ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଯୋଜନାକୁ ମଞ୍ଜୁରୀ

ନୂଆଦିଲ୍ଲୀ: ମଧ୍ୟବିତ୍ତ ବର୍ଗର ମେଧାବୀ ଶିକ୍ଷାର୍ଥୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାକୁ  କେନ୍ଦ୍ର କ୍ୟାବିନେଟ ଅନୁମୋଦନ ଦେଇଛି। ଉଚ୍ଚ ଶିକ୍ଷାନୁଷ୍ଠାନରେ ନାଁ ଲେଖାଇବାରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା ମେଧାବୀ ଶିକ୍ଷାର୍ଥୀମାନେ ଏହି ଯୋଜନା ଅଧୀନରେ ଋଣ ପାଇପାରିବେ।

ଉଚ୍ଚ ଶିକ୍ଷାନୁଷ୍ଠାନରେ ନାଁ ଲେଖାଇ ଥିବା ଶିକ୍ଷାର୍ଥୀ ଯଦି ଉକ୍ତ ସ୍ଥାନରେ ଉଚ୍ଚ ଶିକ୍ଷା କରିବାକୁ ଚାହୁଁଛନ୍ତି, ତା’ହେଲେ ସେମାନେ ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଯୋଜନା ଅଧୀନରେ ଋଣ ପାଇପାରିବେ। ଏହି ଋଣ ବିନା ଗ୍ୟାରେଣ୍ଟୀରେ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ଏହି ଯୋଜନାରେ ବାର୍ଷିକ ସର୍ବାଧିକ ୧ ଲକ୍ଷ ପିଲା ସାମିଲ ହୋଇପାରିବେ। ଯେଉଁ ଶିକ୍ଷାର୍ଥୀ ପରିବାରର ଆୟ ୮ ଲକ୍ଷ ଯାଏ ରହିଥିବ, ସେମାନେ ୩% ସୁଧ ହାରରେ ୧୦ ଲକ୍ଷ ଟଙ୍କା ଯାଏ ଋଣ ନେଇପାରିବେ। ଏହି ବ୍ୟବସ୍ଥା ପୂର୍ବରୁ ୪.୫ ଲକ୍ଷ ଟଙ୍କା ଯାଏ ଆୟ ଥିବା ପରିବାର ପିଲାଙ୍କୁ ମିଳୁଥିଲା।ଆର୍ଥିକ ଅଭାବରୁ କୌଣସି ମେଧାବୀ ଶିକ୍ଷାର୍ଥୀ ଯେମିତି ଉଚ୍ଚ ଶିକ୍ଷାରୁ ବଞ୍ଚିତ ନ ହେବେ, ସେଥିପାଇଁ ସରକାର ଏପରି ଯୋଜନା ଆଣିଥିବା କହିଛନ୍ତି।

ଜଣେ ଆଶାୟୀ ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ପୋର୍ଟଲା ଜରିଆରେ ଋଣ ପାଇଁ ଆବେଦନ କରିପାରିବେ। ଏହି ପୋର୍ଟାଲ ମାଧ୍ୟମରେ ଋଣ ପ୍ରଦାଦନକୁ ଅନୁମତି ଦିଆଯିବ।
୭.୫ ଲକ୍ଷ ଯାଏ ଋଣକୁ ୭୫% କ୍ରେଡିଟ ଗ୍ୟାରେଣ୍ଟ ଦିଆଯିବ। ସମସ୍ତ ସରକାରୀ ଓ ଘରୋଇ ଆର୍ଥିକ ଅନୁଷ୍ଠାନ ଗୁଡ଼ିକ ଏହି ଯୋଜନାରେ ସାମିଲ ହୋଇପାରିବେ।

  • Related Posts

    ବ୍ୟାରିକେଡ୍ ଉପରେ ଚଢି ଆକାଶବାଣୀ ଭବନରେ ପଶିଲେ ରାହୁଲ

    ନୂଆଦିଲ୍ଲୀ:  ବିରୋଧି ସାଂସଦଙ୍କ ‘ସେଭ ଡେମୋକ୍ରାସି’ ମାର୍ଚ୍ଚ ମଙ୍ଗଳବାର ସକାଳେ ସଂସଦ ଭବନରୁ ଆରମ୍ଭ ହୋଇଥିଲା। ନିର୍ବାଚନ ସଦନ (ଇସିଆଇ) ମୁଖ୍ୟାଳୟ ଆଡକୁ ବଢିଥିଲା, କିନ୍ତୁ ଦିଲ୍ଳୀ ପୋଲିସ ରାସ୍ତାରେ ବ୍ୟାରିକେଡ୍ କରି ପଦଯାତ୍ରାକୁ ରୋକିଥିଲା। ରୋକିବା ପରେ କଂଗ୍ରେସ ସାଂସଦ…

    Continue reading
    ଜ୍ଞାନେଶଙ୍କୁ ହଟାଇବା ଦାବି: ବିରୋଧୀଙ୍କ ଶୋଭାଯାତ୍ରା; ଧାରଣାରେ ରାହୁଲ ଏବଂ ପ୍ରିୟଙ୍କା

    ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ଏବଂ ସାଂସଦମାନେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ହଟାଇବା ଦାବି କରି ମଙ୍ଗଳବାର ସଂସଦରୁ ନିର୍ବାଚନ ଗୃହ ପର୍ଯ୍ୟନ୍ତ ଏକ ପଦଯାତ୍ରା ଆରମ୍ଭ କରିଛନ୍ତି। ଯୋଜନାବଦ୍ଧ ପଦଯାତ୍ରାକୁ ଦୃଷ୍ଟିରେ ରଖି, ଦିଲ୍ଲୀ ପୁଲିସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ