ଡେଲାଙ୍ଗ,୧୯/୦୩/୨୦୨୬: ୨୦୨୨ ରେ ହୋଇଥିବା ପଞ୍ଚାୟତ ସମିତି ଅଧ୍ୟକ୍ଷା ନିର୍ବାଚନରେ ବାସନ୍ତୀ ସାହୁ ବିଜୟୀ ହୋଇଥିଲେ। ପରାଜିତ ପ୍ରାର୍ଥୀ ରମାଦେବୀ ରାଉତରାୟ ବାସନ୍ତୀଙ୍କ ନାମରେ ନିର୍ବାଚନୀ ମାମଲା ରୁଜୁ କରିଥିଲେ । ସେ ଅଭିଯୋଗ କରିଥିଲେ କି ବାସନ୍ତୀଙ୍କର ୩ ଟି ପିଲା ଥିବାରୁ ସେ ନିର୍ବାଚନ ଲଢ଼ିପାରିବା କଥା ନୁହେଁ। ଏହି ମାମଲାର ଶୁଣାଣି କରି କୋର୍ଟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ରମାଦେବୀ ରାଉତରାୟଙ୍କୁ ଅଧ୍ୟକ୍ଷା ଭାବେ ଘୋଷଣା କରିଥିଲେ । ସୁପ୍ରିମକୋର୍ଟଙ୍କ ରାୟ ପରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କ ପଦ ରଦ୍ଦ ହୋଇଛି। ସୁପ୍ରିମକୋର୍ଟ ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେବା ପରେ ପଦ ହରାଇଛନ୍ତି ବାସନ୍ତୀ ସାହୁ। କୋର୍ଟ କହିଛନ୍ତି କି, ଯେତେବେଳେ ନିର୍ବାଚନରେ ମାତ୍ର ଦୁଇଜଣ ପ୍ରାର୍ଥୀ ଥିଲେ ତେବେ ପୁଣି ସାନି ନିର୍ବାଚନର ଆବଶ୍ୟକତା ନାହିଁ। ନିର୍ବାଚନରେ ବାସନ୍ତୀ ସାହୁଙ୍କ ପ୍ରତିଦ୍ୱନ୍ଦ୍ୱୀ ରମାଦେବୀ ରାଉତରାୟ ଏବେ ବ୍ଲକ ଅଧ୍ୟକ୍ଷା ଭାବେ କାମ କରିବେ ।
ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ
ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…




