ପ୍ରାଥମିକ ଶିକ୍ଷକ ବଦଳି ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ପ୍ରାଥମିକ ଶିକ୍ଷକ ବଦଳି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବଦଳି ପାଇଁ ଇଚ୍ଛୁକ ଶିକ୍ଷକମାନେ ଆସନ୍ତା ୧୫ରୁ ୩୦ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିପାରିବେ । ଜିଲ୍ଲା ଅନ୍ତର୍ଗତ ବଦଳି ଓ ଅନ୍ୟ ଜିଲ୍ଲାକୁ(ଅନ୍ତଃ ଜିଲ୍ଲା) ବଦଳି କରାଯିବ । ଜୁଲାଇ ୧୮ ସୁଦ୍ଧା ସମସ୍ତ ବଦଳି ପ୍ରକ୍ରିୟା ଶେଷ ହେବ । ଏଥିସହ ଅଧିକ ଶିକ୍ଷକ ଥିବା ସ୍କୁଲରୁ ଶିକ୍ଷକଙ୍କୁ କମ ଶିକ୍ଷକ ଥିବା ସ୍କୁଲକୁ ମଧ୍ୟ ବଦଳି କରାଯିବ ।

ନିର୍ଦ୍ଦେଶାଳୟର ବିଜ୍ଞପ୍ତି ଅନୁଯାୟୀ, ୨୦ ତାରିଖ ମଧ୍ୟରେ ବ୍ଲକ୍ ଶିକ୍ଷା ଅଧିକାରୀ କିମ୍ବା ଜିଲ୍ଲା ଶିକ୍ଷା ଅଧିକାରୀ ୟୁଏଏସ୍ ପୋର୍ଟାଲରେ ଶିକ୍ଷକଙ୍କ ପ୍ରୋଫାଇଲ୍ ଅପଡେଟ୍ କରିବେ । ମେ ୧୦ ସୁଦ୍ଧା ବ୍ଲକ ଶିକ୍ଷା ଅଧିକାରୀଙ୍କ ଦ୍ୱାରା ଆବେଦନପତ୍ର ଯାଞ୍ଚ କରାଯାଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଠାଯିବ । ଅନ୍ତଃଜିଲ୍ଲା ବଦଳି ଆବେଦନ କରିଥିବା ଳିକ୍ଷକଙ୍କ ଆବେଦନ ପତ୍ରକୁ ମେ ୨୦ ସୁଦ୍ଧା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ପାଖକୁ ପଠାଯିବ । ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ବଦଳି ଆବେଦନ କରିଥିଲେ ମେ ୨୫ରୁ ୨୬ ତାରିଖ ଯାଏ ସେମାନଙ୍କୁ ମେଡିକାଲ ବୋର୍ଡକୁ ପଠାଯିବ । ଜୁନ୍ ୬ରେ ମେଡିକାଲ ବୋର୍ଡର ରିପୋର୍ଟ ଆସିବ । ଜୁନ୍ ୧୦ରୁ ୧୧ ମଧ୍ୟରେ ମେଡିକାଲ ସାର୍ଟିଫିକେଟ୍ ଅପଲୋଡ୍ ହେବ । ଜୁନ୍ ୧୭ରୁ ୧୯ ତାରିଖ ଯାଏ ବଦଳି ଆବେଦନର ଚଏସ୍ ଲକିଂ କରାଯିବ । ଜୁନ୍ ୨୯ରୁ ଜୁଲାଇ ୪ ତାରିଖ ମଧ୍ୟରେ ଜିଲ୍ଲାସ୍ତରୀୟ ବଦଳି କମିଟି ଓ ରାଜ୍ୟସ୍ତରୀୟ ବଦଳି କମିଟିର ବୈଠକ ହେବ । ଜୁଲାଇ ୮ରୁ ୧୦ ତାରିଖ ମଧ୍ୟରେ ବଦଳି ନିର୍ଦ୍ଦେଶ ଜାରି କରାଯିବ ।

ଜୁଲାଇ ୧୮ ସୁଦ୍ଧା ବଦଳି ହୋଇଥିବା ଶିକ୍ଷକମାନେ ନିଜର କାର୍ଯ୍ୟସ୍ଥଳରେ ଯୋଗଦାନ ଦେବେ । ଯେଉଁ ସ୍କୁଲରେ ଆବଶ୍ୟକତାଠୁ ଅଧିକ ଶିକ୍ଷକ ଥିବେ ସେଠାରୁ ସେମାନଙ୍କୁ ବଦଳି କରି ଅନ୍ୟ ସ୍କୁଲକୁ ପଠାଯିବ । କେଉଁ ସ୍କୁଲରେ କେତେ ଅଧିକ ବା କମ ଶିକ୍ଷକ ଅଛନ୍ତି, ତାର ତଥ୍ୟ ଓସେପାକୁ ଜିଲ୍ଲା ଶିକ୍ଷା ଅଧିକାରୀ ଏପ୍ରିଲ୍ ୧୫ ମଧ୍ୟରେ ଯୋଗାଇବେ । ଏକ କମିଟି ଗଠନ କରାଯାଇ ଏହି ଶିକ୍ଷକଙ୍କ ବଦଳି ତାଲିକା ପ୍ରସ୍ତୁତ କରାଯିବ । ମେ ୩୧ରେ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ ଶିକ୍ଷା ଅଧିକାରୀ ବଦଳି ନିର୍ଦ୍ଦେଶନାମା ଜାରି କରିବେ । ଜୁନ୍ ୧୦ରେ ବଦଳିର ଚୂଡ଼ାନ୍ତ ତାଲିକା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ଓସେପାର ଏମ୍ଆଇଏସକୁ ପ୍ରଦାନ କରାଯିବ ।

  • Related Posts

    ଶିକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ – ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ଏହି ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଅଞ୍ଚଳର ସାମାଜିକ ଓ ବୌଦ୍ଧିକ ଉନ୍ନତିର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ବୋଲି କଟକ ଜିଲ୍ଲାର ସୁନ୍ଦରଗ୍ରାମରେ ଅବସ୍ଥିତ ସୁନ୍ଦରଗ୍ରାମ ସରକାରୀ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ…

    Continue reading
    ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ ନିର୍ଦ୍ଦେଶ

    ଭୁବନେଶ୍ୱର: ରାଜ୍ୟରେ ୫ ମେଡିକାଲ କଲେଜ ପାଇଁ ଜମି ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଜପତି, ମାଲକାନଗିରି, ରାୟଗଡ଼ାରେ ନୂଆ ଆୟୁର୍ବେଦିକ ମେଡିକାଲ କଲେଜ ଏବଂ ନୟାଗଡ଼ ଓ ନୂଆପଡ଼ାରେ ଦୁଇଟି ସରକାରୀ ହୋମିଓପାଥି ମେଡିକାଲ କଲେଜ ପ୍ରତିଷ୍ଠା ହେବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ