ପଞ୍ଚାୟତ ନିର୍ବାଚନ : ନୂଆ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ

ଭୁବନେଶ୍ୱର: କଂଗ୍ରେସ ଏକାକି ନିର୍ବାଚନ ଲଢ଼ିବ। ବିଜେଡି ସହ ମେଣ୍ଟ କରିବ ନାହିଁ ବୋଲି ପିସିସି ସଭାପତି ଭକ୍ତଚରଣ ଦାସ ଘୋଷଣା କରିବା ପରେ ଏବେ ଦଳ ପଞ୍ଚାୟତ ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିବା ଆରମ୍ଭ କରିଛି । ନୂଆ ନୂଆ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ। ଖୁବ ଶୀଘ୍ର ପ୍ରତି ପଞ୍ଚାୟତରେ ନିଯୁକ୍ତ ହେବେ କଂଗ୍ରେସର ପଞ୍ଚାୟତ ସଂଯୋଜକ ବା କୋଅର୍ଡିନେଟର୍‌ । ସେହି ସଂଯୋଜକ ପ୍ରତି ପଞ୍ଚାୟତରେ କଂଗ୍ରେସର ବାର୍ତ୍ତା ପହଞ୍ଚାଇବେ ।
ସେହିପରି କଂଗ୍ରେସ ପ୍ରତି ପଞ୍ଚାୟତରେ ବୁଥ୍‌ ଲେଭେଲ୍‌ କମିଟି ଗଢ଼ିଛି । ପ୍ରତି ବୁଥରୁ ଜଣେ ଜଣେ କଂଗ୍ରେସ ନେତାଙ୍କ ତାଲିକା ଓ ତାଙ୍କର ଆଧାର କାର୍ଡ଼ ନମ୍ବର ସମେତ ବିସ୍ତୃତ ସୂଚୀ ବ୍ଲକସ୍ତରୀୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦିଆଯାଉଛି । ଏହା ସହିତ କଂଗ୍ରେସର ଛାମୁଆ ସଂଗଠନଗୁଡ଼ିକର ବି ପଞ୍ଚାୟତ କମିଟି ହେବ ବୋଲି କଂଗ୍ରେସ ମିଡିଆ ସେଲ୍‌ ଅଧ୍ୟକ୍ଷ ଅରବିନ୍ଦ ଦାସ ସୂଚନା ଦେଇଛନ୍ତି। ଅପରପକ୍ଷେ କଂଗ୍ରେସର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ପଞ୍ଚାୟତସ୍ତରରେ ସର୍ବୋଦୟ ସଂକଳ୍ପ ଶିବିର ଆୟୋଜନ କରିବ । ଏହି ଶିବିର ମାଧ୍ୟମରେ କଂଗ୍ରେସର ଯୋଗ୍ୟ ନେତା ଚିହ୍ନଟ ପ୍ରକ୍ରିୟା କରାଯିବ । ପ୍ରତି ପଞ୍ଚାୟତ ଓ ପ୍ରତି ଜିଲ୍ଲା ପରିଷଦ ଜୋନସ୍ତରୀୟ ନେତା ତାଲିକା ପ୍ରସ୍ତୁତ କରି ପିସିସିକୁ ସୁପାରିସ୍‌ କରାଯିବ ବୋଲି ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନର ଓଡ଼ିଶା ମୁଖ୍ୟ ସୁଦର୍ଶନ ଦାସ ସୂଚନା ଦେଇଛନ୍ତି ।
ଏହା ସହିତ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ପକ୍ଷରୁ ଗୋଟିଏ ମାଗଣା କଲ କରିବା ପାଇଁ ଟୋଲ ଫ୍ରି ନମ୍ୱର ଜାରି କରାଯିବ । ଏହା ବ୍ୟତୀତ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ପକ୍ଷରୁ ପ୍ରତି ପଞ୍ଚାୟତରେ ସ୍ଥାନୀୟ ସମସ୍ୟା ନେଇ ଜନ ଆନ୍ଦୋଳନ କରାଯିବ । ଏହା ସହିତ ପିସିସି ପକ୍ଷରୁ ଗଢ଼ା ଯାଇଥିବା ମନରେଗା ବଞ୍ଚାଅ ସମିତି ମଧ୍ୟ ପଞ୍ଚାୟତ ନିର୍ବାଚନରେ କାମ କରିବ । ଏହାର ରାଜ୍ୟ କମିଟିରେ ବହୁ ଶୀର୍ଷସ୍ତରୀୟ ନେତା ଥିବାରୁ ସେମାନଙ୍କୁ ମଧ୍ୟ ପଞ୍ଚାୟତ ସହିତ ଯୋଡ଼ାଯିବ । ବଡ଼ କାର୍ଯ୍ୟକ୍ରମ ଆୟୋଜନ କରି ରାଜ୍ୟସ୍ତରୀୟ ନେତାଙ୍କୁ ନିମନ୍ତ୍ରଣ କରାଯିବ । ଯାହା ଦ୍ୱାରା କଂଗ୍ରେସର ଭୋଟ୍‌ ହାର ୩୦ ପ୍ରତିଶତକୁ ବୃଦ୍ଧି କରିବାକୁ ଯୋଜନା ରହିଛି ବୋଲି ଶ୍ରୀ ଦାସ କହିଛନ୍ତି।

  • Related Posts

    ନବୀନଙ୍କ ଦଶା ଭୋଗିବେ କି ମମତା?

    କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଏବେ ନୂଆ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ଦୁଇଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବାକୁ ନିଷ୍ପତ୍ତି ନେଇଥିବା ଖବର ରାଜନୈତିକ ମହଲରେ ଅନେକ ପ୍ରଶ୍ନ ଉଠାଇଛି। ସାଧାରଣତଃ ଶକ୍ତିଶାଳୀ ନେତାମାନେ ନିଜ ଗଡ଼…

    Continue reading
    ଏକଜିଟ ପୋଲ: ପଶ୍ଚିମବଙ୍ଗରେ ଟିଏମସିକୁ ବିଜେପି କଡ଼ା ଚ୍ୟାଲେଞ୍ଜ ଦେବ

    ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ଶେଷ ହୋଇଛି ଭୋଟିଂ। ୧୪୨ଟି ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ଏପ୍ରିଲ ୨୩ରେ ପ୍ରଥମ ପର୍ଯ୍ୟାୟରେ ୧୫୨ଟି ଆସନ ପାଇଁ ବେଙ୍ଗଲବାସୀ ଭୋଟ ମତଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ରେକର୍ଡ ସଂଖ୍ୟକ ଭୋଟିଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା