ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବାରେ ଗଣମାଧ୍ୟମ ଏକ ଉତ୍ତରଦାୟୀ ଅଂଶୀଦାର ଭାବେ କାର୍ୟ୍ୟ କରିବା ଉଚିତ୍‌ : ପିଆଇବି ଏଡିଜି ଅଖିଳ କୁମାର ମିଶ୍ର

ବାଲେଶ୍ୱର, ଏପ୍ରିଲ ୯ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ୟ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି), ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଶ୍ରୀ ଅଖିଳ କୁମାର ମିଶ୍ର ଆଜି ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଗସ୍ତ କରିବା ସହିତ ସାମ୍ବାଦିକତା ଓ ଗଣଯୋଗାଯୋଗ ଛାତ୍ରଛାତ୍ରୀଙ୍କ ସହ ମତବିନିମୟ କରିଛନ୍ତି । ଶ୍ରୀ ମିଶ୍ର ବିଶ୍ୱବିଦ୍ୟାଳୟ ପରିସରରେ ‘‘ବିକଶିତ ଭାରତ ନିର୍ମାଣ ଲାଗି ସାର୍ବଜନୀନ ନୀତି ପ୍ରସ୍ତୁତି ଓ କାର୍ୟ୍ୟକାରିତାରେ ଦୈନନ୍ଦିନ ଯୋଗାଯୋଗର ଶକ୍ତି’’ ଉପରେ ଆୟୋଜିତ ଏକ ଆଲୋଚନାଚକ୍ରରେ ବକ୍ତବ୍ୟ ରଖିଥିଲେ।
ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଶ୍ରୀ ମିଶ୍ର ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଦେଶର ବିକାଶ ପ୍ରକ୍ରିୟାରେ ଗଣମାଧ୍ୟମ ଏକ ଉତ୍ତରଦାୟୀ ଅଂଶୀଦାର ଭାବେ କାର୍ୟ୍ୟ କରିବା ଆବଶ୍ୟକ ବୋଲି ସେ ମତ ରଖିଥିଲେ। ସେ ଜୋର ଦେଇ କହିଥିଲେ, ସାର୍ବଜନୀନ ନୀତି ଏବଂ ନାଗରିକଙ୍କ ମଧ୍ୟରେ ରହିଥିବା ଶୂନ୍ୟସ୍ଥାନକୁ ପୂରଣ କରିବା ଲାଗି ସ୍ପଷ୍ଟତା, ତାଳମେଳ ଓ ଅର୍ଥପୂର୍ଣ୍ଣ ଅଭିବ୍ୟକ୍ତି ଦ୍ୱାରା ପରିଚାଳିତ ପ୍ରଭାବୀ ଯୋଗାଯୋଗ ଅତି ଆବଶ୍ୟକ। ବିକଶିତ ଭାରତ ସଂକଳ୍ପକୁ ସାକାର କରିବାକୁ ହେଲେ ଦୈନନ୍ଦିନ ଯୋଗାଯୋଗ ଏକ ପ୍ରମୁଖ ବାହକ ହୋଇପାରିବ ବୋଲି ମଧ୍ୟ ସେ ତାଙ୍କ ବକ୍ତବ୍ୟରେ କହିଥିଲେ ।
କାର୍ୟ୍ୟକ୍ରମରେ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ମୁଖ୍ୟ ପ୍ରଫେସର ଭାରତୀବାଳା ପଟ୍ଟନାୟକ କହିଥିଲେ, ସଚେତନତା ବୃଦ୍ଧି କରିବା ଏବଂ ଆଚରଣଗତ ପରିବର୍ତ୍ତନ ଆଣିବାରେ ଯୋଗାଯୋଗର ପ୍ରମୁଖ ଭୂମିକା ରହିଛି । ସେ ଆହୁରି କହିଥିଲେ, ଯୋଗାଯୋଗର ଛାତ୍ରଛାତ୍ରୀ ବିକଶିତ ଭାରତ ସଂକଳ୍ପକୁ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବେ ।
ଗସ୍ତ ସମୟରେ ଶ୍ରୀ ମିଶ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । କାର୍ୟ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସହାୟକ ପ୍ରାଧ୍ୟାପକ ଧୀରେନ୍ଦ୍ର ବେହେରା, ଡକ୍ଟର ସ୍ମୃତି ପାଢ଼ୀ, ଡକ୍ଟର ଅଶେଷ କୁମାର ନାୟକ, ସୁଶ୍ରୀ ମୋତୀ ପଙ୍କଗମ୍‌ଙ୍କ ସମେତ ସମାଜ ସେବା, ସମାଜ ଶାସ୍ତ୍ର ଏବଂ ସାମାଜିକ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।
ଏହି ଆଲୋଚନା ଅଧିବେଶନରେ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଭାଗ ନେଇଥିଲେ ଏବଂ ଏଡିଜି ଶ୍ରୀ ମିଶ୍ର ସେମାନଙ୍କର ଉଚ୍ଚକୋଟୀର ଦୃଷ୍ଟିକୋଣକୁ ପ୍ରଶଂସା କରିଥିଲେ ତଥା ସେମାନଙ୍କର ସ୍ପଷ୍ଟ ଓ ବିଶ୍ଳେଷଣାତ୍ମକ ପ୍ରଶ୍ନର ଉତ୍ତର ରଖିଥିଲେ ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ