ବ୍ୟାଟ୍‌ରେ ଲାଗିଛି ଏଆଇ ଚିପ୍‌!

ଲାହୋର: ବ୍ୟାଟ୍‌ରେ ଲାଗିଛି ଚିପ୍‌ ସେଥିପାଇଁ ହେଉଛି ମେସିନ୍‌ ଭଳି ରନ୍‌ । ଏଭଳି ହାଇଟେକ୍‌ ବ୍ୟାଟ୍‌ ବ୍ୟବହାର କରୁଛନ୍ତି ଜଣେ ଭାରତୀୟ ବ୍ୟାଟ୍ସମାନ୍‌ । ଏକଥା ଆମେ କହୁନୁ କହୁଛନ୍ତି ଜଣେ ପାକିସ୍ତାନି କମେନ୍‌ଟ୍ରେଟର । ପାକିସ୍ତନର ଜଣେ କ୍ରୀଡ଼ା ସାମ୍ବାଦିକ, ଟେଲିଭିଜନ୍‌ ଉପସ୍ଥାପକ ତଥା କ୍ରିକେଟ୍‌ ବି‌ଶେଷଜ୍ଞ ନୌମାନ ନିଆଜ୍‌ ଭାରତୀୟ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ହାସ୍ୟାସ୍ପଦ କଥା କହିଛନ୍ତି। ବୈଭବ ମାତ୍ର ୧୫ବର୍ଷ ବୟସରେ ଯଶପ୍ରୀତ୍‌ ବୁମ୍‌ରା, ଜୋସ୍‌ ହାଜେଲଉଡ୍‌ ଓ ପ୍ୟାଟ୍‌ କମିନ୍ସଙ୍କ ଭଳି ବୋଲରଙ୍କୁ ନିର୍ଧୂମ ଧୂଲେଇ କରୁଥିବାରୁ ତାଙ୍କ ବ୍ୟାଟ୍‌ରେ ନିଶ୍ଚତ ଏଆଇ ଚିପ୍‌ ରହିଛି । ବୈଭବଙ୍କ ବ୍ୟାଟ୍‌ର ବୈଜ୍ଞାନିକ ଉପାୟରେ ପରୀକ୍ଷା ନିରୀକ୍ଷା କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି। ଏକ ଟେଲିଭିନ୍‌ କାର୍ଯ୍ୟକ୍ରମର ଉପସ୍ଥାପନା କରୁଥିଲା ବେଳେ ନିଆଜ କହିଥିଲେ, ୱାଡା (ବିଶ୍ବ ଡୋପିଂ ନିରୋଧୀ ସଂସ୍ଥାନ) ଡୋପ୍‌ ଟେଷ୍ଟ୍‌ କଲା ଭଳି ବୈଭବଙ୍କ ବ୍ୟାଟ୍‌କୁ ପରୀକ୍ଷାଗାର ନେଇ ଯାଞ୍ଚ କରାଯିବା ଦରକାର। ସମ୍ଭବତଃ ସେ ତାଙ୍କ ବ୍ୟାଟ୍‌ରେ ଏଆଇ ଚିପ୍‌ ଖଞ୍ଜିଛନ୍ତି। ସେ ଅସାଧାରଣ, ଆଶ୍ଚର୍ଯ୍ୟଜନକ ଖେଳାଳି। ନିଜ କଥାକୁ ପ୍ରମାଣିତ କରିବାକୁ ଯାଇ ନିଆଜ ଆହୁରି କହିଛନ୍ତି ଯେ ୧୮ବର୍ଷ ବୟସ ପୂର୍ବରୁ ଏମିିତି କ୍ରିକେଟ୍‌ ଖେଳିବା ଅସମ୍ଭବ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ