
ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଉଠୁପଡୁଛି ପଶ୍ଚିମ ଓଡ଼ିଶା । ଘରେ ଘରେ ଉତ୍ସବର ମାହୋଲ । ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ସମେତ ବିଭିନ୍ନ ଦେବଦେବୀଙ୍କ ପୀଠରେ ଲାଗି ହେବ ପ୍ରଥମ ନବାନ୍ନ । ସବୁପ୍ରକାର ପ୍ରସ୍ତୁତି ସରିଛି । ଘରେ ଘରେ ଚାଲିଛି ପିଠାପଣା ପ୍ରସ୍ତୁତି । ଇଷ୍ଟଦେବୀଙ୍କ ନିକଟରେ ନୂଆଧାନ ଲାଗି ହେବା ପରେ ପରିବାର ଖାଇବେ ନବାନ୍ନ ନୂଆଁଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇପଡ଼ିଛି । ଏହାରି ଭିତରେ ପଶ୍ଚିମ ଓଡ଼ିଶା ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଆମର୍ ସଂସ୍କୃତି, ସମୃଦ୍ଧି ଆର୍ ଏକତାର ପ୍ରତୀକ୍ ନୂଆଁଖାଇ ତିହାର୍ ଉଧେ ସମ୍କୁ ମୋର୍ ଅଭିନନ୍ଦନ୍ ଆର୍ ଜୁହାର୍ । ନୂଆଁ ଆଶା ନେଇକରି ଆସିଥିବାର୍ ଇ ତିହାର୍ ସମକର୍ ଜୀବନଥି ସୁଖ, ଶାନ୍ତି ଆର୍ ସମୃଦ୍ଧି ଭରିଦେଉ, ଇଟା ହିଁ ମୁଇଁ ମାଁ ସମଲେଇଙ୍କର ପାହାତଲେ ଗୁହାରି କରୁଛେଁ।