ନବେ ଦଶକରେ ଭାରତୀୟ ଟିଭି ଦୁନିଆର ସବୁଠାରୁ ଚର୍ଚ୍ଚିତ ଶୋର ହିରୋ ଶକ୍ତିମାନ ଓ ଭିଲେନ୍ କିଲ୍ବିଷ୍ର ଲଢେ଼ଇ ଦେଖିଦେଖି ବଡ ହୋଇଥିବା ପିଲାମାନେ ଏବେ ପିଲାମାନଙ୍କ ବାପା ମାଆ ହେବେଣି କିନ୍ତୁ ଏହି ଦୁଇ ଚରିତ୍ରଙ୍କର ଲଢେ଼ଇ ସରୁନି। ଏଭଳି କିଛି ଚର୍ଚ୍ଚା ହେଉଛି ସାମାଜିକ ଗଣମାଧ୍ୟମରେ ତେବେ ଲଢେ଼ଇର କାରଣ ଶକ୍ତିପୁଞ୍ଜ ନୁହେଁ। ଲଢେ଼ଇର କାରଣ ହେଲେ ରଣବୀର ସିଂହ । ମାନେ ଶକ୍ତିମାନ କାହାଣୀକୁ ନେଇ ଏକ ଚଳଚିତ୍ର ନିର୍ମାଣ ହେବାକୁ ଯାଉଛି ଯାହାର ମୁଖ୍ୟ ଅଭିନେତା ଭାବେ ରଣବୀର ସିଂହଙ୍କ ନାମ ଚର୍ଚ୍ଚା ହେବା ପରେ ଓରିଜିନାଲ ଶକ୍ତିମାନ-ମୁକେଶ ଖାନ୍ନା ଏହାକୁ ବିରୋଧ କରିଛନ୍ତି । ତାଙ୍କ ମତରେ ରଣବୀର ସଂହିଙ୍କ ପ୍ରକୃତ ଛବି ଶକ୍ତିମାନ ଭଳି ଚରିତ୍ର ସହ ଫିଟ୍ ନୁହେଁ ଆଉ ରଣବୀରଙ୍କ ଭଳି ଅଭିନେତା ହିଁ ଏଭଳି ଚରିତ୍ରଙ୍କୁ ଉପଯୁକ୍ତ ନ୍ୟାୟ ଦେଇପାରିବେ ବୋଲି କହିଛନ୍ତି କିଲ୍ବିଷ୍ ମାନେ ସୁରେନ୍ଦ୍ର ପାଲ। ଖାଲି ସେତିକି ନୁହେଁ ସୁରେନ୍ଦ୍ର ମୁକେଶ ଖାନ୍ନାଙ୍କୁ ତାଙ୍କ ଚିନ୍ତାଧାରାକୁ ସଂକୀର୍ଣ୍ଣ ନକରି ଉନ୍ମୁକ୍ତ କରିବାକୁ ବି ପରାମର୍ଶ ଦେଇଛନ୍ତି ।
ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ
ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…




