ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡ଼ି ଘଟଣା: କଟକରେ ହେବ ଶବ ବ୍ୟବଚ୍ଛେଦ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଛାତ୍ରୀ ପୋଡ଼ି ଘଟଣାରେ ନୂଆ ମୋଡ । କଟକରେ ହେବ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ l ପୂର୍ବାହ୍ନ ୧୦ଟାରେ ମୃତଦେହ କେନ୍ଦ୍ରାପଡ଼ାରୁ କଟକ ଏସ୍‌ସିବି ମେଡିକାଲ ଅଭିମୁଖେ ବାହାରି ଯାଇଛି l କଡ଼ା ସୁରକ୍ଷା ମଧ୍ୟରେ କଟକ ସ୍ଥାନାନ୍ତର ହୋଇଛି ଛାତ୍ରୀଙ୍କ ମୃତଦେହ l କେନ୍ଦ୍ରାପଡାରେ FMT ଡାକ୍ତରଙ୍କ ଅଭାବ ଦର୍ଶାଇ ପୋଲିସ ଏହି ନିଷ୍ପତ୍ତି ନେଇଛି lସେପଟେ, ପୀଡ଼ିତାଙ୍କ ମା’ କହିଛନ୍ତି ମୋ ଝିଅଙ୍କୁ ନ୍ୟାୟ ମିଳୁ । ଦୋଷୀକୁ ଫାଶୀ ହେବା ଦରକାର । ମୋ ଝିଅ ତ ଗଲା । ଅଭିଯୁକ୍ତ କ’ଣ ଖୋଲା ବୁଲିବ । ତାକୁ ଫାଶୀ ହେଉ ବୋଲି ସେ କହିଛନ୍ତି ।

ବୁଧବାର କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳର ଜଣେ ଯୁବତୀ ନିଜ ଦେହରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମୃତ ଯୁବତୀ ଜଣଙ୍କ ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ । ଝିଅର ମୃତ୍ୟୁ ପରେ ସାଂଘାତିକ ଅଭିଯୋଗ ଆଣିଥିଲେ ବାପା । ତାଙ୍କ ମତରେ, ଜଣେ ଯୁବକ ତାଙ୍କ ଝିଅକୁ ବ୍ଲାକମେଲିଂ କରୁଥିଲା । ବାରମ୍ବାର ସେ ଝିଅର ଫଟୋ ଓ ଭିଡ଼ିଓ ଭାଇରାଲ୍ କରିବାକୁ ଧମକ ମଧ୍ୟ ଦେଉଥିଲା । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ଥାନା ଅଧିକାରୀ ଅଭିଯୋଗକୁ ରଖିନଥିଲେ । ବରଂ ଫୋନ୍‌ରେ ସେ ପୁଅର ନମ୍ବର ବ୍ଲକ୍ କରିବାକୁ କହିଥିଲେ । ଶେଷରେ ଯୁବତୀ ଜଣଙ୍କ ବାରମ୍ବାର ବ୍ଲାକମେଲିଂର ଧମକ ପାଇଁ ଆତ୍ମହତ୍ୟା କରିବାକୁ ପଛାଇନଥିଲା । ନିଜ ଦେହରେ କିରୋସିନ ଢାଳି ଆତ୍ମହତ୍ୟା କରିଥିଲେ ବୋଲି ତାଙ୍କ ବାପା କହିଥିଲେ । ତେବେ ଜଣେ ଥାନା ଅଧିକାରୀଙ୍କ ନାଁରେ ଏପରି ସଙ୍ଗୀନ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି । ତୁରନ୍ତ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାର ଏଏସ୍‌ଆଇ ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଏସ୍‌ଆଇଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି କେନ୍ଦ୍ରାପଡ଼ା ଏସ୍‌ପି । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କରିଛନ୍ତି ଏସ୍‌ପି ।

  • Related Posts

    ୫ ଜିଲ୍ଲାକୁ ଝଡ଼ବର୍ଷା ସତର୍କତା

    ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ, ଉପକୂଳରେ ଥଣ୍ଡା। ଗତ କିଛି ଦିନ ହେବ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିଛି। ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ…

    Continue reading
    ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ ମୃତ

    ଆସିକା: ଶେଷରେ ଜୀବନ ହାରିଲେ କିରୋସିନି ଢାଳି ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ । ବ୍ରହ୍ମପୁର ଏମକେସିଜି ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଇ ଗାଁର ଛାତ୍ରୀଙ୍କର । ଗତ ୨୮ ତାରିଖରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ