ନାବାଳିକା ଦୁଷ୍କର୍ମ ଘଟଣାପାଇଁ ପିସିସି ଗଠନ କଲା ତଥ୍ୟ ଅନୁଧ୍ୟାନ କମିଟି

ଭୁବନେଶ୍ୱର: ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବିରିଜିପୁର ପଂଚାୟତର ଗୋରାପୁରର ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଚହଳ ପକାଇ ଦେଇଛି ଏବଂ ସରକାରଙ୍କ ନାରୀଙ୍କ ପ୍ରତି ଆଭିମୁଖ୍ୟକୁ ପଦାରେ ପକାଇ ଦେଇଛି । ଏହି ଘଟଣାର ତଥ୍ୟ ଅନୁଧ୍ୟାନ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କଂଗ୍ରେସ ନେତୃବୃନ୍ଦଙ୍କୁ ନେଇ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଉକ୍ତ କମିଟିରେ ବରିଷ୍ଟ କଂଗ୍ରେସ ନେତା ଶ୍ରୀ ସତ୍ୟବ୍ରତ ପାତ୍ର ଅଧ୍ୟକ୍ଷ ରହିଥିବା ବେଳେ ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଇଂ ରାଜେଶ ମିଶ୍ର, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ଜୟଶ୍ରୀ ପଟ୍ଟନାୟକ ଓ ପ୍ରଣତୀ ମିଶ୍ର, ପିସିସି ମୁଖପାତ୍ର ସୋନାଲି ସାହୁ, ଲଲାଟେନ୍ଦୁ ଦାସ, ନିଶିକାନ୍ତ ମିଶ୍ର, ଡ. ମନିଷାଦାସ ପଟ୍ଟନାୟକ ଓ ଜୟଶ୍ରୀ ପାତ୍ର, ରାଜ୍ୟ ମହିଳା କଂଗ୍ରେସ ଉପସଭାନେତ୍ରୀ ବିଶ୍ୱକଲ୍ୟାଣୀ କର ଓ ପିସିସି ସମ୍ପାଦିକା ଶିଳ୍ପିଶ୍ରୀ ହରିଚନ୍ଦନ ପ୍ରମୁଖ ଉକ୍ତ କମିଟିରେ ସଭ୍ୟ ଭାବରେ ରହିଛନ୍ତି । ଉକ୍ତ କମିଟି ଖୁବଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି ଦୁଷ୍କର୍ମ ପୀଡ଼ିତାଙ୍କ ପରିବାରଙ୍କ ସହ ଏବଂ ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରି ଏକ ରିପୋର୍ଟ ଓଡ଼ିଶା ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରେ ଦାଖଲ କରିବାକୁ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

  • Related Posts

    ୩୩% ସଂରକ୍ଷଣ ପ୍ରସଙ୍ଗରେ ଅଧିବେଶନ: ମନ୍ତ୍ରୀ

    ଭୁବନେଶ୍ୱର:ଆସନ୍ତା ୩୦ ତାରିଖ ଦିନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନକୁ ବିଜେଡି ବିଧାୟକ ଅରୁଣ ସାହୁ କଟାକ୍ଷ କରିଥିବାବେଳେ ବେଳେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ତାଙ୍କୁ କାଉଣ୍ଟର କରିଛନ୍ତି । ଶ୍ରୀ ମଲ୍ଲିକ କହିଛନ୍ତି ଯେ ସଂସଦ ଓ ବିଧାନସଭାରେ ମହିଳାମାନଙ୍କ…

    Continue reading
    ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି: ଅରୁଣ

    ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବ । ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଯେଉଁଥିରେ ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ହେବ । ତେବେ ବିଧାନସଭାର ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର