ବିଚିତ୍ର ସ୍ବାସ୍ଥ୍ୟସେବା, ଗୋଟିଏ ସିଲିଣ୍ଡରରେ 2 ନବଜାତକୁ ଅକ୍ସିଜେନ

ବ୍ରହ୍ମପୁର: ସ୍ବାସ୍ଥ୍ୟ ସେବାର ବିଚିତ୍ର ଦୃଶ୍ୟ । ଗୋଟିଏ ସିଲିଣ୍ଡରରେ ଦୁଇ ନବଜାତ ଶିଶୁଙ୍କୁ ଦିଆଯାଉଛି ଅକ୍ସିଜେନ । ଗତକାଲି(ସୋମବାର) ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଦକ୍ଷିଣ ଓଡ଼ିଶାବାସୀ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜରେ । ଏହି ଘଟଣା ଜଣାପଡ଼ିବା ପରେ କିଏ ଏବଂ କାହିଁକି ଏପରି କରିଥିଲା ତାହାକୁ ଅନୁଧ୍ୟାନ କରାଯିବା ସହିତ ଆଗାମୀ ଦିନରେ ଏପରି ଘଟଣାର ଯେପରି ପୁନରାବୃତ୍ତି ନହୁଏ ସେଥିପ୍ରତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।ଆଗରେ ଆଟେଣ୍ଡାଣ୍ଟ ସିଲିଣ୍ଡର ଗଡାଇ ଚାଲିଥିଲେ । ପଛରେ ଦୁଇ ମା’ କୋଳରେ ଦୁଇ ନବଜାତ ଶିଶୁଙ୍କୁ ଧରି ଚାଲୁଥାନ୍ତି । ଶିଶୁଙ୍କ ନାକରେ ଲାଗିଥାଏ ଅକ୍ସିଜେନ । ପାଖାପାଖି ଶହେ ମିଟର ପର୍ଯ୍ୟନ୍ତ ଟାଣି ଟାଣି ନେଇଥିଲେ । ଏସଏନସିୟୁ (ସ୍ପେଶାଲ୍‌ ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍‌)ରୁ ଉକ୍ତ 2 ଶିଶୁଙ୍କ ଇକୋ କରିବା ପାଇଁ ଏହିପରି ଅବସ୍ଥାରେ ନିଆଯାଇଥିଲା । ଏପରି ଏକ ଅଭାବନୀୟ ଦୃଶ୍ୟ ଗତକାଲି(ସୋମବାର) ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜର ସୁପର ସ୍ପେଶାଲିଷ୍ଟ କୋଠା ପରିସରରେ ଦେଖିବାକୁ ମିଳିଥିଲା । ଏହିପରି ଚିକିତ୍ସା କୌଶଳ ଏବଂ ପଦ୍ଧତିକୁ ଦେଖି ରୋଗୀଙ୍କ ଜୀବନ ସହ ଖେଳୁଥିବା ମଧ୍ୟ ଅଭିଯୋଗ ହୋଇଛି ।MKCG ମେଡ଼ିକାଲର ଶିଶୁ ରୋଗ ବିଭାଗ ଏସ୍‌ଏନ୍‌ସିୟୁ (ସ୍ପେଶାଲ୍‌ ନ୍ୟୁ ବର୍ଣ୍ଣ କେୟାର ୟୁନିଟ୍‌)ରେ କିଛି ଦିନ ହେବ ପାତ୍ରପୁର ବ୍ଲକ ପଦାଧିଗି ଗ୍ରାମର କୌଶଲ୍ୟା ସାହୁଙ୍କ ଆଠ ଦିନର ଶିଶୁ ପୁତ୍ର ଓ ଗଜପତି ଜିଲ୍ଲା ନୂଆଗଡ ବ୍ଲକ ବଦପଦା ଗ୍ରାମର ପଦ୍ମାଳୟା ବେହେରାଙ୍କ 14 ଦିନର ଶିଶୁ କନ୍ୟାଙ୍କ ଚିକିତ୍ସା ଜାରି ରହିଛି । ଉଭୟ ଶିଶୁଙ୍କ ଡ଼ାକ୍ତରଙ୍କ ପରାମର୍ଶ କ୍ରମେ ମେଡ଼ିକାଲ ପରିସରରେ ରହିଥିବା ସୁପର ସ୍ପେସିଆଲିଟି କୋଠାକୁ ଇକୋ ପରୀକ୍ଷା କରିବାକୁ ନିଆଯାଇଥିଲା ।

ୱାର୍ଡରେ ଥିବା ଆଟେଣ୍ଡାଣ୍ଟ ଗୋଟିଏ ଭର୍ତ୍ତି ଅକ୍ସିଜେନ୍‌ ସିଲିଣ୍ଡରରୁ ଉଭୟ ଶିଶୁଙ୍କୁ ଅକ୍ସିଜେନ୍‌ ଲଗାଇ ସିଲିଣ୍ଡର ଧରି ଆଟେଣ୍ଡାଣ୍ଟ ଜଣକ ଆଗେ ଆଗେ ଯାଉଥିବା ବେଳେ 2ଜଣ ମାଆ ଓ ସମ୍ପର୍କୀୟମାନେ ଶିଶୁଙ୍କୁ କୋଳେଇ ପଛରେ ଯାଉଥିଲେ ଏହା ସମୟରେ ଶିଶୁ ବିଭାଗର ଜଣେ ଡ଼ାକ୍ତର ମଧ୍ୟ ଉଭୟ ଶିଶୁଙ୍କ ନିକଟରେ ରହିଥିଲେ । ପରେ ଶିଶୁମାନେ ହୃଦରୋଗ ବିଭାଗରେ ପହଞ୍ଚବା ପାଇଁ ଇକୋ ପରୀକ୍ଷା କରିଥିଲେ ।

  • Related Posts

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ବାମନାଳ:ବହୁ ଚର୍ଚ୍ଚିତ ବଳଙ୍ଗା ନାବାଳିକା ପୋଡ଼ି ମାରିବା ଉଦ୍ୟମ ଓ ଚିକିତ୍ସାଧୀନ ଅବସ୍ଥାରେ ରହସ୍ୟ ଜନକ ଭାବେ ପୀଡ଼ିତାଙ୍କ ମୃତ୍ୟୁକୁ ନେଇ ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୭ତାରିଖରେ ବିଜେଡି ପକ୍ଷରୁ ୬ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ନିମନ୍ତେ ଏକ…

    ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ-ମନ୍ତ୍ରୀ

    ଭୁବନେଶ୍ୱର: ଶ୍ରୀମନ୍ଦିରେ ବାରମ୍ବର ହିଡେନ୍‍ କ୍ୟାମେରା ଠାବ ହେବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଶ୍ରୀମନ୍ଦିରେ ଆହୁରି କଡାକଡି ଚେକିଂ କରାଯିବ । ବାରମ୍ବାର ହିଡେନ୍‍…

    Leave a Reply

    Your email address will not be published. Required fields are marked *

    You Missed

    ଶିକ୍ଷା ବିଭା ୧୫ ହଜାର ଲାଞ୍ଚ ନେବାବେଳେ କିରାଣିଙ୍କୁ ଧରିଛି ଭିଜିଲାନସ୍

    ବାଂଲାଦେଶରେ ଫେବ୍ରୁଆରି ୨୦୨୬ରେ ହେବ ନିର୍ବାଚନ

    ବଳଙ୍ଗା ଘଟଣା: ୭ତାରିଖରେ ବିଜେଡିର ୬ଘଣ୍ଟିଆ ବନ୍ଦ

    ଉତ୍ତରାଖଣ୍ଡରେ ୪ ମୃତ ଓ ୫୦ରୁ ଅଧିକ ନିଖୋଜ

    ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ୍‍ ମଲ୍ଲିକଙ୍କ ପରଲୋକ

    ଓଡିଶା ହେବ ଗ୍ଲୋବାଲ୍ ସ୍କିଲ୍ ହବ୍