
ଭୁବନେଶ୍ବର : ରାଜ୍ୟସଭାର ଚତୁର୍ଥ ଆସନରେ ପ୍ରାର୍ଥୀ ହୋଇଥିବା ଦତ୍ତେଶ୍ବର ହୋତା ପରାସ୍ତ ହୋଇଛନ୍ତି । ଦିଲ୍ଲୀ ରାୟ ବିଜୟୀ ହୋଇଛନ୍ତି । ପରାଜୟ ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ଦତ୍ତେଶ୍ବର ହୋତା । ବିଧାୟକଙ୍କ ସହ ଦେଖା କରିବା ପାଇଁ ମୋତେ ଏକ ସୁଯୋଗ ମିଳିଲା । ମୋର ଭଗବାନଙ୍କ ଉପରେ ଦୃଢ଼ ବିଶ୍ବାସ ରହିଛି । ମୋତେ ସେବାରେ ନିୟୋଜିତ କରିଛନ୍ତି । ମୁଁ ଆଗକୁ ଜନସାଧାରଣଙ୍କ ସେବାରେ ନିୟୋଜିତ ହେବି । ଫଳାଫଳକୁ ନେଇ ମୋର କୌଣସି ଅବଶୋଷ ନାହିଁ । ନବୀନ ବାବୁ, କଂଗ୍ରେସ ଏବଂ ବାମପନ୍ଥୀଙ୍କ ସହଯୋଗରେ ମୁଁ ଏ ସୁଯୋଗ ପାଇଛି । ସମସ୍ତଙ୍କୁ ଧନ୍ୟବାଦ । ମୋତେ ଆଗକୁ ଆହୁରି ସାମ୍ବିଧାନିକ ପାଠ ପଢ଼ିବାକୁ ପଡ଼ିବ । ଏହାସହ ଆପଣମାନେ ସବୁକିଛି ଜାଣିଛନ୍ତି ବୋଲି ସାମ୍ବାଦିକଙ୍କୁ କହିଛନ୍ତି ।



