଼କୋର ସରକାରୀ ୱେବ୍ ପୋର୍ଟାଲରେ ମଧ୍ୟ ପ୍ରକାଶିତ ହୋଇଅଛି। ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ନୀତି କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ୧୭ ଜୁଲାଇ ୨୦୨୫ ରେ ଅଧିସୂଚିତ କରାଯାଇଥିଲା।
ସମସ୍ତ ପ୍ରକଳ୍ପ ନିର୍ମାଣ-ମାଲିକାନା-ପରିଚାଳନା-ସ୍ଥାନାନ୍ତର (BOOT) ମଡେଲକୁ ଅନୁସରଣ କରିବ ଏବଂ ଏହାର ରିହାତି ଅବଧି ୪୦ ବର୍ଷ ଅଟେ କିନ୍ତୁ ଏହାକୁ ପୁନଃ ୩୦ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। CGP ସ୍ଥିତି ବଜାୟ ରଖିଥିବା କ୍ୟାପ୍ଟିଭ୍ ପିଏସପି ଗୁଡ଼ିକୁ ଛାଡି ରିହାତି ଅବଧି ଶେଷ ହୋଇଥିବା ଅନ୍ୟ ସବୁ ପ୍ରକଳ୍ପ ଗୁଡ଼ିକ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ। ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ନୀତିକୁ ଗ୍ରୀଡ୍ ସ୍ଥିରତା ଏବଂ ନେଟ୍ ଜିରୋ ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ସୁଗମ କାର୍ଯ୍ୟକାରିତା ଏବଂ ଦ୍ରୁତ ଅନୁମୋଦନ ସହିତ, ଓଡ଼ିଶା ପିଏସପି କ୍ଷମତାକୁ ଦ୍ରୁତ ଗତିରେ ବୃଦ୍ଧି କରିବାକୁ ପ୍ରସ୍ତୁତ। ଓଡିଶାର ପିଏସପି ଗୁଡ଼ିକ OREP-22 ଅଧୀନରେ ସମସ୍ତ ସୁବିଧା ଉପଭୋଗ କରିପାରିବେ । ଯଥା, ଇନପୁଟ୍ ଶକ୍ତି ଉପରେ କୌଣସି ବିଦ୍ୟୁତ ଶୁଳ୍କ କିମ୍ବା କ୍ରସ୍-ସବସିଡି ସରଚାର୍ଜ, ଅଣ-ବ୍ୟବହାରକାରୀ ବ୍ୟବହାର ପାଇଁ କୌଣସି ଜଳ କର ବାଧ୍ୟତାମୂଳକ ନୁହେଁ। ଡେଭଲପରମାନେ କେନ୍ଦ୍ରୀୟ ବଜେଟ୍ ସହାୟତା, ରାଜ୍ୟରେ ନବୀକରଣୀୟ ଶକ୍ତିରୁ ଶକ୍ତି ଇନପୁଟ୍ ସଂଗ୍ରହ କରାଗଲେ ପୂର୍ଣ୍ଣ ନବୀକରଣୀୟ ଶକ୍ତି ପ୍ରୋତ୍ସାହନ ପାଇଁ ଯୋଗ୍ୟ ଅଟନ୍ତି ଏବଂ ଓଡ଼ିଶା ବାହାରୁ ସୋର୍ସିଂ ପାଇଁ ସେମାନଙ୍କୁ କୌଣସି ଦଣ୍ଡର ସମ୍ମୁଖୀନ ହେବାକୁ ପଡିବ ନାହିଁ। IPR ପ୍ରୋତ୍ସାହନ ନେଉଥିବା ପ୍ରକଳ୍ପଗୁଡ଼ିକ ଏହି ନୀତି କିମ୍ବା OREP-22 ଅନୁଯାୟୀ ଲାଭ ଦାବି କରିପାରିବେ ନାହିଁ। ପମ୍ପଡ଼ ଷ୍ଟୋରେଜ ପ୍ରକଳ୍ପ ନୀତି ସହିତ, ଓଡ଼ିଶା ଏକ ସ୍ଥିର, ନବୀକରଣ-ଚାଳିତ-ଶକ୍ତିସମ୍ପନ୍ନ ଭବିଷ୍ୟତ ପାଇଁ ଭିତ୍ତିଭୂମି ସ୍ଥାପନ କରୁଛି। ଏହା ସ୍ଥାୟୀ ଅଭିବୃଦ୍ଧି ଏବଂ ଜଳବାୟୁ-ସଚେତନ ବିକାଶ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଛନ୍ତି ।

  • Related Posts

    State-wide fire safety mock drill on March 28

    Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…

    Continue reading
    Heatwave Worries: Outdoor Activity Banned 11 a.m. to 3 p.m.

    Bhubaneswar, 23/03/2026: Odisha govt bans outdoor work from 11 AM to 3 PM in heatwave advisory Anticipating a rise in temperatures in April and a heightened risk of heatwave-related illnesses,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ