ଖଣ୍ଡଗିରି,17/08 : ପାତ୍ରପଡ଼ା ହିଟ୍ ଆଣ୍ଡ ରନ୍ ଘଟଣାରେ ବେପରୁଆ ଗାଡ଼ି ଚଳାଇବା ଅଭିଯୋଗରେ ସମ୍ପୃକ୍ତ ସ୍କର୍ପିଓ ଚାଳକ ସମେତ ଦୁଇ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫ ଚାଳକ ଇନ୍ଫୋଭ୍ୟାଲି ଥାନା ଗଙ୍ଗପଡ଼ାର ଅଙ୍କିତ ସାହୁ। ଅଙ୍କିତକୁ ଆଶ୍ରୟ ଦେବା ଓ ଫେରାର କରିବା ଅଭିଯୋଗରେ ତା’ ସହଯୋଗୀ ପୁରୀ ଜିଲା ପେଣ୍ଠକଟାର କୃଷ୍ଣଚନ୍ଦ୍ର ପ୍ରଧାନକୁ ଗିରଫ କରାଯାଇଛି। କିନ୍ତୁ ଦୁର୍ଘଟଣା ଘଟାଇଥିବା ଥାର୍ ଚାଳକକୁ ପୁଲିସ ଗିରଫ କରିପାରିନାହିଁ। ୯ ତାରିଖ ରାଖି ପୂର୍ଣ୍ଣିମା ସନ୍ଧ୍ୟାରେ ପାତ୍ରପଡ଼ାଠାରେ ସଡ଼କ ଦୁର୍ଘଟଣା ଘଟିଥିଲା। ଏକ ସ୍କର୍ପିଓ ଏବଂ ଥାର ଗାଡ଼ିରେ ୫ ଯୁବକ ଗାଡ଼ି ଚଳାଇ ପଟିଆରୁ ଖୋର୍ଦ୍ଧା ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲେ। ପାତ୍ରପଡ଼ାଠାରେ ରାସ୍ତା ଅତିକ୍ରମ କରୁଥିବା ଜଣେ ମହିଳା ତାଙ୍କ ଦୁଇ ଛୁଆଙ୍କୁ ଥାର ଗାଡ଼ି ଧକ୍କା ଦେବାରୁ ୮ବର୍ଷୀୟ ଝିଅ ରେଶମାଙ୍କ ମୃତ୍ୟୁ ଘଟିଥିଲା। ଦୁଇ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ମା’ ରେବତୀଙ୍କ ମୃତ୍ୟୁ ଘଟିଥିଲା।
ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…



