ପାରାଦୀପ ପ୍ରଗତିର ମୁଖଶାଳା:ମୁଖ୍ୟମନ୍ତ୍ରୀ

ପାରାଦୀପ: ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉତ୍ସବ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପାରାଦୀପ ପ୍ରଗତିର ମୁଖଶାଳା। କଳିଙ୍ଗର ନୌବାଣିଜ୍ୟ ପରମ୍ପରା ବହୁ ପ୍ରାଚୀନ। ସାଧବ ପୁଅଙ୍କ ଦୁଃସାହସିକ ଜଳଯାତ୍ରା ଆଜି ବି ପ୍ରେରଣା ଦିଏ। ସେମାନଙ୍କ ଉଦ୍ୟମ ବଳରେ ଆମ କଳିଙ୍ଗ ହୋଇଥିଲା ବୈଭବଶାଳୀ। ଆଜି ଆମେ ସେହି ହଜାର ବର୍ଷର ଐତିହ୍ୟକୁ ମନେ ପକାଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଗାମୀ ଦିନରେ ପାରାଦୀପରେ ନିବେଶ ହେବ ୨ ଲକ୍ଷ କୋଟିର ପୁଞ୍ଜି। ଗୁରୁବାର କଳିଙ୍ଗ ବାଲିଯାତ୍ରାକୁ ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ଏଥିସହିତ ତାଳଚେରକୁ ପାରାଦୀପ ସହ ଯୋଡ଼ିବାକୁ ୧୬ ହଜାର କୋଟି ବ୍ୟୟ ହେବ ବୋଲି ସେ କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଭା ମଞ୍ଚରେ ପୂର୍ବ ସରକାରକୁ ମଧ୍ୟ ଟାର୍ଗେଟ୍‌ କରିଥିଲେ। ୯୯ଟି ଷ୍ଟିଲ ପ୍ଲାଣ୍ଟ ଏମ୍‌ଓୟୁ କରିଥିଲେ, କେତୋଟି କାର୍ୟ୍ୟକାରୀ କରିଛ ବୋଲି ସେ ପ୍ରଶ୍ନ କରିଥିଲେ। ପୂର୍ବ ସରକାର ସମୟରେ ପୋସ୍କୋ ଫେରିଯାଇଥିଲା, ଆମେ ଫେରାଇ ଆଣିଛୁ। ଏଥିସହିତ ମିତ୍ତଲ ପଳାଇଯିବା କଥା ଯେଉଁମାନେ କହୁଛନ୍ତି, ତାହା ବିଭ୍ରାନ୍ତିକର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

  • Related Posts

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ

    ଭୁବନେଶ୍ୱର, ୧୨/୦୮: ଭୁବନେଶ୍ୱରର ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଜି ରାଜ୍ୟରେ ବୈଷୟିକ ଶିକ୍ଷାର ଭବିଷ୍ୟତ ଗଠନ ପାଇଁ ନୀତି ନିର୍ଦ୍ଧାରକ, ଶିଳଳ୍ପୋଦ୍ୟୋଗୀ ଏବଂ ତାଲିମ ବିଶେଷଜ୍ଞଙ୍କୁ ଏକତ୍ରିତ କରି ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ଉପରେ ଏକ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର…

    Continue reading
    “ସଶକ୍ତ ଯୁବଶକ୍ତି ହିଁ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ”

    ଏଚ୍.ଆଇ.ଭି / ଏଡ଼ସ୍ ଓ ଯୌନ ସଂକ୍ରମଣ ନିରାକରଣ ପାଇଁ ରାଜ୍ୟସ୍ତରୀୟ ସ୍ଵତନ୍ତ୍ର ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଭୁବନେଶ୍ଵର /ବ୍ରହ୍ମପୁର: ଆଜି ଅନ୍ତର୍ଜାତୀୟ ଯୁବ ଦିବସ ଅବସରରେ ବ୍ରହ୍ମପୁର ସ୍ଥିତ ମହାରାଜ କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ପ୍ରେକ୍ଷାଳୟ ଠାରେ ଆୟୋଜିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜାତୀୟ ଆଇଟିଆଇ ଉନ୍ନତିକରଣ ଯୋଜନା ପାଇଁ ଉଚ୍ଚସ୍ତରୀୟ ପରାମର୍ଶଦାତା କର୍ମଶାଳାର ଆୟୋଜିତ

    “ସଶକ୍ତ ଯୁବଶକ୍ତି ହିଁ ସମୃଦ୍ଧ ରାଷ୍ଟ୍ରର ମୂଳଦୁଆ”

    ବିଶ୍ୱ ମୁଖ ଗହ୍ଵର ସ୍ୱାସ୍ଥ୍ୟ ଦିବସ ୨୦୨୫ ଏବଂ ତମାଖୁ ମୁକ୍ତ ଯୁବ ଅଭିଯାନ ୨.୦ ରେ ଓଡିଶା ସର୍ବଶ୍ରେଷ୍ଠ ରାଜ୍ୟ

    Govt approved 74 new food safety officers

    CM Launches Odisha Marine Biotechnology Research & Innovation Corridor

    ସର୍ବସାଧାରଣ ସ୍ଥାନରୁ ବୁଲା କୁକୁର ହଟାଇବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ