
ଭୁବନେଶ୍ୱର: ଆଜି ବଡ଼ଦିନ, ଖ୍ରୀଷ୍ଟ ଧର୍ମାବଳମ୍ବୀଙ୍କ ବଡ଼ ପର୍ବ। ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଏହି ଅବସରରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କରିବା ପରେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଚର୍ଚ୍ଚମାନଙ୍କରେ ଏନେଇ ସୁନ୍ଦର ସାଜସଜ୍ଜା ହୋଇଛି। କ୍ରିସମାସ୍ ଟ୍ରି, ସ୍ନୋ ବଲ୍, ରଙ୍ଗୀନ୍ ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ସମୂହ ପ୍ରାର୍ଥନା କରିବାକୁ ଚର୍ଚ୍ଚରେ ଜମିଛି ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନଙ୍କର ଭିଡ଼।




