ନୂଆଦିଲ୍ଲୀ: ଭାରତର ସବୁଠାରୁ ବଡ଼ ମେଡିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ୨୦୨୬ ମେ ୩ ତାରିଖରେ ଅନୁଷ୍ଠିତ ହୋଇଥିଲା। ପ୍ରଶ୍ନପତ୍ର ଲିକ୍ ଖବର ସାମ୍ନାକୁ ଆସିଲା ପରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ଏହି ପରୀକ୍ଷାକୁ ବାତିଲ କରିଦେଇଥିଲେ। ନାଶିକରୁ ଏହି ଘଟଣା ପଛରେ ଏକ ବିରାଟ ଆନ୍ତଃରାଜ୍ୟ ଅପରାଧିକ ଗୋଷ୍ଠୀର ପର୍ଦାଫାସ ହୋଇଛି। ଏହି ପରୀକ୍ଷା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳି ବର୍ତ୍ତମାନ ଏକ ବଡ଼ ଦୁର୍ନୀତି ଓ ଜାଲିଆତି କବଳରେ ଛନ୍ଦି ହୋଇଯାଇଛି। ଜଣାପଡ଼ିଛି ଯେ, ଏକ ସୁରକ୍ଷିତ ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ରର ଏକ ହାର୍ଡ କପି ଚୋରି କରାଯାଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଭୋପାଳର ଜଣେ ମେଡିକାଲ୍ ଛାତ୍ର ଶୁଭମ ଖୈରନାରଙ୍କୁ ନାଶିକରୁ ଗିରଫ କରାଯାଇଛି। ଶୁଭମଙ୍କ ପାଖରୁ ମିଳିଥିବା ହାତଲେଖା ‘ସମ୍ଭାବ୍ୟ ପେପର୍’କୁ ଯେତେବେଳେ ସ୍ପେସାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ଯାଞ୍ଚ କଲା, ସେତେବେଳେ ଏହି ଲିକ୍ ହୋଇଥିବା କାଗଜ ସହ ଅସଲି ପରୀକ୍ଷା ପେପରର ୧୫୦ଟି ପ୍ରଶ୍ନ ମଧ୍ୟରୁ ୧୨୦ଟି ପ୍ରଶ୍ନ (ଜୀବବିଜ୍ଞାନ ଓ ରସାୟନ ବିଜ୍ଞାନ) ଅବିକଳ ମିଶି ଯାଇଥିଲା। ଏହି କାଗଜରେ ୪୧୦ଟି ପ୍ରଶ୍ନ ସହ ସେଗୁଡ଼ିକର ଉତ୍ତର ମଧ୍ୟ ରହିଥିଲା।
ପ୍ରଶ୍ନପତ୍ରଟି ହାସଲ କରିବା ପରେ ଶୁଭମ ଏହାକୁ ପିଡିଏଫ୍ କରି ହରିୟାଣାର ଗୁରୁଗ୍ରାମରେ ଥିବା ତାର ସହଯୋଗୀଙ୍କୁ ପଠାଇଥିଲା। ସେଠାରୁ ଏହା ଏକ ସଂଗଠିତ ନେଟୱାର୍କ ମାଧ୍ୟମରେ ସାରା ଦେଶକୁ ବ୍ୟାପିଥିଲା। ଅପରାଧୀମାନେ ଏକ ଗୁପ୍ତ ହ୍ୱାଟସ୍ଆପ୍ ଗ୍ରୁପ୍ରେ ସଦସ୍ୟ ହେବା ପାଇଁ ଏବଂ ପ୍ରଶ୍ନପତ୍ର ପାଇବା ପାଇଁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ଠାରୁ ୫,୦୦୦ ରୁ ୩୦,୦୦୦ ଟଙ୍କା ପର୍ୟ୍ୟନ୍ତ ଆଦାୟ କରିଥିଲେ। ରାଜସ୍ଥାନର ଶିକ୍ଷା ହବ୍ କୁହାଯାଉଥିବା ସିକରରେ ଏହାର ପ୍ରଭାବ ସବୁଠାରୁ ଅଧିକ ଥିଲା। ସେଠାରେ ଜଣେ କାଉନସେଲର୍ ପ୍ରାୟ ୫ ଲକ୍ଷ ଟଙ୍କା ଦେଇ ଏହି ପ୍ରଶ୍ନପତ୍ର କିଣିଥିଲେ ଏବଂ ପରେ ଏହାକୁ ବିଭିନ୍ନ କୋଚିଂ ସେଣ୍ଟର ଓ ପିଜି ହଷ୍ଟେଲର କର୍ମଚାରୀଙ୍କ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ବିକ୍ରି ଘଟଣାର ଗୁରୁତ୍ୱକୁ ଦେଖି ରାଜସ୍ଥାନ ଏସ୍ଓଜି ବର୍ତ୍ତମାନ ପର୍ୟ୍ୟନ୍ତ ଦେଶସାରା ୨୪ ଜଣଙ୍କୁ ପଚରାଉଚରା କରିଛି। ମହାରାଷ୍ଟ୍ର, କେରଳ, ହରିୟାଣା, ବିହାର, ଉତ୍ତରାଖଣ୍ଡ ଏବଂ ରାଜସ୍ଥାନର ପ୍ରାୟ ୪୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ ବର୍ତ୍ତମାନ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସକ୍ରିୟ ହୋଇଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ମାମଲାରେ ଏକ ଆନୁଷ୍ଠାନିକ ଏଫ୍ଆଇଆର୍ ରୁଜୁ କରିବା ପରେ ସିବିଆଇ ନିଜର ସ୍ୱତନ୍ତ୍ର ଟିମ୍ଗୁଡ଼ିକୁ ବିଭିନ୍ନ ରାଜ୍ୟକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି।
୨୫ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ଏଆଇଏଡିଏମକେ
ଚେନ୍ନଇ:ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର ମୁଖିଆ ଇଡାପାଡି କେ ପଲାନିସ୍ୱାମୀ ବିଦ୍ରୋହୀ ନେତାଙ୍କ ବିରୋଧରେ ଗ୍ରହଣ କରିଛନ୍ତି କାର୍ୟ୍ୟାନୁଷ୍ଠାନ।…
