ଫିସ ବୃଦ୍ଧି ଆଡ଼ମିସନ ପ୍ରକ୍ରିୟା 15 ଦିନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ଅଭିଭାବକ ମହାସଂଘର ଦାବୀ

ଭୁବନେଶ୍ୱର,20/08:ପ୍ରାଇଭେଟ ମେଡିକାଲ କଲେଜରେ ଆଡ଼ମିସନ ଡେଟ 15 ଦିନ ପାଇଁ ବୃଦ୍ଧି ଜରୁରୀ ଅନୁଭବ କରି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଆବଶ୍ୟକ କରି ଚିଠି ଲେଖିଛି ଓଡିଶା ଅଭିଭାବକ ମହାସଙ୍ଘ। ମହାସଂଘ ସଭାପତି ବାସୁଦେବ ଭଟ୍ଟ କହିଛନ୍ତି ହାଇଟେକ୍ ଏବଂ ଡ୍ରିମ୍ସ ମେଡିକାଲ କଲେଜ ସମେତ ଓଡ଼ିଶାର ବେସରକାରୀ ମେଡିକାଲ କଲେଜଗୁଡ଼ିକରେ ହଠାତ୍ ବେଆଇନ୍ ଭାବେ 200% ପର୍ଯ୍ୟନ୍ତ ଆଡ଼ମିସନ ଫିସ ବୃଦ୍ଧି କରି ଦେଇଛନ୍ତି । ଅଭିଭାବକ କିମ୍ବା ଅଭିଭାବକ ସଂଗଠନ ସହିତ କୌଣସି ପରାମର୍ଶ ନକରି ନିଆଯାଇଥିବା ଏହି ନିଷ୍ପତ୍ତି ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳି ଅଯଥା ଅସୁବିଧାର ସମ୍ମୁଖୀନ କରିଛିl ଆଡ଼ମିସନ ପାଇଁ ନିର୍ଦ୍ଧାରିତ ତାରିଖ ର ମାତ୍ର ଗୋଟିଏ ଦିନ ପୂର୍ବରୁ ଫି ବୃଦ୍ଧି ଘୋଷଣା କରାଯାଇଥିଲା । ଯାହା ଅତ୍ୟନ୍ତ ଅନ୍ୟାୟ । ଯାହା ଫଳରେ ଆଡ଼ମିସନ ପାଇଁ ଅତିରିକ୍ତ ଆର୍ଥିକ ଅର୍ଥ ଯୋଗାଡ଼ କରିବା ଏକ ବିରାଟ ବୋଝ । ଅଧିକ ଅର୍ଥ ବନ୍ଦୋବସ୍ତ କରିବା ପାଇଁ ଅଭିଭାବକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନଥିଲା। ଅଭିଭାବକ ମାନେ ପୂର୍ବରୁ ମେଡିକାଲ କଲେଜ ମାନଙ୍କ ବ୍ରୋଚାର ରେ ନିର୍ଧାରଣ ଅର୍ଥ ବିଭିନ୍ନ ଉତ୍ସରୁ ଯୋଗାଡ଼ କରିସାରିଥିଲେ । ହଠାତ ଏତେ ଟଙ୍କା ବର୍ତ୍ତମାନ ବ୍ୟାଙ୍କ କିମ୍ବା ଅନ୍ୟାନ୍ୟ ଉତ୍ସରୁ ଯୋଗାଡ଼ କରିବା ପାଇଁ ଅତିରିକ୍ତ ସମୟ ଆବଶ୍ୟକ । ତେଣୁ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଦୃଷ୍ଟିରେ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) କର୍ତ୍ତୃପକ୍ଷଙ୍କୁ ମେଡିକାଲ ଆଡ଼ମିସନ ପ୍ରକ୍ରିୟାର ଶେଷ ତାରିଖ 15 ଦିନ ବୃଦ୍ଧି କରିବାକୁ ମହାସଂଘ ଦାବୀ କରିଛି। 15 ଦିନ ସମୟ ମିଳିଲେ ଅଭିଭାବକମାନଙ୍କୁ ଆବଶ୍ୟକୀୟ ବର୍ଦ୍ଧିତ ରାଶି ବ୍ୟବସ୍ଥା କରିବାକୁ ସାହାର୍ଯ୍ୟ କରିବ ଏବଂ ଆର୍ଥିକ ଦୁର୍ବଳ ଶ୍ରେଣୀ ର ମେଧାବୀ ମେଡିକାଲ ଆଡ଼ମିସନ ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କୁ ଆଡ଼ମିସନ ରୁ ବଞ୍ଚିତ କରିବନି ବୋଲି କାର୍ଯ୍ୟକାରୀ ସଭାପତି ପ୍ରସନ୍ନ ବିଷୋୟୀ କହିଛନ୍ତି।ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ମେଡିକାଲ ଆଡ଼ମିସନ ଫିସ ବୃଦ୍ଧି ଘୋଷଣା କରାଯାଇଥିବା ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛି । କାଉନ ସେଲିଙ୍ଗ ଆରମ୍ଭ ହେବା ପୂର୍ବରୁ ଫିସ ନିର୍ଧାରଣ କରି ପ୍ରକାଶନ କରିବା ବାଧ୍ୟତାମୂଳକ।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ