ପୂର୍ବତନ ବିଜେଡି ସାଂସଦ ରିତା ତରାଇଙ୍କ ସହ ବିଜେପିରେ ସାମିଲ ହେଲେ ୧୬ ଜିଲ୍ଲା ପରିଷଦ ସଦସ୍ୟ

ଯାଜପୁର,୧୬/୨୦୨୬: ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ଯାଜପୁର ସାଂସଦ ରିତା ତରାଇଙ୍କ ସହ ଯାଜପୁର ଜିଲ୍ଲାର ୧୬ ଜଣ ଜିଲ୍ଲା ପରିଷଦ ସଦସ୍ୟ ଏକାଧିକ ବିଜେଡି ନେତା ବିଜେପିରେ ସାମିଲ ହୋଇଛନ୍ତି । ବିଜେଡି ଛାଡ଼ି ବିଜେପିରେ ମିଶିଛନ୍ତି । ବିଜେପିରେ ଯାଜପୁରର ପୂର୍ବତନ ସାଂସଦ ରିତା ତରାଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଳିନୀ ପ୍ରଭା ଜେନା ଓ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ବିଜେପିରେ ଯୋଗ ଦେଲେ ଯାଜପୁରର ପୂର୍ବତନ ସାଂସଦ ରିତା ତରାଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନଳିନୀ ପ୍ରଭା ଜେନା ଓ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ ଯୋଗ ଦେଇଛନ୍ତି । ନିଜର ବହୁ ସଂଖ୍ୟକ ସମର୍ଥକଙ୍କ ସହ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଯୋଗ ଦେଇଛନ୍ତି ଯାଜପୁର ଜିଲ୍ଲାର ବିଜେଡିର ଶତାଧିକ କର୍ମୀ । ନଳିନୀ ଜେନା ଓ ଗଣେଶ୍ୱର ବରାଳଙ୍କ ସମର୍ଥକ ମାନେ ବିଜେପିରେ ମିସିଥିବାରୁ ବାଣ ଫୁଟାଇ ନିଜର ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିବା କହିଛନ୍ତି ନଳିନୀ । କୌଣସି ପଦବୀ ପାଇଁ ଆଶା ନଥିବା କହିଛନ୍ତି ନଳିନୀ ଜେନା ଓ ଗଣେଶ୍ୱର ବରାଳ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଭବ୍ୟ ମିଶ୍ରଣ ପର୍ବର ଆୟୋଜିତ କରାଯାଇ ସମସ୍ତଙ୍କୁ ସ୍ୱାଗତ କରାଯାଇଛି ।
ଏହି ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ । ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନ୍ଡିଏର ସରକାର ଅଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୨ବର୍ଷ ହେବ ଅତି ନିଷ୍ଠାର ସହ ୨୦୪୭ ମସିହା ସୁଦ୍ଧା ବିକଶିତ ଭାରତ ଗଠନ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସାରା ବିଶ୍ୱ ଆଜି ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱକୁ ଗ୍ରହଣ କରିଛି । ଓଡ଼ିଶାବାସୀଙ୍କ ସହଯୋଗରେ ରାଜ୍ୟରେ ବିଜେପି ସରକାର ୧୭ ମାସ ପୂରଣ କରିଛି । ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ଦିନରୁ ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲା ସେଥିରୁ ଅଧିକାଂଶ ବିଜେପି ପୂରଣ କରିସାରିଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଓ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ବଢ଼ିଚାଲିଛି ।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ