ନୂଆଦିଲ୍ଲୀ,0୪/୧୧: ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ତଥା ଦେଶର ପ୍ରତିଷ୍ଠିତ ଶିଳ୍ପପତି ଗୋପୀଚାନ୍ଦ ପି ହିନ୍ଦୁଜାଙ୍କ ପରଲୋକ ଘଟିଛି । ଲଣ୍ଡନରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୋପୀଚାନ୍ଦ ହିନ୍ଦୁଜାଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ସେ ଦୀର୍ଘ ୬୦ ବର୍ଷ ଧରି ହିନ୍ଦୁଜା କମ୍ପାନୀକୁ ବିଶ୍ୱ ସ୍ତରରେ ପହଁଚାଇବାକୁ କାମ କରିଛନ୍ତି । ୨୦୨୩ରେ ତାଙ୍କ ବଡ଼ ଭାଇ ଶ୍ରୀଚନ୍ଦ ପରମାନନ୍ଦ ହିନ୍ଦୁଜାଙ୍କ ଦେହାନ୍ତ ପରେ ସେ ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ହୋଇଥିଲା । ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ । ତାଙ୍କୁ ଆଜି ଲଣ୍ଡନର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କର ଦେହାନ୍ତ ହୋଇଛି । ଗୋପୀଚାନ୍ଦଙ୍କ ପରିବାରରେ ଦୁଇ ପୁଅ ଏବଂ ଝିଅ ଅଛନ୍ତି । ୧୯୪୦ ଜାନୁୟାରୀ ୨୯ ତାରିଖରେ ଗୋପୀଚାନ୍ଦ ଜନ୍ମ ଗ୍ରହଣ କରିଥିଲେ । ସେ ମୁମ୍ବାଇର ହିନ୍ଦ କଲେଜରୁ ଶିକ୍ଷା ଗ୍ରହଣ କରିଥିଲେ । ତାଙ୍କ ପାରିବାରିକ ବ୍ୟବସାୟ ସିନ୍ଧି ବ୍ୟବସାୟ ଉପରେ ଥିଲା । ଗୋପୀଚାନ୍ଦ ପାରିବାରିକ ବ୍ୟବସାୟରେ ଯୋଗ ଦେଇଥିଲେ । ସେ ତାଙ୍କ ଭାଇ ଶ୍ରୀଚନ୍ଦଙ୍କ ସହିତ ମିଶି ହିନ୍ଦୁଜା ଗ୍ରୁପକୁ ଟ୍ରେଡ଼ିଂ ବ୍ୟବସାୟରୁ ଅଟୋମୋବାଇଲ, ଶକ୍ତି, ମିଡ଼ିଆ, ବ୍ୟାଙ୍କିଙ୍ଗ୍ ଏବଂ ଇସ୍ପାତକୁ ବିସ୍ତାର କରିଥିଲେ । ଗୋପୀଚାନ୍ଦଙ୍କ ନେତୃତ୍ୱରେ ହିନ୍ଦୁଜା ଗ୍ରୁପ ୧୯୮୪ରେ ଗଲ୍ଫ ଅଏଲ୍ ଇଣ୍ଟରନ୍ୟାସନାଲକୁ ଅଧିଗ୍ରହଣ କରିଥିଲେ । ଏହା ପରେ ୧୯୮୭ରେ ଅଶୋକ ଲେଲ୍ୟାଣ୍ଡକୁ ଅଧିଗ୍ରହଣ କରିଥିଲେ ।
‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…


