
ଭୁବନେଶ୍ୱର: ସୋମବାର ଶେଷ ହୋଇଛି ରାଜ୍ୟସଭା ନିର୍ବାଚନ । ତେବେ ସରିନି କ୍ରସଭୋଟିଂର ରାଜନୀତି । ଗତକାଲି କ୍ରସଭୋଟିଂ କରିଥିବା ଦଳୀୟ ବିଧାୟଙ୍କ ବିରୋଧରେ ବିଜେଡି ବର୍ଷିଛି । କ୍ରସଭୋଟିଂ କରିଥିବା ଦଳୀୟ ନେତାଙ୍କୁ ଖୋଦ ନିଜ ଦଳ ବିଜେଡି ଟାର୍ଗେଟ କରିଛି । ମଙ୍ଗଳବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ୟେମକେଶ ରାୟ ଓ ଧ୍ରୁବଚରଣ ସାହୁ ଖୁବ ବର୍ଷିଛନ୍ତ ।
ସେମାନେ କହିଛନ୍ତି ଯେ ନେତା ଟଙ୍କା ନେଇ ବିକ୍ରି ହୋଇଗଲେ । ନିର୍ବାଚନ ବେଳେ ଘୋଡ଼ା ବେପାର ଚାଲିଥିଲା । ନିର୍ବାଚନମଣ୍ଡଳୀରେ ସେଭଳି ନେତାଙ୍କୁ ଘୋର ବିରୋଧ କରିବାକୁ ବିଜେପି ପକ୍ଷରୁ ଅପିଲ କରାଯାଇଛି । କ୍ରସଭୋଟିଂ କରିଥିବା ବିଜେଡି ନେତା ଲୋକଲଜ୍ଜାରୁ ବଞ୍ଚିବା ପାଇଁ ବିଜୁ ଲିଗାସୀ କଥା ଉଠାଉଛନ୍ତି । ବିଜେଡିରେ ରହି ଦଳ ଭାଙ୍ଗିବାକୁ ଗତ ୩ ମାସ ହେଲା ଷଡ଼ଯନ୍ତ୍ର କରିଥିଲେ । ଟଙ୍କା ନେଇ ବିକ୍ରି ହୋଇଥିବା ନେତା ବିଜୁ ଲିଗାସୀ କଥା ଉଠଉଛନ୍ତି ।
କ୍ରସ୍ ଭୋଟିଂ କରି ନବୀନଙ୍କୁ ଜବରଦସ୍ତ ଚେକ୍ ଦେଲେ ୬ ବିଧାୟକଙ୍କ ସମେତ ୨ ନିଲମ୍ବିତ ଏମଏଲଏ। ସବୁଠାରୁ ଆଶ୍ଚର୍ୟ୍ୟର କଥା ଦେବୀରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ବାଳଙ୍କ ପରି ଯୁବ ବିଧାୟକ ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି। ସୁଯୋଗ ଦେଖି ନିଜ ନିଜ ବାପାଙ୍କ ପ୍ରତି ଅପମାନ ଓ ଅବିଚାରର ନେଇଛନ୍ତି କଡ଼ା ପ୍ରତିଶୋଧ।
ନୂଆ ସମୀକରଣ ଇଙ୍ଗିତ କରି ଦୁଇ ପ୍ରଭାତ ବି ନବୀନଙ୍କୁ ଶୁଣାଇଛନ୍ତି ଚେତାବନୀ। ଦଳୀୟ ନେତୃତ୍ବ ମନଇଚ୍ଛା ନିଷ୍ପତ୍ତି ନେଇ ଅନ୍ୟମାନଙ୍କ ଉପରେ ଲଦିପାରିବେ ନାହିଁ ବୋଲି ସ୍ପଷ୍ଟ ଶୁଣାଇଛନ୍ତି। ବସ୍ତା ବିଧାୟିକା ସୁବାସିନୀ ଜେନା, ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଏବଂ ଦୁଇ ନିଲମ୍ବିତ ବିଧାୟକ ସନା ମହାକୁଡ଼ ଏବଂ ଅରବିନ୍ଦ ମହାପାତ୍ରବି କ୍ରସ୍ ଭୋଟିଂ କରି ବିଜେଡିରେ ବଡ଼ ବିସ୍ଫୋରଣର ନିଅଁ ପକାଇଛନ୍ତି।
ଭୋଟ୍ ଗଣତି ପରେ କ୍ରସ୍ ଭୋଟିଂ ସମ୍ପର୍କରେ ବିଜେଡିର ଏଜେଣ୍ଟ୍ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ବିଧିବଦ୍ଧ ସୂଚନା ଦେଇଥିଲେ। ସେ କହିଥିଲେ, ୮ ଜଣ ଦଳୀୟ ବିଧାୟକ ଦଳର ନିର୍ଦ୍ଦେଶକୁ ଉଲ୍ଲଂଘନ କରିଛନ୍ତି। ସେମାନଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ୧୦ ଜଣ ଠିକଣା ଲୋକ ରହିବା ଦରକାର। ୫୦ ଜଣ ବେଇମାନ ଲୋକ ରଖି ଲାଭ କ’ଣ? କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ବିରୋଧରେ ସଭାପତି କାର୍ୟ୍ୟାନୁଷ୍ଠାନ ନେବେ। ସଭାପତି ପୂର୍ବରୁ ଘୋଡ଼ା ବେପାର କଥା କହିଥିଲେ ଏବଂ ତାହା ହିଁ ହେଲା। ଏବେ ଯେଉଁ ବିଜୁ ଲିଗାସୀ କଥା କୁହାଯାଉଛି, ତାହା କେବଳ ଆଳ। ଯେଉଁମାନେ କ୍ରସ୍ ଭୋଟିଂ କରିଛନ୍ତି, ସେମାନେ ଠାକୁର ଧଣ୍ଡା କାହିଁକି ଛୁଉଁଥିଲେ? ସେମାନେ ଘର ଭିତରେ ରହି ବିଶ୍ବାସରେ ବିଷ ମିଶାଇଥିବାରୁ ସେମାନେ ବେଇମାନ ନୁହେଁ ତ ଆଉ କ’ଣ?




