ପାଣ୍ଡିଆନ କିଏ କହି ଖୋଲାଖୋଲି ଚ୍ୟାଲେଞ୍ଜ କଲେ ବଦ୍ରି ପାତ୍ର

ଭୁବନେଶ୍ୱର: ବିଜୁ ଜନତା ଦଳରେ ପାଣ୍ଡିଆନଙ୍କୁ ନେଇ ରାଜନୈତିକ ଅସ୍ଥିରତା ଲାଗି ରହିଛି । ଗତ ସାଧାରଣ ନିର୍ବାଚନ ପରେ ଜଣକ ପରେ ଜଣେ ନେତା ଦଳର ଏଭଳି ପରିସ୍ଥିତି ପାଇଁ ପାଣ୍ଡିଆନଙ୍କୁ ହିଁ ଦାୟୀ କରିଆସୁଛନ୍ତି । ଆଉ ଏହି ତାଲିକାରେ ଯୋଡ଼ି ହୋଇଯାଇଛନ୍ତି ବଦ୍ରିନାରାୟଣ ପାତ୍ର । ପାଣ୍ଡିଆନଙ୍କ ପାଇଁ ବିଜେଡିରେ ବହୁତ କ୍ଷତି ହୋଇଛି ବୋଲି ସେ କହିଛନ୍ତି । ସବୁଠାରୁ ବଡ଼ କଥା ହେଲା ଯେ ପାଣ୍ଡିଆନ କିଏ କହି ଖୋଲାଖୋଲି ଚ୍ୟାଲେଞ୍ଜ କରିଛନ୍ତି ।
ଏହାଛଡ଼ା ଶ୍ରୀ ପାତ୍ର କହିଛନ୍ତି ଯେ ସେ ଦାୟିତ୍ୱ ନେବେ, ଆଉ ଆମେ ସେ ଦଳରେ ରହିବୁ ବୋଲି ଭାବିବା ଠିକ ନୁହେଁ । ଏକଥା ଯଦି ଉଠିବି ମୁଁ ପ୍ରଥମେ ବାହାରିବି । ଏବେ ଯଦି ପାଣ୍ଡିଆନଙ୍କ ପ୍ରାଦୁର୍ଭାବ ରହୁଥିବ,ତେବେ ଦଳ ସେହି ଅନୁସାରେ ଭୋଗିବ । ଆମକୁ ପାଣ୍ଡିଆନଙ୍କ କଥା ମାନିବାକୁ କିଏ କହିବ । ପାଣ୍ଡିଆନ କିଏ? ଆମ କଥା ସେ କାହିଁକି ବୁଝିବ । ଆମେ ମୂଳରୁ ପାଣ୍ଡିଆନଙ୍କୁ ପ୍ରତ୍ୟାଖାନ କରିଛୁ, ସେ କିଏ?ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ଅଛୁ । ଯାହାର କିଛି ନାହିଁ, ସେ କାହା ଆସରା ଖୋଜିଥିବ ଆଉ ପାଣ୍ଡିଆନ ନା ନେଉଥିବ । ବିଜୁ ବାବୁଙ୍କ ନାଁକୁ ବୁଡ଼ାଇକି ଦଳ ରଖିଲେ ଆମେ ରହିପାରିବୁନି । ନିର୍ବାଚନ ବେଳେ ବିଜୁ ବାବୁଙ୍କ ଫଟୋ ଯିଏ କାଢ଼ିଛି ସିଏ ତାହାର ଫଳ ପାଇଛି ।

  • Related Posts

    ପଞ୍ଚାୟତ ନିର୍ବାଚନରେ ଏକା ଲଢ଼ିବ କଂଗ୍ରେସ; ପିସିସି ସଭାପତି

    ଭୁବନେଶ୍ବର: ଜିଲ୍ଲାପରିଷଦ ,ପଞ୍ଚାୟତ, ମୁନିସିପାଲଟି ନିର୍ବାଚନରେ ନିଜ ଦମରେ କଂଗ୍ରେସ ଏକାକୀ ଲଢ଼ିବ ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମୁଖିଆ ଭକ୍ତ ଦାସ । ତେବେ ବିଧାନସଭା ନିର୍ବାଚନ ବେଳେ ଆବଶ୍ୟକ ପଡ଼ିଲେ ହାଇକମାଣ୍ଡ କହିଲେ ବିଜେଡି ସହ ବୁଝାମଣା ହେଇପାରେ…

    Continue reading
    ବଙ୍ଗ ମଇଦାନରେ ସିଦ୍ଧାନ୍ତ ଓ ସୁରଜ

    କୋଲକତା: ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ଓଡ଼ିଆ ନେତା। ମମତା ବାନାର୍ଜୀଙ୍କ ଗଡ଼ରେ ପଦ୍ମ ଫୁଟାଇବାକୁ ଅଣ୍ଟା ଭିଡ଼ିଛନ୍ତି ଓଡ଼ିଶାର ହେଭିୱେଟ୍ ମନ୍ତ୍ରୀ ଓ ବିଧାୟକ। ଏହି ନିର୍ବାଚନୀ ପ୍ରଚାରର ସବୁଠୁ ଚର୍ଚ୍ଚିତ ଅଧ୍ୟାୟ ହେଉଛି ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା