
ଭୁବନେଶ୍ଵର: ଓଡିଆ ଚଳଚିତ୍ର ଜଗତ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ରବି ସ୍ୱାଇଁଙ୍କର ପରଲୋକ ଘଟିଛି। ସେ ଲିଭର ସିରୋସିସ୍ରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ସୂଚନା ମିଳିଛି। ରବି ସ୍ଵାଇଁ ଓଲିଉଡ଼ ଜଗତରେ ଅନେକ ସଫଳ ଚଳଚ୍ଚିତ୍ର ଭେଟି ଦେଇଥିଲେ । ଜୋର ଯାର ମୂଲକ ତାର,କି ହେବ ଶୁଆ ପୋଷିଲେ, ଉଦଣ୍ଡୀ ସୀତା ଓ ପଞ୍ଜୁରୀ ଭିତରେ ଶାରୀ ଏଭଳି ଅନେକ ସୁପରହିଟ୍ ଫିଲ୍ମରେ ସେ ପ୍ରଯୋଜନା ଦେଇଥିଲେ। ତାଙ୍କ ମୃତ୍ୟୁରେ ଓଡିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି।




