ପୁଣି ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ

ପୁରୀ: ପୁଣି ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ। ନୃସିଂହ ମନ୍ଦିର ଦେଇ ପ୍ରାୟ ୫ ଫୁଟ ଉପରକୁ ଚଢିଥିଲେ ଜଣେ ଭକ୍ତ। ସମ୍ପୃକ୍ତ ଜଣକ ଭକ୍ତ ହେଉଛନ୍ତି ଉତ୍ତରପ୍ରଦେଶର ମନୋଜ ସିଂ। ଶ୍ରୀମନ୍ଦିର ଉପରକୁ ଚଢିବା ଅବସ୍ଥାରେ କାବୁ କରି ତଳକୁ ଆଣିଲେ ସୁରକ୍ଷାକର୍ମୀ। ଶ୍ରୀମନ୍ଦିର ଗାରଦରେ ସମ୍ପୃକ୍ତ ଭକ୍ତଙ୍କୁ ରଖାଯାଇଛି ଅଟକ।ସୂଚନା ଥାଉକି, ପୁଣି ଶ୍ରୀମନ୍ଦିରେ ଉପରକୁ ଚଢିଗଲେ ଜଣେ ଭକ୍ତ । ସେ ଉତ୍ତର ପ୍ରଦେଶ ଆଜମଗଡର ମନୋଜ ସିଂହ ହୋଇଥିବା ସୂଚନା । ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଅଟକ ରଖାଯାଇଛି । ପଶ୍ଚିମ ଦ୍ୱାର ଦେଇ ନୃସିଂହ ମନ୍ଦିର ଦେଇ ଚଢିବାକୁ ଉଦ୍ୟମ କରୁଥିବାବେଳେ ଧରାପଡିଥିଲେ ।

କହିବାକୁ ଗଲେ ଏ ଘଟଣା ନୁଆ ନୁହେଁ । ପୂର୍ବରୁ ଶ୍ରୀମନ୍ଦିର ସୁରକ୍ଷା ନେଇ ଉଠିଛି ଅନେକ ପ୍ରଶ୍ନ । ବାରମ୍ୱାର ଏପରି ଘଟିଚାଲିଛି । କିଛି ଦିନ ତଳେ ଶ୍ରୀମନ୍ଦିର ଉପରକୁ ଚଢିବାକୁ ଉଦ୍ୟମ ବେଳେ ଧରାପଡିଥିଲେ ଜଣେ ବ୍ୟକ୍ତି । ବେହରଣ ଦ୍ୱାର ପଟରୁ ପ୍ରାୟ ୫ରୁ ୭ ଫୁଟ୍‌ ଚଢି ସାରିଥିବା ବେଳେ କାବୁ କରିଥିଲା ଜଗନ୍ନାଥ ମନ୍ଦିର ପୋଲିସ। ପରେ ଉକ୍ତ ଯୁବକଙ୍କୁ ସିଂହଦ୍ୱାର ଥାନାରେ ଜିମା ଦେଇଛନ୍ତି ଜେଟିପି । ଅଟକ ବ୍ୟକ୍ତି ଜଣଙ୍କ ବିହାରର ବୋଲି ଜଣାପଡିଛି । ଏହା ପୂର୍ବରୁ ଗତ କିଛିଦିନ ତଳେ ଜଣେ ଭକ୍ତ ଚଷମାରେ ସ୍ପାଏ କ୍ୟାମ ଲଗାଇ ମନ୍ଦିର ଭିତରକୁ ପଶିଥିଲେ । ଅନେକ ଥରେ ଶ୍ରୀମନ୍ଦିର ଭିତରର ଫଟେୋ ବି ଭାଇରାଲ ହୋଇଛି ।

  • Related Posts

    ୪.୪ ତୀବ୍ର ଭୂକମ୍ପ,ଥରିଲା କୋରାପୁଟ

    କୋରାପୁଟ,୦୫/୦୪/୨୦୨୬: କୋରାପୁଟ ଜିଲ୍ଲାରେ ଗତ ଶନିବାର ରାତି ୧୧.୩୧ ଘଣ୍ଟା ସମୟରେ ୪.୪ ତୀବ୍ରତାରେ ଏକ ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ କୋରାପୁଟ, ସୁନାବେଢ଼ା, ସେମିଳିଗୁଡା, ପଟାଙ୍ଗି, ନନ୍ଦପୁର, ଦାମନଜୋଡି, ଲମତାପୁଟ , ଜୟପୁର , ବୈପାରୀଗୁଡା…

    Continue reading
    ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିବେଶଗତ ଅସନ୍ତୁଳନ, ଐତିହ୍ୟର ବିଲୁପ୍ତି ଓ ଆଧ୍ୟ୍ୟତ୍ମିକତାର ଧ୍ବଂସସାଧନ କରିବ: ଭକ୍ତ

    ଭୁବନେଶ୍ବର,୦୪/୦୩/୨୦୨୬:ପୁରୀଠାରେ ପ୍ରସ୍ତାବିତ ଅର୍ନ୍ତଜାତୀୟ ବିମାନ ବନ୍ଦର ପାଇଁ କେନ୍ଦ୍ର ସରକାରଙ୍କର ମିଳିଥିବା ଷ୍ଟେଜ୍ -୧ ଅନୁମୋଦନକୁ ପ୍ରଦେଶ କଂଗ୍ରସ କମିଟି ସଭାପତି ଭକ୍ତ ଚରଣ ଦାସ ସମାଲୋଚନା କରିଛନ୍ତି। ବହୁଚର୍ଚ୍ଚିତ ପୁରୀ ଅନ୍ତର୍ଜାତୀୟ ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ମିଳିଥିବା ଜଙ୍ଗଲ ଜମି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ