ପୀତବାସଙ୍କ ପରିବାରକୁ ଏବେ ୨୪ ଘଣ୍ଟିଆ ସୁରକ୍ଷା

ବ୍ରହ୍ମପୁର: ହାଇପ୍ରୋଫାଇଲ୍ ପୀତବାସ ପଣ୍ଡାଙ୍କ ହତ୍ୟାକୁ ମାସେ ବିତିଥିବା ବେଳେ ଆସୁଛି ଧମକପୂର୍ଣ୍ଣ କଲ୍ । ଦୁଇଟି ଅଜଣା ନମ୍ବରରୁ ପୀତବାସଙ୍କ ପରିବାରକୁ ଧମକପୂର୍ଣ୍ଣ କଲ୍ ଆସୁଛି । ଏନେଇ ପୀତବାସଙ୍କ ପତ୍ନୀ ସୁସ୍ମିତା ପଣ୍ଡା ଓ ତାଙ୍କ ଭାଇ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଥିଲେ ।ଦିବଙ୍ଗତ ପୀତବାସ ପଣ୍ଡାଙ୍କ ପରିବାରକୁ ଧମକପୂର୍ଣ୍ଣ କଲ୍ ନେଇ ଅଭିଯୋଗ ପରେ ମିଳିଛି ସୁରକ୍ଷା । ପୀତବାସଙ୍କ ପରିବାରକୁ ଏବେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଇଛି ପୋଲିସ । ସାଧା ପୋଷାକରେ ପୋଲିସ, ପୀତବାସଙ୍କ ଘର ଆଗରେ ପ୍ରହରା ଦେଉଥିବା ଦେଖିବାକୁ ମିଳିଛି ।
ଶନିବାର ଦିବଙ୍ଗତ ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାର ପ୍ରେସମିଟ୍ କରିଥିଲେ । ହତ୍ୟା ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ପୀତବାସଙ୍କ ପତ୍ନୀ ସୁସ୍ମିତା ଏବଂ ଭାଇ ପୂର୍ଣ୍ଣଚନ୍ଦ୍ର । ବିକ୍ରମ ପଣ୍ଡାଙ୍କ ନାଁରେ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଥିବା କହିଛନ୍ତି ।
ସୁସ୍ମିତା କହିଛନ୍ତି, “ସ୍ଵାମୀଙ୍କ ହତ୍ୟାରେ ବିକ୍ରମ ପଣ୍ଡାଙ୍କ ଶତ ପ୍ରତିଶତ ସମ୍ପୃକ୍ତି ରହିଛି । ଆମ ଜୀବନ ପ୍ରତି ବିପଦ ରହିଛି ।” ଏହା କହି ସୁରକ୍ଷା ମାଗିବା ସହ ମୁଖ୍ୟମନ୍ତ୍ରୀ ଓ ପୋଲିସକୁ ନ୍ୟାୟ ମାଗିଛନ୍ତି ପୀତବାସଙ୍କ ପତ୍ନୀ ।ସେ କହିଛନ୍ତି, “ମାମଲା ପ୍ରତ୍ୟାହାର ପାଇଁ ଧମକପୂର୍ଣ୍ଣ କଲ୍ ଆସୁଛି । ପୁଅ ସୌରଭକୁ ଗତ ୨୭ ଓ ୨୮ ତାରିଖରେ ଧମକପୂର୍ଣ୍ଣ କଲ୍ ଆସିଥିଲା । ବିକ୍ରମ ପଣ୍ଡାଙ୍କ ନାଁରେ ଧମକ ଆସୁଛି । ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ବିକ୍ରମ ପଣ୍ଡାଙ୍କ ନାଁ ନେଉଛନ୍ତି କଲର୍ ।”ପୀତବାସଙ୍କୁ ହତ୍ୟା ପରେ ବିକ୍ରମ ପଣ୍ଡା ଘରକୁ ଆସିଥିଲେ । ପରିବାରକୁ ସାନ୍ତ୍ଵନା ମଧ୍ୟ ଦେଇଥିଲେ । ସେତେବେଳେ ସୁସ୍ମିତା କହିଥିଲେ, “ଆପଣ ଦୁହେଁ ୩୫ ବର୍ଷର ସାଙ୍ଗ ।” ବିକ୍ରମ ପଣ୍ଡା କହିଥିଲେ, “ଯିଏ ହତ୍ୟା କରିଛି ସିଏ ଧରା ପଡ଼ିବ ।” କିନ୍ତୁ ବିକ୍ରମ ପଣ୍ଡାଙ୍କୁ ପୋଲିସ ଯେତେବେଳେ ହତ୍ୟା ଅଭିଯୁକ୍ତ ଭାବେ ଧରିଲା, ଆଶ୍ଚର୍ୟ୍ୟ ଲାଗିଲା ବୋଲି କହିଛନ୍ତି ପୀତବାସଙ୍କ ପତ୍ନୀ ।ସେ କହିଛନ୍ତି, “ଆମେ କେବେ ଭାବି ନଥିଲୁ ତାଙ୍କ ସାଙ୍ଗ ହତ୍ୟା କରି ଦେବେ ବୋଲି । ଆମ ଜୀବନପ୍ରତି ବିପଦ ଅଛି, ଭୟରେ ଘର ଭିତରେ ରହୁଛୁ । ପୋଲିସ ତଦନ୍ତ ଉପରେ ଭରସା ଅଛି । ମୋ ସ୍ୱାମୀଙ୍କୁ ଯେମିତି ମାରିଛନ୍ତି ସେମିତି ଦଣ୍ଡ ମିଳୁ ।”ପୀତବାସଙ୍କ ଭାଇ ମଧ୍ୟ ଆଣିଛନ୍ତି ସାଂଘାତିକ ଅଭିଯୋଗ । ଧମକପୂର୍ଣ୍ଣ କଲ୍ ଆସିବା ପରେ ପୁରା ପରିବାର ଭୟଭୀତ ଥିବା କହିଛନ୍ତି ପୂର୍ଣ୍ଣଚନ୍ଦ୍ର । ଟ୍ରୁ କଲରରେ ଗୋଟିଏ ନମ୍ବର ଭିକି ନାଁ ଆସୁଥିବା ବେଳେ ଅନ୍ୟଟିରେ ଆସୁଛି ପରିମଳ ଦାସଙ୍କ ନାଁ ।ଏବେ ସୁଦ୍ଧା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ୧୬ ଜଣଙ୍କୁ ଗିରଫ କରି ସାରିଛି । ତଥାପି ପୀତବାସଙ୍କ ପରିବାରକୁ ଧମକପୂର୍ଣ୍ଣ କଲ୍ ଆସିବା ପରେ ବିକ୍ରମ ପଣ୍ଡା ହିଁ ଦୋଷୀ ବୋଲି କହିଛନ୍ତି ପୀତବାସଙ୍କ ପରିବାର । ଏନେଇ ପୋଲିସକୁ ଲିଖିତ ଭାବେ ପୀତବାସଙ୍କ ପରିବାର ଜଣାଇଛନ୍ତି ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ