ବନ୍ୟା ପାଣିରେ ଭାସିଗଲା କାର୍‌ ; ୪ ମୃତ

ରାୟପୁର : ଛତିଶଗଡର ଜଗଦଲପୁରରୁ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଏକ ଖବର ସାମ୍ନାକୁ ଆସିଛି । ଦରଭା ଥାନା ଅନ୍ତର୍ଗତ କାଙ୍ଗେର ଘାଟୀରେ ମଙ୍ଗଳବାର ଏକ କାର୍‌ ପ୍ରବଳ ବର୍ଷା ପରେ ସୃଷ୍ଟି ବନ୍ୟା ଜଳରେ ଭାସି ଯାଇଛି । ଏହି କାର୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ଗୋଟିଏ ପରିବାରର । ସମସ୍ତେ କାର୍‌ରେ ତୀରଥଗଡ ବୁଲିବାକୁ ଯାଉଥିଲେ । ପରିବାର ଲୋକେ ଦୁର୍ଘଟଣାର ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।
ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । କାର୍‌ରେ ସ୍ୱାମୀ-ସ୍ତ୍ରୀ ଓ ସେମାନଙ୍କ ୨ ଶିଶୁ ଥିଲେ । ଅନେକ ଘଣ୍ଟା ଚେଷ୍ଟା କରିବା ପରେ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାମିଲନାଡୁର ବାସିନ୍ଦା ଏହି ପରିବାର ବର୍ଷା ପାଗରେ ଝରଣା ସ୍ଥାନ ବୁଲିବା ପାଇଁ ଓ ଆନନ୍ଦ ନେବା ପାଇଁ ତୀରଥଗଡ ଜଳପ୍ରପାତ ବୁଲିବାକୁ ଯାଉଥିଲେ । କାର୍‌ରେ ୪୩ ବର୍ଷୀୟ ରାଜେଶ ରାୟପୁରରେ ରହି ଠିକାଦାର କାମ କରୁଥିଲେ । ମଙ୍ଗଳବାର ରାଜେଶ ନିଜ ପତ୍ନୀ ପବିତ୍ରା (୪୦), ୨ ଝିଅ (୭)(୪) ବର୍ଷୀୟଙ୍କୁ ନେଇ ବୁଲିବାକୁ ଯାଉଥିଲେ । କାର୍‌ଟି ହଠାତ୍‌ କାଙ୍ଗେର ଘାଟୀ ନିକଟରେ ପହଞ୍ଚିବା ବେଳେ ପ୍ରବଳ ବର୍ଷା ପରେ ବନ୍ୟା ଜଳ ରାସ୍ତା ଉପରେ ଖୁବ୍‌ ଜୋର୍‌ରେ ପ୍ରବାହିତ ହେଉଥିଲା । ସେହି ଜଳରେ କାର୍‌ଟି ଭାସି ଯାଇଥିଲା । ୪ ଜଣଙ୍କ ଜୀବନ ରକ୍ଷା ପାଇଁ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ପାଣିରେ ବୁଡି ୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଗାଡି ଚାଳକ କୌଣସି ପ୍ରକାରେ ପହଁରି ପହଁରି ଗଛରେ ଚଢି ନିଜ ଜୀବନ ବଞ୍ଚାଇଥିଲେ ।

  • Related Posts

    ଏନକାଉଣ୍ଟର: ୪ମାଓବାଦୀ ନିହତ

    ମହାରାଷ୍ଟ୍ର: ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ଏନକାଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ଚାରି ଜଣ ହାଡକୋର ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ୩ ଜଣ ମହିଳା ମାଓବାଦୀ ରହିଛନ୍ତି । ମୃତ ମାଓବାଦୀଙ୍କ ନିକଟରୁ…

    Continue reading
    ଆତ୍ମସମର୍ପଣ କଲେ ୩୦ ମାଓବାଦୀ

    ବିଜାପୁର: ମାଓମୁକ୍ତ ଅଭିଯାନରେ ଛତିଶଗଡ ପୁଲିସକୁ ବଡ ସଫଳତା ମିଳିଛି । ବିଜାପୁରରେ ୩୦ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ୩୦ଜଣଙ୍କ ମଧ୍ୟରେ ୯ଜଣ ମହିଳା ଓ ୨୦କ୍ୟାଡର ମାଓବାଦୀ ରହିଛନ୍ତି । ଏହି ସବୁ ମାଓବାଦୀଙ୍କ ମୁଣ୍ଡ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ଆସୁଛି ଆଉ ଏକ ଲଘୁଚାପ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର