ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀ, ଅଫିସରଙ୍କ ମାସିକ ଗାଡ଼ି ଖର୍ଚ୍ଚ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବ ନିର୍ଦ୍ଧାରିତ ଘରୋଇ ଗାଡ଼ିଭଡ଼ା ଖର୍ଚ୍ଚରେ ସଂଶୋଧନ । ଏନେଇ ଏକ ନୋଟିସ୍ ପ୍ରକାଶ ପାଇଛି। ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରେ ସଂଶୋଧନ କରାଯାଇ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଏବେ ମନ୍ତ୍ରୀଙ୍କ ଗାଡ଼ି ଖର୍ଚ୍ଚ ୫୦,୪୦୦ ଟଙ୍କା ହୋଇଥିବାବେଳେ ଜିଲାପାଳ, ଏସ୍ପିଙ୍କ ଗାଡ଼ି ଖର୍ଚ୍ଚ ୪୪, ୪୦୦କୁ ବୃଦ୍ଧି ପାଇଛି। ବ୍ଲକ, ତହସିଲ, ଫିଲ୍ଡ ଅଫିସ୍ ଗାଡ଼ି ଖର୍ଚ୍ଚ ୩୭ ହଜାର ୨୦୦କୁ ବୃଦ୍ଧି । ପ୍ରମୁଖ ସଚିବଙ୍କ ୩୬ ହଜାର ଏବଂ ସ୍ବତନ୍ତ୍ର ସଚିବଙ୍କ ଗାଡ଼ି ଖର୍ଚ୍ଚ ୩୧ ହଜାର ୨୦୦କୁ ବୃଦ୍ଧି କରାଯାଇଛି ।
ଅବକାରୀ ମାଫିଆ ସାବଧାନ : ଘର ଉପରେ ହେବ ଚଢ଼ାଉ
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧକ୍ଷ୍ୟତାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ – ଅକ୍ଟୋବର ୧୦ ରୁ ୩୧ ପର୍ଯ୍ୟନ୍ତ ହେବ ସ୍ୱତନ୍ତ୍ର ଚଢ଼ାଉ ଅଭିଯାନ – ବେଆଇନ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ – ଦଣ୍ଡବିଧାନ ପ୍ରକ୍ରିୟାକୁ ଅଧିକ…








