ନିତି ଆୟୋଗ ରିପୋର୍ଟ,୧.୧୯ ଲକ୍ଷ ସରକାରୀ ସ୍କୁଲରେ ବିଜୁଳି ନାହିଁ

ନୂଆଦିଲ୍ଲୀ: ଦେଶରେ ଥିବା ସରକାରୀ ସ୍କୁଲଗୁଡିକରେ ଛାତ୍ରଛାତ୍ରୀଙ୍କ ମୌଳିକ ସୁବିଧା ପ୍ରସଙ୍ଗ ନେଇ ନିତି ଆୟୋଗ ପକ୍ଷରୁ ଏକ ରିପୋର୍ଟ (ସ୍କୁଲ ଏଡୁକେସନ ସିଷ୍ଟମ ଇନ୍‌ ଇଣ୍ଡିଆ) ପ୍ରକାଶ ପାଇଛି। ତଦନୁଯାୟୀ ୧.୧୯ ଲକ୍ଷ ସ୍କୁଲରେ ବିଜୁଳି ନଥିବା ଜଣାପଡିଛି। ଏହା ବ୍ୟତୀତ ୯୮,୫୯୨ ସ୍କୁଲରେ ଛାତ୍ରୀଙ୍କ ପାଇଁ ଶୌଚାଳୟ ନଥିବାବେଳେ ୬୧,୫୪୦ ସ୍କୁଲରେ ଥିବା ଶୌଚାଳୟ ଆଦୌ ବ୍ୟବହାର ଉପଯୋଗୀ ନଥିବା ଜଣାପଡିଛି। ୧୪,୫୦୫ ସ୍କୁଲରେ ପିଲାଙ୍କ ପାଇଁ ପାନୀୟ ଜଳର ସୁବିଧା ନାହିଁ। ୫୯,୮୨୯ଟି ସ୍କୁଲରେ ହାତ ଧୋଇବା ବ୍ୟବସ୍ଥା ନଥିବା ରିପୋର୍ଟରୁ ଜଣାପଡିଛି। ଦେଶରେ କେବଳ ୫୧.୭ ପ୍ରତିଶତ ସ୍କୁଲରେ ସାଇନ୍ସ ଲ୍ୟାବ୍‌ ରହିଛି। ଏହା ବ୍ୟତୀତ ୧,୦୪,୧୨୫ଟି ସ୍କୁଲରେ କେବଳ ଜଣେ ଶିକ୍ଷକ କାର୍ଯ୍ୟରତ। ପୁନଶ୍ଚ ଶିକ୍ଷକ-ଛାତ୍ର ଅନୁପାତକୁ ନେଇ ନିରାଶାଜନକ ତଥ୍ୟ ସାମନାକୁ ଆସିଛି। ଏହି ପ୍ରସଙ୍ଗରେ ଝାଡ଼ଖଣ୍ଡ ସର୍ବାଗ୍ରେ ରହିଛି।

ସାଧାରଣତଃ ଶିକ୍ଷକ-ଛାତ୍ର ଅନୁପାତ ୧୮:୧ ରହିବା ଜରୁରୀ ଥିବାବେଳେ ଝାଡ଼ଖଣ୍ଡରେ ଏହା ୪୭:୧ ରହିଛି। ବିହାର, ଝାଡ଼ଖଣ୍ଡ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ପ୍ରାଥମିକ ଶିକ୍ଷକ ପଦ ବହୁସଂଖ୍ୟାରେ ଖାଲି ପଡିଛି। ବିହାରରେ ୨,୦୮,୭୮୪, ଝାଡ଼ଖଣ୍ଡରେ ୮୦,୩୪୧ ଏବଂ ମଧ୍ୟପ୍ରଦେଶରେ ୪୭,୧୨୨ଟି ପ୍ରାଥମିକ ଶିକ୍ଷକ ପଦ ଖାଲି ପଡିଥିବା ଜଣାପଡିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି ଜଣେ ଶିକ୍ଷକ ଯେଉଁ ବିଷୟରେ ପାଠ ପଢାଉଛନ୍ତି, ସେହି ବିଷୟରେ ତାଙ୍କର ଜ୍ଞାନ ଯଥେଷ୍ଟ କମ ରହିଛି। ସରକାରୀ ସ୍କୁଲର ପ୍ରାୟ ୧୫ ପ୍ରତିଶତ ଶିକ୍ଷକ ସେମାନେ ପଢାଉଥିବା ବିଷୟରେ ୬୦ ପ୍ରତିଶତ ନମ୍ବର ରଖିପାରୁନାହାନ୍ତି। ଦୁଇ ପ୍ରତିଶତ ଶିକ୍ଷକ ଗଣିତରେ ୭୦ ପ୍ରତିଶତରୁ ଅଧିକ ନମ୍ବର ରଖିବାରେ ବିଫଳ ହୋଇଥିବା ପ୍ରକାଶ। ପୁନଶ୍ଚ ଶିକ୍ଷକଙ୍କୁ ନିର୍ବାଚନ, ସର୍ଭେ ଏବଂ ଜନଗଣନା ଭଳି କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ବର୍ଷକୁ ହାରାହାରି ୧୪ ପ୍ରତିଶତ ଶିକ୍ଷାଦାନ ଦିବସ ନଷ୍ଟ ହେଉଛି। ସବୁଠାରୁ ଆଶ୍ଛର୍ଯ୍ୟଜନକ ପ୍ରସଙ୍ଗ ହେଉଛି ଦେଶର ୭୯୯୩ ସରକାରୀ ସ୍କୁଲରେ ଜଣେ ହେଲେ ପିଲା ନାହାନ୍ତି।
ପଶ୍ଚିମବଙ୍ଗରେ ସର୍ବାଧିକ ୩୮୧୨ଟି ଏଭଳି ସ୍କୁଲ ଥିବାବେଳେ ତେଲଙ୍ଗାନାରେ ୨୨୪୫ଟି ସ୍କୁଲ ରହିଛି। ମାଧ୍ୟମିକ ଶ୍ରେଣୀରୁ ପାଠପଢା ଛାଡିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ଉଦବେଗଜନକ ସ୍ଥିତିରେ ପହଞ୍ଚିଛି। ପଶ୍ଚିମବଙ୍ଗରେ ୨୦ ପ୍ରତିଶତ, ଅରୁଣାଚଳ ପ୍ରଦେଶରେ ୧୮.୩ ଏବଂ ଆସାମରେ ୧୭.୫ ପ୍ରତିଶତ ଛାତ୍ର ଅଧାରୁ ପାଠ ଛାଡୁଥିବା ଲକ୍ଷ୍ୟ କରାଯାଇଛି। ବର୍ତ୍ତମାନ ବିହାର ଓ ଉତ୍ତର ପ୍ରଦେଶରେ ଏଭଳି ଛାତ୍ରଙ୍କ ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଛି। ଭାରତରେ ଶିକ୍ଷା ବାବଦକୁ ଜିଡିପିର ୪.୬ ପ୍ରତିଶତ ଖର୍ଚ୍ଚ କରାଯାଉଛି। ସର୍ବୋପରି ଦେଶରେ ଶିକ୍ଷାର ମାନ ପ୍ରସଙ୍ଗରେ ଓଡ଼ିଶା, ପଞ୍ଜାବ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର ଓ ରାଜସ୍ଥାନ ଉନ୍ନ ପ୍ରଦର୍ଶନ କରୁଥିବା ରିପୋର୍ଟରୁ ଜଣାପଡିଛି।

  • Related Posts

    ୨୫ ବିଧାୟକଙ୍କୁ ଦଳରୁ ବହିଷ୍କାର କଲା ଏଆଇଏଡିଏମକେ

    ଚେନ୍ନଇ:ତାମିଲନାଡୁରେ ଦୁଇ ଫାଳ ହେଲା ଏଆଇଏଡିଏମକେ। ତାମିଲନାଡୁ ବିଧାନସଭା ନିର୍ବାଚନ ପରେ ଏଆଇଏଡିଏମକେରେ ଦେଖା ଯାଇଥିବା ବିବାଦ ଏବେ ତୀବ୍ର ରୂପ ଧାରଣ କରିଛି। ବୁଧବାର ଏଆଇଏଡିଏମକେର ମୁଖିଆ ଇଡାପାଡି କେ ପଲାନିସ୍ୱାମୀ ବିଦ୍ରୋହୀ ନେତାଙ୍କ ବିରୋଧରେ ଗ୍ରହଣ କରିଛନ୍ତି କାର୍ୟ୍ୟାନୁଷ୍ଠାନ।…

    Continue reading
    ଯଦି ଯୁଦ୍ଧ ଚାଲିବ ତେଲ ଦର ନିଶ୍ଚିତ ବଢ଼ିବ ଆର୍.ବି.ଆଇ:ଗଭର୍ଣ୍ଣର

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ସାରା ବିଶ୍ବରେ ପେଟ୍ରୋଲ ଓ ଡିଜେଲ ମହଙ୍ଗା ହୋଇଛି। କିନ୍ତୁ ଭାରତରେ ଆଜି ପର୍ଯ୍ୟନ୍ତ ତାହା ସ୍ଥିର ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବିଶ୍ବର ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ପଥ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ସ୍ବାଭାବିକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ