
ଭୁବନେଶ୍ୱର: କେବେ ହେବ ପଞ୍ଚାୟତ ଉପ-ନିର୍ବାଚନ ? ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ରାଜ୍ୟରେ ବହୁ ଦିନ ଧରି ଖାଲି ପଡିଛି ୱାର୍ଡ ମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ମେମ୍ବର ଏବଂ ଜିଲ୍ଲା ପରିଷଦ ପଦବୀ । ଏଥିପାଇଁ ଗତ ମେ’ ମାସ ୨୦ ତାରିଖରେ ବାହାରି ଥିଲା ନୋଟିଫିକେସନ । ହେଲେ ବିଜ୍ଞପ୍ତି ପ୍ରକାଶର କିଛି ସମୟ ପରେ ଏହାକୁ ସ୍ଥଗିତ ରଖାଯାଇଥିଲା । ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ କୁମାର ଦାସ ପ୍ରେସମିଟ୍ କରି କହିଥିଲେ ଯେ ସ୍ଥଗିତ ରହିଲା ପଞ୍ଚାୟତ ଉପ-ନିର୍ବାଚନ । ମୌସୁମୀ ପାଇଁ ସ୍ଥଗିତ ରଖିବାକୁ କମିଶନ ନିଷ୍ପତ୍ତି ନେଇଛନ୍ତି କ୍ଷ
ଏହାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, “ସରକାର ଆଉ ପଞ୍ଚାୟତ ଉପ ନିର୍ବାଚନ କରିବେ ନାହିଁ । ଖାଲି ପଞ୍ଚାୟତ ଉପ-ନିର୍ବାଚନ ନୁହଁ ଆଗକୁ ପଞ୍ଚାୟତ ନିର୍ବାଚନ ଏବଂ କଲେଜ ନିର୍ବାଚନ ମଧ୍ୟ ଏମାନେ କରି ପାରିବେ ନାହିଁ । ସବୁ ନିର୍ବାଚନ ଏ ସରକାର ବନ୍ଦ କରିଦେବ । କାହିଁକି ନା ଏମାନେ କେଉଁ ମୁହଁରେ ଲୋକମାନଙ୍କ ପାଖକୁ ଯିବେ ଭୋଟ ମାଗିବାକୁ । ସରକାରକୁ ଆସିବା ପୂର୍ବରୁ ଯାହା କହିଥିଲେ ତାକୁ ପୂରଣ କରି ପାରୁ ନାହାନ୍ତି । ବିଜେପି ରାଜ୍ୟ ସଭାପତି କହିଥିଲେ ଲୋକମାନଙ୍କ ଚିଟଫଣ୍ଡ୍ ପଇସା ଫେରାଇବେ । ତେବେ କେତେ ବାଟ ଗଲା । ଏବେ ସରକାର ମହିଳା ମାନଙ୍କ ସୁରକ୍ଷା ନେଇ ହରଡଘଣାରେ ସେମାନେ କେମିତି ଯିବେ ଲୋକୋ ମାନଙ୍କ ପାଖକୁ । ସେଥିପାଇଁ ଆଉ ନିର୍ବାଚନ କରିବା ପାଇଁ ଡରୁଛନ୍ତି ସରକାର । ନ ହେଲେ ପଞ୍ଚାୟତ ଉପ-ନିର୍ବାଚନ ପାଇଁ ସକାଳୁ ନୋଟିଫିକେସନ ସନ୍ଧ୍ୟାରେ ସ୍ଥଗିତ କରିଥାନ୍ତେ । କହିଲେ ପ୍ରାକ୍ ମୌସୁମୀ ପାଇଁ, ବର୍ଷା ଦିନରେ କଣ ଭୋଟ ଲୋକେ ଦେଇପାରିବେ ନାହିଁ । ତେଣୁ ସରକାର ଏବେ ବ୍ୟାକଫୁଟରେ ।”