
ଭୁବନେଶ୍ୱର: ପାଖେଇ ଆସୁଛି ଶାରଦୀୟ ଦୁର୍ଗା ପୂଜା ଚଳଚଞ୍ଚଳ ହୋଇଉଠିଛି ପୁରୁଣା ଭୁବନେଶ୍ୱର। ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି। ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଦୁର୍ଗା ପୂଜାକୁ ଶାନ୍ତିଶୃଙ୍ଖଳାର ସହ ସଂପନ୍ନ କରିବା ପାଇଁ ଲିଙ୍ଗରାଜ ଥାନା ପକ୍ଷରୁ ଆଜି ପୁରୁଣା ଭୁବନେଶ୍ୱର ସ୍ଥିତ ବାସୁଦେବ ରିସଟ୍ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ କୁ ଏକାମ୍ର ବିଧାୟକ ବାବୁ ସିଂ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ବିଧାୟକ ପ୍ରତି ମଣ୍ଡପ କୁ ଏକ ଲକ୍ଷ୍ୟ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରିଥିଲେ। ଏଥି ସହ ପ୍ରତି ପୂଜା ମଣ୍ଡପ ରେ ନିଶା ସେବନକୁ ସମ୍ପୂର୍ଣ ନିଷେଧ କରିବା ପାଇଁ ଅନୁରୋଧ କରିଛନ୍ତି ବିଧାୟକ ଓ ଯେଉଁ ପୂଜା କମିଟି ଏହାକୁ ସମ୍ପୂର୍ଣ ଭାବେ ପାଳନ କରିବେ ସେ କମିଟି କୁ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ବିଧାୟକ ବାବୁ ସିଂ ଘୋଷଣା କରିଛନ୍ତି। ବିଧାୟକ ବାବୁ ସିଂ କହିଛନ୍ତି ଯେ ଭୁବନେଶ୍ଵର ସହରରେ ପୁରୁଣା ଭୁବନେଶ୍ୱର ହେଉଛି ଏକ ସଂସ୍କୃତି ସମ୍ପନ୍ନ ଅଞ୍ଚଳ। ଏଠାରେ ଦଶହରା ପୂଜା ଖୁବ୍ ଧୁବ ଧାମ ରେ ପାଳିତ ହୁଏ।ଏଥର ଭସାଣିରେ ଡିଜେ ବ୍ୟବହାର ନ କରିବା ପାଇଁ ବାରଣ କରାଯାଇଛି। ଏଥିସହ ଦଶହରାରେ ଡିଜେ ସମ୍ପୂର୍ଣ୍ଣ ମନା ହୋଇଛି। ଏହା ସହ ପୂଜା ମଣ୍ଡପ ରେ ପୁଲିସ ମୁତୟନ ହେବେ।ଚଳିତ ବର୍ଷ ପୂଜାକୁ ଅପରାଧମୁକ୍ତ କରିବା ପାଇଁ ପଦଖେବ ନିଆ ଯାଉଛି । ପୂର୍ବ ବର୍ଷ ତୁଳନାରେ ଅଧିକ ଜନଗହଳିର ସମ୍ଭାବନା ରହିଛି। ଏହାସହ ବିଶୃଙ୍ଖଳ ତତ୍ବ ଓ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ କମାଇବା ପାଇଁ ସମସ୍ତ ପଦକ୍ଷେପ ପୋଲିସ ଅଧିକାରୀ ଅବଲମ୍ବନ କରିବେ।ଏହାକୁ ଦୃଷ୍ଟିରେ ରଖି ସବୁ ପୂଜାମଣ୍ଡପରେ ସିସିଟିଭି ଲଗାଇବା କୁ ଅନୁରୋଧ । ପ୍ରତି ମଣ୍ଡପରେ ଦର୍ଶକ ଓଭକ୍ତଙ୍କ ମୂଲ୍ୟବାନ ସାମଗ୍ରୀର ସୁରକ୍ଷା, ଛୋଟ ପିଲାଙ୍କ ସୁରକ୍ଷା ଆଦିକୁ ନେଇ ପୋଷ୍ଟର ଲଗାଇବା, ସହାୟତା କେନ୍ଦ୍ର, ସ୍ବେଚ୍ଛାସେବୀ ଆଦି ପ୍ରସ୍ତୁତ କରିବା। ଏଥର ଦୁର୍ଗାପୂଜା ଭସାଣୀ ରେ ଡିଜେ, ଲେଜର ଲାଇଟ୍ ବାଣକୁ ନିଷିଦ୍ଧ କରାଯାଇଛି। କେବଳ ପାରମ୍ପରିକ ବାଜାରେ ହେବ ମାଙ୍କ ଭସାଣୀ। ଭସାଣୀ ବେଳେ ଲାଗିବନି ଲେଜର ଲାଇଟ। ବାଣ ଫୁଟାଇବା ଉପରେ ମଧ୍ୟ ଲାଗିବ କଟକଣା।ଦୁର୍ଗାପୂଜା ପୂର୍ବରୁ ବଦଳିବ ପୁରୁଣା ଭୁବନେଶ୍ୱର ରୂପ ସମସ୍ତ ରାସ୍ତା ର ମରାମତି ସମ୍ପୂର୍ଣ ହେବ।ସମସ୍ତ ପୂଜା କମିଟି ସଦସ୍ୟ ତଥା ବିଭିନ୍ନ ବିଭାଗର ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ପୂଜା/ଭସାଣି ସମୟରେ ଭିଡ଼ ପରିଚାଳନା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଟ୍ରାଫିକ୍ ନିୟନ୍ତ୍ରଣ, ସିସିଟିଭି କ୍ୟାମେରା ସ୍ଥାପନ ଏବଂ ପୂଜା କମିଟିଗୁଡ଼ିକର ସହଯୋଗ ଉପରେ ଆଲୋଚନା ହୋଇଥିଲା ।ପୂଜା ମଣ୍ଡପ କୁଡ଼ିକ ରୁ ସରକାର ବିଭିନ୍ନ କାର୍ୟ୍ୟ ପାଇଁ ଯେଉ ଶୁଳ୍କ ନିଅନ୍ତି ତାକୁ ଛାଡ କରିବାକୁ ଅନୁରୋଧ କରିଛନ୍ତି ସେଥି ପ୍ରତି ଆମେ ପଦକ୍ଷେପ ନେବୁ।ଲିଙ୍ଗରାଜ ପୁଲିସ ପକ୍ଷରୁ ଆୟୋଜିତ ଦୁର୍ଗା ପୂଜା ପ୍ରସ୍ତୁତି ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଏସିପି କୃଷ୍ଣ ଚନ୍ଦ୍ର ପଲେଇ, ଏୟାର ଫିଲ୍ଡ ଥାନା ଅଧିକାରୀ ମିନତି ନାୟକ,ଲିଙ୍ଗରାଜ ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,କର୍ପୋରେଟର ଶିବ ବେହେରା, ଚନ୍ଦ୍ର ଶେଖର ମଲ୍ଲିଆ,ପୂର୍ବତନ କର୍ପୋରେଟର ବାବୁଲି ସମର୍ଥା, ପ୍ରମୋଦ ମହାପାତ୍ର, ସମାଜ ସେବୀ ସନତ ମିଶ୍ର,ପୁରୁଣା ଭୁବନେଶ୍ୱର ସମସ୍ତ ପୂଜା କମିଟି ସମେତ ଜନ ପ୍ରତିନିଧି ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ ।



