ବାତ୍ୟା ଚିନ୍ତା, ଅତ୍ୟାବଶ୍ୟକ ଯନ୍ତ୍ରପାତି ମହଜୁଦ ରଖିବାକୁ ସିଏସଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ବିଗତ କିଛି ବର୍ଷରେ ରାଜ୍ୟ ଗ୍ରୀଷ୍ମକାଳୀନ ବାତ୍ୟାର ସମ୍ମୁଖୀନ ହୋଇଛି । ଏହି ଅଭିଜ୍ଞତାକୁ ଅନୁଭବ କରି ରାଜ୍ୟ ଗ୍ରୀଷ୍ମକାଳୀନ ସାମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ଲାଗି ପ୍ରସ୍ତୁତ ହେଉଛି । ଆଜି ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗ୍ରୀଷ୍ମକାଳୀନ ସାମ୍ଭାବ୍ୟ ବାତ୍ୟାର ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି ।
୨୦୧୯ ମସିହା ମେ’ ମାସରେ ଗ୍ରୀଷ୍ମକାଳୀନ ବାତ୍ୟା ‘ଫନି’ର ସମ୍ମୁଖୀନ ହୋଇଥିଲା ଓଡିଶା । ପୁରୀ ଓ ଭୁବନେଶ୍ୱର ସହ ରାଜ୍ୟର ବିଭିନ୍ନ ଜିଲ୍ଲା ଫନି ଦ୍ୱାରା ବେଶ ପ୍ରଭାବିତ ହୋଇଥିଲା । ଏହି ଅଭିଜ୍ଞତାକୁ ଭିତ୍ତି କରି ରାଜ୍ୟରେ ଗ୍ରୀଷ୍ମକାଳୀନ ବାତ୍ୟା ପରିଚାଳନା ନେଇ ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଛି । ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ଉକ୍ତ ବୈଠକ । ସମୀକ୍ଷା କରି ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ପ୍ରସ୍ତୁତି କରିବାକୁ ସଂପୃକ୍ତ ବିଭାଗଗୁଡ଼ିକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି ।
ବର୍ତ୍ତମାନ ରାଜ୍ୟରେ ବାତ୍ୟା ନେଇ କୌଣସି ସୂଚନା ନଥିବାବେଳେ ଯେକୌଣସି ବିପର୍ୟ୍ୟୟର ସମ୍ମୁଖୀନ କରିବା ପାଇଁ ପ୍ରତି ବିଭାଗ ଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ୟ୍ୟ କରିବାକୁ ସେ କହିଛନ୍ତି । ଏତଦବ୍ୟତୀତ ବାତ୍ୟା ସୂଚନା ତଳ ସ୍ତରରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଖୁବ୍‌ଶୀଘ୍ର ପହଞ୍ଚାଇବା ପାଇଁ ଥିବା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ କୁମାର ସିଂହ ବିପର୍ୟ୍ୟୟ ପରିଚାଳନା ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି । ଓସଡମା ପକ୍ଷରୁ ବାତ୍ୟା ପ୍ରସ୍ତୁତି ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରାଯାଇଛି । ପାଣିପାଗର ପୂର୍ବାନୁମାନ ସ୍ଥିତି ସଂପର୍କରେ ଅବଗତ କରି ବାତ୍ୟା କିମ୍ବା ପାଣିପାଗ ସତର୍କ ସୂଚନା ପ୍ରସାରଣ ପାଇଁ ବର୍ତ୍ତମାନର ବ୍ୟବସ୍ଥା ବାବଦରେ ସେ ସୂଚନା ଦେଇଛନ୍ତି । ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ସତର୍କ ସୂଚନା ଏବଂ ଗୋପାଳପୁର ଓ ପାରାଦ୍ୱୀପରେ ଡପଲର ୱେଦର ରାଡାର ବ୍ୟବସ୍ଥାର ସୁଦୃଢ଼ୀକରଣ କରାଯାଇଥିବା ସଂପର୍କରେ ତଥ୍ୟ ଉପସ୍ଥାପନ ହୋଇଛି । ବାଲେଶ୍ୱର ଓ ସମ୍ବଲପୁରରେ ଡପଲର ୱେଦର ରାଡାର ଷ୍ଟେସନ ପ୍ରତିଷ୍ଠା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ଓସଡମା ପକ୍ଷରୁ କୁହାଯାଇଛି ।
ସେହିଭଳି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ବିଭାଗର ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଛନ୍ତି । ବାତ୍ୟା ସମୟରେ ଟେଲି ଯୋଗାଯୋଗ ବ୍ୟବସ୍ଥା ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଅତିରିକ୍ତ ପୋଲିସ ଡିଜି ରାଜେଶ କୁମାର ଓଡ୍ରାଫ ବାହିନୀର ବିଭିନ୍ନ ସ୍ଥାନକୁ ମୁତୟନ ପ୍ରସ୍ତୁତି ସଂପର୍କରେ ଅବଗତ କରିଛନ୍ତି ।

ସେହିଭଳି ଗୃହ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଆର.କେ. ଶର୍ମା ବିଭିନ୍ନ ପ୍ରସ୍ତୁତି ସଂପର୍କରେ ମଧ୍ୟ ବୈଠକରେ ମତ ଦେଇଛନ୍ତି । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ କହିଛନ୍ତି, ୟୁନିଫାଇଡ କମାଣ୍ଡ ସିଷ୍ଟମ ସୁଦୃଢ଼ୀକରଣ କରାଯାଇ ବିପର୍ୟ୍ୟୟ ପରବର୍ତ୍ତୀ ସମୟରେ ତ୍ୱରିତ ସେବା ପ୍ରଦାନ କରାଯାଇପାରିବ । ଏଥି ନିମନ୍ତେ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ୟ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି । ଏହା ସହ ନିତାନ୍ତ ଆବଶ୍ୟକ କରୁଥିବା ସେବା ଉପରେ ପ୍ରାଥମିକ ଭିତ୍ତିରେ ଗୁରୁତ୍ୱାରୋପ କରିବାକୁ ସେ ମତ ଦେଇଛନ୍ତି । ଏଥି ସହ ସହରାଞ୍ଚଳରେ ବନ୍ୟା ଜଳ ନିଷ୍କାସନ ପ୍ରସ୍ତୁତି ସଂପର୍କରେ ମହାନଗର ନିଗମ ପ୍ରଶାସନ ନିର୍ଦ୍ଦେଶକ ଅରବିନ୍ଦ ଡାକୁଆ ମତାମତ ଦେଇଛନ୍ତି ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ