ନୂଆପଡାରେ ସରିଲା ପ୍ରଚାର, ଲାଗୁ ହେଲା ନୀରବ ଅବଧି

ଭୁବନେଶ୍ୱର: ନୂଆପଡାରେ ସରିଲା ଘମାଘୋଟ ହାଇଭୋଲଟେଜ୍ ପ୍ରଚାର । ଦିନକରେ ପରେ ପଡିବ ଭୋଟ । ନୂଆ ବିଧାୟକ ବାଛିବେ ନିର୍ବାଚନ ମଣ୍ଡଳୀବାସୀ । ଆଜି ଅହରହ ପ୍ରଚାରରେ କମ୍ପୁଥିବା ନୂଆପଡା ଶାନ୍ତ ପଡିଛି । କାରଣ ଏହି ନିର୍ବାଚନ ମଣ୍ଡଳୀରେ ନୀରବ ଅବଧି ଆରମ୍ଭ ହୋଇଯାଇଛି । ଏପଟେ ଭୋଟିଂ ପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛି ନିର୍ବାଚନ ଆୟୋଗ । ଆସନ୍ତା ୧୧ ତାରିଖରେ ହେବ ଭୋଟ୍ କ୍ଷ ତେବେ ପ୍ରଚାର ଶେଷ ଦିନରେ ଜୋରଦାର ପ୍ରଚାର କରିଛନ୍ତି ୩ ପ୍ରମୁଖ ଦଳର ପ୍ରାର୍ଥୀ ।ଦିନ ତମାମ ଘୋ ଘା ପ୍ରଚାର ଆଉ ହାଇ ପ୍ରୋଫାଇଲ୍ ନେତାଙ୍କ ଭିଡ ଭିତରେ ଆଜି ଶାନ୍ତ ପଡିଛି ନୂଆପଡା । ଅପରାହ୍ମ ୪ଟାରୁ ଲାଗୁ ହୋଇଛି ସାଇଲେଣ୍ଟ ଅବଧି । ଅନ୍ୟ ଜିଲ୍ଲାରୁ ଯେଉଁମାନେ ନୂଆପଡା ଯାଇଥିଲେ ସେମାନେ ଜିଲ୍ଲା ଛାଡିଦେଇଛନ୍ତି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆରଏସ ଗୋପାଳନ । ତବେ ସବୁ ପୁଲିଂ ଶାନ୍ତି ଶୃଙ୍ଖଳାରେ ହେବ ଏବଂ ୪୭ ସମ୍ବେଦନଶୀଳ ବୁଥରେ ପୋଲିସ ବ୍ୟବସ୍ଥା କଡାକଡି ହୋଇଛି । କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ଅଛନ୍ତି । ସାଇଲେଣ୍ଟ ଆଓ୍ୱାରରେ ଏକାକୀ ପ୍ରୀର୍ଥୀ ଘର ଘର ବୁଲି ପ୍ରଚାର କରିପାରିବେ । କିନ୍ତୁ ଗୋଷ୍ଠୀ କରି ଯାଇପାରିବେ ନାହିଁ । ରାତି ୧୦ ପରେ ସମ୍ପୂର୍ଣ୍ଣ ପ୍ରଚାର ବନ୍ଦ ବୋଲି କହିଛନ୍ତି ଆରଏସ୍ ଗୋପାଳନ ।ନୂଆପଡ଼ାରେ ନୀରବ ଅବଧି ଆରମ୍ଭ ହୋଇଛି । ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ଅପରାହ୍ନ ୪ରୁ ନୀରବ ଅବଧି ଆରମ୍ଭ ହୋଇଛି । ଅନ୍ୟ ଜିଲ୍ଲାରୁ ଯେଉଁମାନେ ଯାଇଥିଲେ ଛାଡ଼ି ସାରିଲେଣି । ପୋଲିଂ ପାର୍ଟି କାଲି ବାହାରି ସନ୍ଧ୍ୟା ସୁଦ୍ଧା ପୋଲିଂ ବୁଥ୍‌ରେ ପହଞ୍ଚିବେ । ସବୁ ବୁଥ୍‌ରେ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷାବଳ ମୁତୟନ ରହିବେ । ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ନେଇ ଆଶାବାଦୀ,” ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍‌. ଏସ୍‌. ଗୋପାଳନ ।ମୁଖ୍ୟ ନିର୍ବାଚନ ଅଧିକାରୀ ପୁଣି କହିଛନ୍ତି, “ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ବାହାରୁ ଯିଏ ନୂଆପଡ଼ା ଯାଇଛନ୍ତି ସମସ୍ତେ ବାହାରିଛନ୍ତି । ସମସ୍ତ ଗାଡ଼ି ଚେକ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ବାଚନ ମଣ୍ଡଳୀର ସମସ୍ତ ପ୍ରକୃତ ଭୋଟରଙ୍କର ଯାଞ୍ଚ ହେବ । ଶରୀର ଖରାପ କହି ଯିଏ ରହିବାକୁ କହିବେ ତାଙ୍କୁ ମେଡିକାଲ ବୋର୍ଡ ପରୀକ୍ଷଣ କରିବ । ପବ୍ଲିକ ମିଟିଙ୍ଗ, ପ୍ରୋସେସନ, ଟିଭି ମିଡିଆରେ ପ୍ରଚାର ପ୍ରସାର ୪୮ ଘଣ୍ଟା ପୂର୍ବରୁ ବନ୍ଦ । ଭୋଟରଙ୍କୁ ପ୍ରଭାବିତ କଲା ଭଳି ମିଡିଆ କଭରେଜ, ଇଲେକ୍ସନ କଣ୍ଟେଣ୍ଟ କଭରେଜ କରନ୍ତୁ ନାହିଁ । ଭୋଟରଙ୍କୁ ପ୍ରଭାବିତ କଲା ଭଳି ନ୍ୟୁଜ୍ କରନ୍ତୁ ନାହିଁ । ସୋସିଆଲ ମିଡିଆରେ ପଲିଟିକାଲ କଣ୍ଟେଣ୍ଟ ଯାହା ଭୋଟରଙ୍କୁ ପ୍ରଭାବିତ କରିବ ସେଭଳି ନ କରିବାକୁ ଅନୁରୋଧ । ୧୦ ତାରିଖ ସକାଳୁ ପୋଲିଂ ବୁଥ୍ ନିକଟକୁ ପୋଲିଂ ଅଧିକାରୀ ବାହାରିବେ କ୍ଷ”ବିଭିନ୍ନ ବୁଥକୁ ପୋଲିଂ ପାର୍ଟି ପଠାଇବାକୁ ଚାଲିଛି ଆୟୋଜନ । ଆଜି ସଂଧ୍ୟା କିମ୍ବା ଆସନ୍ତାକାଲି ସୁଦ୍ଧା ବୁଥରେ ପହଞ୍ଚିବେ କର୍ମଚାରୀ । ମାଓ ଅଧ୍ୟୁଷିତ ଅଂଚଳରେ ଥିବା ବୁଥକୁ ହେଲିକପ୍ଟରରେ ଯିବେ ପୋଲିଂ କର୍ମଚାରୀ । ଗୋତମା ଏୟାରଷ୍ଟ୍ରିପରେ ଗତକାଲି ରାତିରେ ଆସି ପହଞ୍ଚିଛି ବାୟୁସେନା ବିମାନ ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ