ନୂଆପଡ଼ାରେ ନକଲି ଭୋଟରଙ୍କୁ ଆୟୁଧ କରିଛି ବିଜେପି: ବିଜେଡି

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନରେ ନକଲି ଭୋଟର । ନୂଆପଡ଼ାର ଅସଲି ଭୋଟରଙ୍କ ଜାଗାରେ ଭୋଟ ଦେଇଛନ୍ତି ଛତିଶଗଡ଼ରୁ ଆସିଥିବା ଲୋକ । ଆଜି ମତଦାନକୁ ନେଇ ଏପରି ସାଙ୍ଘାତିକ ଅଭିଯୋଗ ଆଣି ବିଜେପି ଉପରେ ପ୍ରଚଣ୍ଡ ଆକ୍ରମଣ କରିଛି ବିଜୁ ଜନତା ଦଳ । ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାଖଲ ଅଭିଯୋଗ ପତ୍ରରେ କୁହାଯାଇଛି ଯେ, ନୂଆପଡ଼ା ଉପନିର୍ବାଚନରେ ବ୍ୟାପକ ହେରଫେରରେ ବିଜେପି ସାମିଲ ଅଛି । ଏକ ବଡ଼ ଷଡ଼ଯନ୍ତ୍ରକ୍ରମେ ବିଜେପି ଛତିଶଗଡ଼ ଓ ଅନ୍ୟାନ୍ୟ ସ୍ଥାନରୁ ଲୋକଙ୍କୁ ଆଣି ସଂଗଠିତ ଭାବେ ବିଭିନ୍ନ ବୁଥ୍ ନିକଟରେ ରଖିଥିଲା । ସେମାନେ ନକଲି ପରିଚୟପତ୍ର ବଳରେ ବିଭିନ୍ନ ବୁଥ୍ରେ ପଶି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ସପକ୍ଷରେ ଭୋଟ ଦେଇଛନ୍ତି ବୋଲି ବିଜେଡି ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି ।
ବିଜେଡ କହିଛି ଯେ, କ୍ଷମତା ହାତେଇବା ନିଶାରେ ବିଜେପି ନେତାମାନେ ଲୋକତନ୍ତ୍ରକୁ ଥଟ୍ଟା ମଜାରେ ପରିଣତ କରିଛନ୍ତି । ନୂଆପଡ଼ାବାସୀଙ୍କ ଆକ୍ରୋଶ ଭୋଟରେ ପ୍ରତିଫଳିତ ହେଉଥିବା ଦେଖି ବିଜେପି ବିରାଟ ବଡ଼ ଷଡ଼ଯନ୍ତ୍ର କ୍ରମେ ନକଲି ଭୋଟରଙ୍କ ସହାୟତା ନେଇ ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ପଛାଇ ନାହିଁ । ସୁଚିନ୍ତିତ ଯୋଜନାକ୍ରମେ ଅପରାହ୍ନ ୩.୩୦ ପରେ ନକଲି ଭୋଟର ମାନଙ୍କୁ ବିଭିନ୍ନ ବୁଥ୍ରେ ପଶିବା ପାଇଁ ନିଦେ୍ର୍ଦଶ ଦିଆଯାଇଥିଲା । ଦୂରଦୂରାନ୍ତରୁ ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ କାହିଁ କେତେ ସାଧାରଣ ଭୋଟର ଧାଇଁ ଆସିଥିଲେ । କିନ୍ତୁ ନକଲି ଭୋଟର ଓ ପ୍ରଶାସନିକ ବିଫଳତା ପାଇଁ ସେମାନେ ନିଜ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ ହେଲେ । ନୂଆପଡ଼ାର ସମସ୍ତ ଅତିସମ୍ୱେଦନଶୀଳ ବୁଥ୍ ଗୁଡ଼ିକ ସମ୍ପର୍କରେ ବିଜେଡି ଆଗୁଆ ସୂଚନା ଦେଇ ବିହିତ ପଦକ୍ଷେପ ନେବା ଲାଗି ଅନୁରୋଧ କରିଥିଲା । କିନ୍ତୁ କିଛି କାର୍ୟ୍ୟାନୁଷ୍ଠାନ ହେଲା ନାହିଁ । ସବୁ ନୀତି, ନୈତିକତାକୁ ଜଳାଞ୍ଜଳି ଦେଇ ବିଜେପି ନୂଆପଡ଼ା ଉପନିର୍ବାଚନ ଜିତିବା ପାଇଁ ଉଦ୍ୟମ କରିଛି ।
ଏହାକୁ ବିଜେଡି ଘୋର ନିନ୍ଦା କରିବା ସହିତ ନିର୍ବାଚନର ପବିତ୍ରତା ରକ୍ଷା କରିବା ପାଇଁ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛି । ବିଜେଡିର ଏହି ପ୍ରତିନିଧି ଦଳରେ ଶ୍ରୀମତୀ ସୁଲତା ଦେଓ, ଡ଼ ଲେନିନ୍ ମହାନ୍ତି, ଶ୍ରୀ ମିହିର ରାୟ, ଶ୍ରୀ ତୁମ୍ୱନାଥ ପଣ୍ଡା, ଶ୍ରୀମତୀ ଇପସୀତା ସାହୁ, ଶ୍ରୀ ନାରାୟଣ ଜେନା, ସୋଫିଆ ଆଲାମ, ଶ୍ରୀମତୀ ରୀତାଞ୍ଜଳି ପ୍ରଧାନ, ଶ୍ରୀମତୀ ଇଲ୍ଲା ସ୍ୱାଇଁ, ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପରିଡ଼ା ଓ ଶ୍ରୀମତୀ ଅଂଶୁ ତି୍ରପାଠୀ ସାମିଲ ଥିଲେ ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ