ନୂଆପଡାର ମହିଳାଙ୍କ ଭୋଟ ଅଧିକାର ଛଡ଼ାଇ ନେଲେ: ବିଜେଡି

ଭୁବନେଶ୍ୱର,: ଗଣତନ୍ତ୍ରର ମହାନ୍ ପର୍ବରେ ସାମିଲ ହେବା ପାଇଁ ୫ କିଲୋମିଟର ଦୂରରୁ ମତଦାନ କେନ୍ଦ୍ର ପର୍ୟ୍ୟନ୍ତ ଚାଲି ଚାଲି ଆସିଲେ । ବିଶ୍ୱାସ ଥିଲା ଭୋଟ ଦେଇ ନେତା ବାଛିବେ । କିନ୍ତୁ ମତଦାନ କେନ୍ଦ୍ରରେ ଜାଣିବାକୁ ପାଇଲେ ତାଙ୍କ ନାମରେ କେହି ଭୋଟ ଦେଇ ଚାଲିଯାଇଛି । ବିଜେପିର ଚଞ୍ଚକତା ପାଇଁ ସମ୍ପୃକ୍ତ ମହିଳା ଜଣକ ମତଦାନ ଅଧିକାରରୁ ବଞ୍ଚିତ ହେଲେ ବୋଲି ବିଜୁ ଜନତା ଦଳ (ବିଜେଡି) ନେତା ଓ ପ୍ରତିନିଧିମାନେ ଆଜି ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି ।
ବିଜେଡି ପକ୍ଷରୁ କୁହାଯାଇଛି ଯେ, ନୂଆପଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିଙ୍ଗାରି ଗ୍ରାମର ମହିଳା ଭୋଟର ଶ୍ରୀମତୀ ଜୟନ୍ତୀ ଛତ୍ରିଆଙ୍କ ନାମରେ ଆଉ କେହି ଭୋଟ ଦେଇଛି । ଭୋଟ ଅଧିକାର ଅସ୍ୱୀକାର ଘଟଣାକୁ ଗୁରୁତର ଭାବରେ ନିନ୍ଦା କରିଛନ୍ତି । ଶ୍ରୀମତୀ ଛତ୍ରିଆ, କେତେ ଦୂରରୁ ଚାଲି ଚାଲି କୋମନା ବ୍ଲକ ଅଧୀନ ବୁଥ୍ ନମ୍ୱର ୩୫୧କୁ ନିଜର ସାମ୍ୱିଧାନିକ ଅଧିକାର ସାବ୍ୟସ୍ତ କରିବା ପାଇଁ ପହଁଚିଥିଲେ । କିନ୍ତୁ ସେଠାରେ କାର୍ୟ୍ୟରତ ନିର୍ବାଚନ କର୍ମଚାରୀମାନେ ଭୋଟ ଦେବା ପାଇଁ ଅନୁମତି ଦେଇନଥିଲେ । ସେମାନେ ତାଙ୍କୁ କହିଥିଲେ ଯେ, ତୁମେ ଭୋଟ ଦେଇସାରିଛ । ତେବେ ଏକ ନୁ୍ୟଜ୍ ଚ୍ୟାନେଲକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଛତ୍ରିଆ ନିଜ ଆଙ୍ଗୁଠି ଦେଖାଇକି ପ୍ରମାଣ କରିଥିଲେ ଯେ, ତାଙ୍କ ଆଙ୍ଗୁଠିରେ କୌଣସି ଅମିଟ୍ ମିଷ୍ଟି (ନିର୍ବାଚନ ରଙ୍ଗ) ଲାଗିନଥିଲା । ଗଣତନ୍ତ୍ରର ପବିତ୍ର ପର୍ବ ନିର୍ବାଚନରେ ଅଂଶଗ୍ରହଣ କରିବାର ଅଧିକାର ହରାଇ ଥିବାରୁ ଶ୍ରୀମତୀ ଛତ୍ରିଆ ଗଭୀର ନିରାଶା ଓ ଦୁଃଖ ବ୍ୟକ୍ତ କରିଥିଲେ ।
ବିଜେଡି ନେତୃବୃନ୍ଦ କହିଛନ୍ତି ଯେ, ଏହା ଗୋଟିଏ ଘଟଣା ନୁହେଁ ବରଂ ନିର୍ବାଚନରେ ପ୍ରଶାସନର ଗମ୍ଭୀର ବିଫଳତାର ବଳିଷ୍ଠ ଉଦାହରଣ । ଭୋଟ ଦେବା ଅଧିକାର ଗଣତନ୍ତ୍ରର ସର୍ବପ୍ରଥମ ଅଧିକାର । କିନ୍ତୁ ନୂଆପଡ଼ାରେ ଲୋକଙ୍କୁ ତାଙ୍କର ମୌଳିକ ଅଧିକାରରୁ ବଞ୍ଚିତ କରାଯାଉଛି । ବିଜେଡି ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ଏହାର ବିଧିବଦ୍ଧ ତଦନ୍ତ କରି ଦାୟୀ ଅଧିକାରୀମାନଙ୍କ ଉପରେ କଠୋର କାର୍ୟ୍ୟାନୁଷ୍ଠାନ ନେବା ସହିତ ସାରା ରାଜ୍ୟ ପାଇଁ ଉଦାହରଣ ରଖିବା ପାଇଁ ନିର୍ବାଚନ ଅଧିକାରୀ ପଦକ୍ଷେପ ନିଅନ୍ତୁ ବୋଲି ବିଜେଡି ଦାବି ଜଣାଇଛି । ବିଜେଡିର ଉକ୍ତ ପ୍ରତିନିଧି ଦଳରେ ଶ୍ରୀମତୀ ସୁଲତା ଦେଓ, ଡ଼ ଲେନିନ୍ ମହାନ୍ତି, ଶ୍ରୀ ମିହିର ରାୟ, ଶ୍ରୀ ତୁମ୍ୱନାଥ ପଣ୍ଡା, ଶ୍ରୀମତୀ ଇପସୀତା ସାହୁ, ଶ୍ରୀ ନାରାୟଣ ଜେନା, ସୋଫିଆ ଆଲାମ, ଶ୍ରୀମତୀ ରୀତାଞ୍ଜଳି ପ୍ରଧାନ, ଶ୍ରୀମତୀ ଇଲ୍ଲା ସ୍ୱାଇଁ, ଶ୍ରୀମତୀ ଜ୍ୟୋତ୍ସ୍ନାମୟୀ ପରିଡ଼ା ଓ ଶ୍ରୀମତୀ ଅଂଶୁ ତି୍ରପାଠୀ ଉପସ୍ଥିତ ଥିଲେ ।

  • Related Posts

    ମୋଦି ସରକାର ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି:ରାହୁଲ

    ‘ଆମେ ଜାଣିଛୁ, ଭୋଟ ଚୋରି ନେଇ ହେଉଥିବା ଆନ୍ଦୋଳନ ଯୋଗୁ ଆପଣ ରାତିରେ ଶୋଇ ପାରୁ ନାହାନ୍ତି। କିନ୍ତୁ ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ଏହି ଆନ୍ଦୋଳନ ଆପଣଙ୍କ ଇସ୍ତଫାକୁ ସୁନିଶ୍ଚିତ କରିବ।’ ଆଜି ଏଭଳି କିଛି କହି ମୁଖ୍ୟ…

    Continue reading
    ଏବିଭିପିର ବଡ଼ ସଫଳତା, ୬୦ ମହାବିଦ୍ୟାଳୟର ୨୫୨ ପଦବୀରେ ନିର୍ଦ୍ୱନ୍ଦ୍ୱରେ ବିଜୟ

    ଭୁବନେଶ୍ବର: ଓଡ଼ିଶାରେ ଆଗାମୀ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ଏକ ବଡ଼ ସଫଳତା ହାସଲ କରିଛି । ରାଜ୍ୟର ୬୦ଟି ମହାବିଦ୍ୟାଳୟରେ ଏବିଭିପିର ପ୍ରାର୍ଥୀମାନେ ୨୫୨ଟି ପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ