ପଶ୍ଚିମବଙ୍ଗରୁ ବହିଷ୍କାର ହେବେ ଆଇପିଏସ୍ ଅଧିକାରୀ ଅଜୟ ପାଲ ଶର୍ମା !

ନୂଆଦିଲ୍ଲୀ: ୟୁପି କ୍ୟାଡର ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ନେଇ ପୁଣି ବିବାଦ ଦେଖାଦେଇଛି। କେନ୍ଦ୍ର ସରକାର ତାଙ୍କୁ ବଙ୍ଗଳାର ଦକ୍ଷିଣ ୨୪ ପ୍ରଗନା ଜିଲ୍ଲା ପାଇଁ ପୁଲିସ୍‌ ପର୍ୟ୍ୟବେକ୍ଷକ ଭାବରେ ନିଯୁକ୍ତ କରିଥିଲେ। ଅଜୟ ପାଲଙ୍କ କଠୋରତାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବର୍ତ୍ତମାନ ତୃଣମୂଳ କଂଗ୍ରେସ (ଟିଏମସି) ସମେତ ସମଗ୍ର ବିରୋଧୀ ଦଳ ଆଇପିଏସ ଅଧିକାରୀ ଅଜୟ ପାଲଙ୍କୁ ବଙ୍ଗଳାରୁ ହଟାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି।

ପର୍ୟ୍ୟବେକ୍ଷକ ଭାବରେ ତାଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଆବେଦନକାରୀ ଶୀଘ୍ର ଶୁଣାଣି ଦାବି କରିଛନ୍ତି। ୟୁପି କ୍ୟାଡରର ୨୦୧୧ ବ୍ୟାଚର ଜଣେ ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମା ୟୁପିରେ ତାଙ୍କ କାର୍ୟ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କାର୍ୟ୍ୟର ନେତୃତ୍ୱ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୁପ୍ରିମକୋର୍ଟରେ ଦାୟର ଆବେଦନରେ ତାଙ୍କୁ ତୁରନ୍ତ ହଟାଇବା ପାଇଁ ଦାବି କରାଯାଇଛି।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ: 1ଟା ସୁଦ୍ଧା 61.11% ଭୋଟିଂ

    ଆଜି ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ହେଉଛି । 7ଟି ଜିଲ୍ଲାର ପ୍ରାୟ 142ଟି ନିର୍ବାଚନ ମଣ୍ଡଳୀରେ ମତଦାନ ହେଉଛି ।ନିର୍ବାଚନ କମିଶନ (EC)ଙ୍କ ରିପୋର୍ଟ ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଦିନ 1ଟା…

    Continue reading
    ଅଟକିଲା ପଞ୍ଜାବର ବିଜୟ ରଥ, ୨୨୨ ରନ୍‌ କରି ବି ହାରିଲା ଆୟରଙ୍କ ଟିମ୍‌

    ଅଟକିଲା ପଞ୍ଜାବ କିଙ୍ଗ୍ସର ବିଜୟ ରଥ । ପଞ୍ଜାବର ବିଜୟ ଧାରାକୁ ଅଟକାଇଲା ରାଜସ୍ଥାନ ରୟାଲ୍ସ । ଚଳିତ ଆଇପିଏଲର ୮ଟି ମ୍ୟାଚ୍‌ ପରେ ପ୍ରଥମ ପରାଜୟ ବରଣ କରିଛି ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ ପଞ୍ଜାବ କିଙ୍ଗ୍ସ । ଏହି ବିଜୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା