ଭୁବନେଶ୍ବର,19।08: ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା ‘କୁଲି’ ହଲରେ ଧମାଲ କରୁଛି । ୭୪ବର୍ଷ ବୟସରେ ମଧ୍ୟ ଏହି ସୁପରଷ୍ଟାର ସବୁ ରେକର୍ଡ ଭାଙ୍ଗି ପ୍ରମାଣ କରିଛନ୍ତି ଯେ କେହି ତାଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ । ଏହି ସିନେମାଟି 300 କୋଟି ଇନକମ କରିସାରିଲାଣି । ଏହାସହିତ ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୦ବର୍ଷ ପୂରଣ କରିଛନ୍ତି । ପ୍ରକୃତରେ ରଜନୀକାନ୍ତଙ୍କ ପ୍ରଶଂସକଙ୍କରୀ କୌଣସି ଉତ୍ତର ନାହିଁ । ୭୪ବର୍ଷ ବୟସରେ ଦମଦାର ଅଭିନୟ କରି ସବୁ ରେକର୍ଡ ଭାଙ୍ଗିବା ସହିତ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ଏହି ବୟସରେ ମଧ୍ୟ ତାଙ୍କୁ ପରଦାରେ ଆକ୍ସନ ସିନ୍ କରୁଥିବାର ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଛନ୍ତି । ଭାରତୀୟ ସିନେମା ଇତିହାସରେ ଏପରି କୌଣସି ଅଭିନେତା ନାହାଁନ୍ତି ଯିଏ ଏହି ବୟସରେ ରେକର୍ଡ ଭାଙ୍ଗିବା ସହିତ ଓପନିଂ କରିଛନ୍ତି । ରଜନୀକାନ୍ତଙ୍କ ସିନେମାର ଆୟ ତୁଳନାରେ କେହି ତାଙ୍କ ସହିତ ପ୍ରତିଯୋଗିତା କରିବା ଏକ ଚ୍ୟାଲେଞ୍ଜ ନିଶ୍ଚୟ । ରଜନୀକାନ୍ତଙ୍କ ଆଗରେ ହ୍ରିତିକ୍ ରୋଶନଙ୍କ ‘ୱାର-୨’ ପଛରେ ପଡିଛି ।
ଷ୍ଟିଅରିଂ ପଛରେ ଶୁଭଲକ୍ଷ୍ମୀ: ନୂଆ ପଥ ଦେଖାଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଇଲେକ୍ଟ୍ରିକ୍ ବସ୍ ଚାଳକ
ଭୁବନେଶ୍ୱର: ପ୍ରତିଦିନ ସକାଳେ କେନ୍ଦୁଝରର ରାସ୍ତାରେ ଗଡ଼ିଥାଏ ଏକ ଇଲେକ୍ଟ୍ରିକ୍ ବସ୍। ଯାତ୍ରୀଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଆଗକୁ ବଢ଼ୁଥିବା ଏହି ବସ୍ର ଷ୍ଟିଅରିଂ ଧରିଥାନ୍ତି ଶୁଭଲକ୍ଷ୍ମୀ ମହାନନ୍ଦ। ଯାତ୍ରୀଙ୍କ ପାଇଁ ଏହା ହୁଏତ ଦୈନନ୍ଦିନ ଯାତାୟାତର ଏକ…






