ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରେସ୍‌ରେ ୬ ବଡ଼ ନାମ: ଆଗରେ ଶୁଭେନ୍ଦୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ବିଜେପି ଜିତିବା ପରେ ଏବେ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ, ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ଏମିତି ଦେଖିଲେ ବିଜେପି ନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରି ନ ଥାଏ । ଦଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ବଡ଼ ଶକ୍ତି । ରାଜ୍ୟରେ ପ୍ରଚାର ଲାଗି ସେ ୨୦ରୁ ଅଧିକ ଜନସଭା କରିଥିଲେ ।
ସୂତ୍ର ଅନୁସାରେ, ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ୬ ଜଣ ପ୍ରମୁଖ ନେତାଙ୍କ ନାମ ସାମ୍ନାକୁ ଆସୁଛି । ସବୁଠୁ ଆଗରେ ଅଛନ୍ତି ଶୁଭେନ୍ଦୁ ଅଧିକାରୀ । ସେ ନନ୍ଦିଗ୍ରାମ ଓ ଭବାନୀପୁରରୁ ଲଢ଼ି ଜିତିଛନ୍ତି । ଦଳର ପ୍ରଚାର ଅଭିଯାନରେ ସେ ଆଗ ଧାଡ଼ିରେ ଥିଲେ । ତାଙ୍କ ପଛକୁ ଦିଲୀପ ଘୋଷଙ୍କ ନାମ ଆସୁଛି । ୨୦୨୧ରେ ବିଜେପିକୁ ମୁଖ୍ୟ ବିରୋଧୀ ଦଳ ବନାଇବାର ଶ୍ରେୟ ପୂର୍ବତନ ପ୍ରଦେଶ ଅଧ୍ୟକ୍ଷ ଦିଲୀପଙ୍କୁ ଦିଆଯାଏ । ଏବେ ସେ ଅଧ୍ୟକ୍ଷ ନାହାନ୍ତି । କିନ୍ତୁ ବେଙ୍ଗଲ ରାଜନୀତିରେ ତାଙ୍କ ପ୍ରଭାବ ଆଜି ବି କାଏମ ରହିଛି । ଏଭଳି ସ୍ଥିତିରେ ବେଙ୍ଗଲ ମୁଖ୍ୟମନ୍ତ୍ରୀ ଦୌଡ଼ରେ ତାଙ୍କୁ ଜଣେ ମଜଭୁତ ବିକଳ୍ପ ଭାବେ ଦେଖାଯାଏ ।
​​​​
ବେଙ୍ଗଲ ବିଜେପିର ଅଧ୍ୟକ୍ଷ ସମୀକ ଭଟ୍ଟାଚାର୍ୟ୍ୟ ଦଳରେ ସମସ୍ତଙ୍କୁ ସାଥିରେ ନେଇ ଚାଲିଥାନ୍ତି । ସେଥିପାଇଁ ସେ ବେଶ୍ ଲୋକପ୍ରିୟ । ପରଦା ପଛରେ ରହି ବିଜେପି ପାଇଁ ସେ ବଡ଼ ଭୂମିକା ନିର୍ବାହ କରିଛନ୍ତି । ତେଣୁ ତାଙ୍କୁ ଦଳ କମାଣ ଦେଇପାରେ । ଏହାଛଡ଼ା ବିଜେପି କୌଣସି ମହିଳା ନେତ୍ରୀଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ଉପରେ ବିଚାର କରିପାରେ । ପେସାରେ ଫ୍ୟାସନ ଡିଜାଇନର ଅଗ୍ନିମିତ୍ରା ପଲ୍‌ଙ୍କ ନାମ ଏଥିରେ ସବା ଉପରେ ରହିଛି । ନିର୍ବାଚନରେ ନିଜ ଆସନସୋଲ ଆସନକୁ ସେ ବଜାୟ ରଖିଛନ୍ତି । ଯଦି ବିଜେପି ରାଜ୍ୟରେ ମହିଳା ମୁଖ୍ୟମନ୍ତ୍ରୀ ଚୟନ କରେ, ତେବେ ଅଗ୍ନିମିତ୍ରା ନାମ ପ୍ରଥମେ ଆସିବା ସମ୍ଭାବନା ରହିଛି । ତାଙ୍କ ପଛକୁ ଥିବା ପୂର୍ବତନ ରାଜ୍ୟସଭା ସାଂସଦ ତଥା ସୋନାରପୁର ଦକ୍ଷିଣରୁ ବିଧାୟକ ରୁପା ଗାଙ୍ଗୁଲି ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ଭାବେ ତୃଣମୂଳ ସ୍ତରରୁ କାର୍ୟ୍ୟ କରିଛନ୍ତି । ତାଙ୍କ ଲୋକପ୍ରିୟତାକୁ ଦେଖିଲେ ବିଜେପି ତାଙ୍କୁ ବେଙ୍ଗଲ ମୁଖ୍ୟମନ୍ତ୍ରୀ ବନାଇବାକୁ ବିଚାର କରିପାରେ । ଏହାଛଡ଼ା ନିଶିଥ ପ୍ରାମାଣିକଙ୍କ ନାମ ବି ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ରହିଛି ।

  • Related Posts

    ବିହାରରେ କ୍ୟାବିନେଟ୍ ସମ୍ପ୍ରସାରଣ: ନିଶାନ୍ତଙ୍କ ସମେତ ୩୨ ଜଣ ମନ୍ତ୍ରୀ ଶପଥ ନେଲେ

    ପାଟନା : ବିହାରରେ ମନ୍ତ୍ରିମଣ୍ଡଳର ବିସ୍ତାର ଚାଲିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ମନ୍ତ୍ରିମଣ୍ଡଳ ବିସ୍ତାର କରାଯାଉଛି। ଏହି ପ୍ରକ୍ରିୟାରେ ଅନେକ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାର ମଧ୍ୟ ମନ୍ତ୍ରୀ…

    Continue reading
    ବେଙ୍ଗାଲୁରୁ ବଦଳରେ ଅହମ୍ମଦାବାଦରେ ଆଇପିଏଲ୍‌ ଫାଇନାଲ

    ନୂଆଦିଲ୍ଲୀ: ଆଇପିଏଲ-୧୯ର ପ୍ଲେଅଫ କାର୍ଯ୍ୟସୂଚୀ ବୁଧବାର ଘୋଷଣା କରାଯାଇଛି। ମେ’ ୨୬ରୁ ୩୧ ପର୍ଯ୍ୟନ୍ତ ପ୍ଲେଅଫ୍‌ ଖେଳାଯିବ। ପୂର୍ବରୁ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଫାଇନାଲ ଖେଳାଯିବାର ଥିଲା। ଏଥିର କିନ୍ତୁ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଘୋଷିତ ପ୍ଲେଅଫ କାର୍ଯ୍ୟସୂଚୀରୁ ଏମ୍‌ ଚିନ୍ନାସ୍ବାମୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ