
ବାଲିଅନ୍ତା : ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟରଞ୍ଜନ ହତ୍ୟା ମାମଲାରେ ଡିଜିପିଙ୍କ ବଡ଼ ବୟାନ । ପୁଲିସ ଡିଜି ବିନୟତୋଷ ମିଶ୍ର ବଡ଼ ସୂଚନା ଦେଇଛନ୍ତି । କହିଛନ୍ତି, କ୍ରାଇମବ୍ରାଞ୍ଚ ସମ୍ପୂର୍ଣ୍ଣ ପ୍ରୋଫେସନାଲ୍ ଭାବେ କାର୍ଯ୍ୟ କରୁଛି । କୌଣସି ବାହ୍ୟ ଚାପ ନାହିଁ । ଯେତେବେଳେ କାହାର ବୟାନ ଉପରେ ସନ୍ଦେହ ସୃଷ୍ଟି ହୁଏ, ସେତେବେଳେ ହିଁ ଲାଇ ଡିଟେକ୍ସନ୍ ଟେଷ୍ଟ କରାଯାଏ । କୌଣସି ବ୍ୟକ୍ତି ଅଭିଯୋଗ ଆଣିଲା ମାତ୍ରେ ପ୍ରଥମରୁ ହିଁ ତାଙ୍କୁ ସନ୍ଦେହ କରି ଲାଇ ଡିଟେକ୍ସନ୍ କରିବା ତଦନ୍ତର ମୂଳ ସିଦ୍ଧାନ୍ତ ବିରୁଦ୍ଧ ଅଟେ । ଯେଉଁଠାରେ ତଦନ୍ତକାରୀ ଟିମ୍କୁ ସନ୍ଦେହ ଲାଗିଥିଲା, ସେଠାରେ ସୌମ୍ୟଙ୍କ ସାଙ୍ଗ ଓମ୍ଙ୍କର ପୋଲିଗ୍ରାଫ୍ ଟେଷ୍ଟ କରାଯାଇସାରିଛି ।








