
ଭୁବନେଶ୍ୱର: ରୋଚକ ହେଉଛି ରାଜ୍ୟସଭା ରାଜନୀତି । ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ ଚାଲିଥିବାବେଳେ କ୍ରସଭୋଟିଂ ରାଜନୀତିରେ ଆଉ ଜଣେ ବିଜେଡି ବିଧାୟକ ସାମିଲ ହୋଇଛନ୍ତି । ସେ ହେଉଛନ୍ତି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ । ସେ ଗଣାମଧ୍ୟମ ସମ୍ମୁଖରେ ଖୋଲାଖୋଲିଭାବେ କ୍ରସଭୋଟିଂ କରିଥିବା ସ୍ୱୀକାର କରିଛନ୍ତି । ମୁଁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
ସେ କହିଛନ୍ତି ଯେ ମୁଁ ବିଜୁ ଲିଗାସୀକୁ ଆଗକୁ ନେବା ପାଇଁ ଭୋଟ ଦେଇଛି । କେବଳ ସେତିକି ନୁହେଁ କଂଗ୍ରେସ ସହ ବିଜେଡିର ବୁଝାମଣାକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି ।କଂଗ୍ରେସ ଓ ବିଜେଡିର ଅସାଧୁ ମେଣ୍ଟ ବିରୋଧରେ ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।



