ପ୍ରସନ୍ନ ପ୍ରସାଦଙ୍କୁ ମୁଖ୍ୟ ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟା ଅଧିକାରୀ ଭାବରେ ନିଯୁକ୍ତ କଲା ଭରସେ ଇନୋଭେସନ୍‌

ଭୁବନେଶ୍ୱର, ୦୬/୦୪/୨୦୨୬: ଭରସେ ଇନୋଭେସନ୍‌ ପ୍ରସନ୍ନ ପ୍ରସାଦଙ୍କୁ ଆଜି ଏହାର ମୁଖ୍ୟ ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟା ଅଧିକାରୀ ଭାବରେ ନିଯୁକ୍ତ କରିଛି । ସେ ଭରସେ ଇନୋଭେସନ ଦ୍ୱାରା ପରିଚାଳିତ ଡେଲିହଣ୍ଟ, ଜୋଶ୍‌, ନେକ୍ସ ଭରସେର୍ସ ଡଟ୍‌ ଏଆଇ, ମାଗ୍‌ଜଟର ଓ ୱାନ୍‌ ଇଣ୍ଡିଆ ଭଳି କୃତ୍ରିମ ବୁଦ୍ଧିମତା (ଇଓ)-ଚାଳିତ ଡିଜିଟାଲ ଅଭିବୃଦ୍ଧିକୁ ଆଗେଇ ନେବା ପାଇଁ ଇଞ୍ଜିନିୟରିଂ, ଉତ୍ପାଦ ଏବଂ ଡାଟା ସାଇନ୍ସ ଦଳଗୁଡ଼ିକର ନେତୃତ୍ୱ ନେବେ ।
ପ୍ରସନ୍ନ ପୂର୍ବରୁ ଭର୍‌ବ ଗ୍ରୁପ୍‌ ଇନ୍‌କର୍ପୋରେସନ୍‌ ରେ ସିଟିଓ, ଉତ୍ପାଦ ଏବଂ ଏଆଇ ମୁଖ୍ୟ ଭାବରେ କାର୍ଯ୍ୟ କରିଛନ୍ତି । ସେଠାରେ ସେ୨୦୦ ରୁ ଅଧିକ ଲୋକଙ୍କ ଦ୍ୱାରା କାମ କରୁଥିବା ଏକ ବିଶ୍ୱସ୍ତରୀୟ ଦଳର ନେତୃତ୍ୱ ନେଉଥିଲେ। ସେ ସ୍ୱୟଂଚାଳିତ, ଗୋପନୀୟତା-କେନ୍ଦ୍ରିତ ବିଜ୍ଞାପନ ପ୍ରଣାଳୀ ବିକଶିତ କରିଥିଲେ । ସେ ଉତ୍ପାଦ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ନେତୃତ୍ୱ ଉପରେ ଧ୍ୟାନ ଦେଇ କମ୍ପାନୀର ଏଆଇ -ଚାଳିତ ଅଭିବୃଦ୍ଧି ରଣନୀତିର ନେତୃତ୍ୱ ନେବେ । ତାଙ୍କର ନିଯୁକ୍ତି ବ୍ୟକ୍ତିଗତକରଣ, ଉପଭୋକ୍ତା ନିଯୁକ୍ତ ଏବଂ ମୁଦ୍ରୀକରଣ ପାଇଁ ଉନ୍ନତ ଏଆଇ କ୍ଷମତାଗୁଡ଼ିକୁ ବ୍ୟବହାର କରି ଡିଜିଟାଲ୍‌ ବିଷୟବସ୍ତୁ ଏବଂ ସର୍ଟ-ଭିଡିଓ ଇକୋସିଷ୍ଟମରେ କମ୍ପାନୀର ସ୍ଥିତିକୁ ଆହୁରି ମଜବୁତ କରିବା ସହ ଭରସେ ଇନୋଭେସନ୍‌ର ଏହି କ୍ଷେତ୍ରରେ ନିଜ ବିସ୍ତାର କୁ ଦ୍ରୁତ ସଂପ୍ରସାରିତ କରିବାକୁ ଯୋଜନା କରିଥିବା ଜଣାପଡିଛି ।
ଭରସେ ଇନୋଭେସନ୍‌ ଏଆଇ ଏବଂ କଣ୍ଟେଣ୍ଟ- କ୍ଷେତ୍ରରେ ଦ୍ରୁତ ଗତିରେ ଲୋକପ୍ରିୟ ହେବା ସହ ବିସ୍ତାର ଲାଭ କରିଛି । ବିଶ୍ୱସ୍ତରୀୟ ପ୍ଲାଟଫର୍ମ ସହିତ ପ୍ରତିଯୋଗିତା କରିବା ଏବଂ ଭାରତର ଡିଜିଟାଲ୍‌ ବଜାରରେ କମ୍ପାନୀର ଉପସ୍ଥିତିକୁ ସୁଦୃଢ଼ କରିବା ପାଇଁ ଉତ୍ପାଦ ଏବଂ ପ୍ରଯୁକ୍ତିବିଦ୍ୟା ନେତୃତ୍ୱ କ୍ଷେତ୍ରରେ ପ୍ରସାଦଙ୍କ ଅଭିଜ୍ଞତା ଓ ଦକ୍ଷତା ଏହି ପରିବର୍ତ୍ତନକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଉଛି ।
ଏହି ଅବସରରେ ଭରସେ ଇନୋଭେସନ୍‌ କମ୍ପାନିର ସହ-ପ୍ରତିଷ୍ଠାତା ଉମଙ୍ଗ ବେଦୀ ଏଆଇ ବର୍ତ୍ତମାନ ଡିଜିଟାଲ୍‌ ପ୍ଲାଟଫର୍ମର ଅଭିବୃଦ୍ଧିର କେନ୍ଦ୍ରରେ ରହିଛି ଓ ସାଂପ୍ରତି ଶିଳ୍ପରେ ଏଆଇ ଏକ ପ୍ରମୁଖ ପରିବର୍ତ୍ତନ ବୋଲି କହିଛନ୍ତି । ସେ ବୃହତ-ସ୍ତରର, ସୁରକ୍ଷିତ, ଏଆଇ-ଆଧାରିତ ସିଷ୍ଟମ ନିର୍ମାଣ କ୍ଷେତ୍ରରେ ପ୍ରସାଦଙ୍କ ବିଶେଷ ଅଭିଜ୍ଞତା ବ୍ୟବହାରେ କରିବା ପାଇଁ କମ୍ପାନୀକୁ ଏକ ବଡ ସୁଯୋଗ ମିଳିଥିବା କହିଛନ୍ତି ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ଭାବରେ ବର୍ଣ୍ଣନା କରିଛନ୍ତି ।
ଏହି ନିଯୁକ୍ତି ପରେ ପ୍ରସନ୍ନ ପ୍ରସାଦ ପ୍ଲାଟଫର୍ମଗୁଡ଼ିକ ବିସ୍ତାର ସହିତ, ସିଷ୍ଟମଗୁଡ଼ିକୁ ଅଧିକ ସଠିକ, ସ୍ଥିର ଏବଂ ସ୍କେଲେବଲ୍‌ କରିବା ଏବଂ ଉପଭୋକ୍ତାମାନଙ୍କୁ ଏକ ଉତ୍କୃଷ୍ଟ ଅଭିଜ୍ଞତା ପ୍ରଦାନ ସହ ବ୍ୟବସାୟିକ କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ଉପରେ ତାଙ୍କର ପ୍ରାଥମିକ ଧ୍ୟାନ ରହିବ ବୋଲି କହିଛନ୍ତି ।

Related Posts

ଦିନ ୧୧ଟା ସୁଦ୍ଧା ଆସାମରେ ୩୯% ମତଦାନ, କେରଳ ଓ ପୁଡୁଚେରୀରେ ବି ୩୦%ରୁ ଅଧିକ ଭୋଟିଂ

ନୂଆଦିଲ୍ଲୀ: ଆସାମ,କେରଳମ, ପୁଡୁଚେରୀରେ ମତଦାନ ଜାରି। ୨୯୬ଟି ଆସନରେ ୧୮୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଦିନ ୧୧ଟା ସୁଦ୍ଧା ଆସାମରେ ୩୯% ମତଦାନ ହୋଇଛି। ସେହିପରି କେରଳମ୍ ରେ…

Continue reading
ଇସ୍ରାଏଲର ଏୟାରଷ୍ଟ୍ରାଇକ୍, ହିଜବୁଲ୍ଲା ମୁଖ୍ୟ ନଇମ କାସିମ ନିହତ!

ନୂଆଦିଲ୍ଲୀ: ଇସ୍ରାଏଲର ଭୟଙ୍କର ପ୍ରତିଶୋଧ। ହିଜବୁଲ୍ଲା ଗଡ଼ରେ ପଶି ପୁଣି ଏକ ବଡ଼ ଶିକାର କରିଛି ଇସ୍ରାଏଲ୍। ହିଜବୁଲ୍ଲାର ନୂଆ ମୁଖିଆ ନଇମ କାସିମ୍ ନିହତ। ଲେବାନନର ରାଜଧାନୀ ବେରୁତରେ ହୋଇଥିବା ଏକ ଶକ୍ତିଶାଳୀ ଏୟାର ଷ୍ଟ୍ରାଇକ୍‌ରେ କାସିମ୍‌ର ମୃତ୍ୟୁ ହୋଇଥିବା…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ